କାହିଁକି ସରକାରଙ୍କ ଏତେ ଆକ୍ରୋଶ? କାହିଁକି ସମ୍ବାଦ କାର୍ଯ୍ୟାଳୟରେ ହେଉଛି ରେଡ୍?

212

କନକ ବ୍ୟୁରୋ: ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ସରକାର । ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦୁଇଟି ସଂପାଦକୀୟ, ସାରା ରାଜ୍ୟରେ ବିତର୍କ ସୃଷ୍ଟି କରିବା ପରେ ଛାନିଆ ହୋଇ ପଡିଥିବା ସରକାର, ଏବେ ପ୍ରତିଶୋଧ ନେବାରେ ଲାଗିଛନ୍ତି । ଫାଇବ୍-ଟି ସବିବ ପାଣ୍ଡିଆନ୍ ଚଳାଇଥିବା ଛାୟା ସରକାରକୁ ନେଇ ନିଜ ସମ୍ପାଦକୀୟ ଜରିଆରେ ପ୍ରଶ୍ନ କରିଥିଲେ ସୌମ୍ୟ ରଂଜନ । ତେବେ ସିଧାସଳଖ ସୌମ୍ୟରଂଜନଙ୍କ ପ୍ରଶ୍ନର ଉତର ନଦେଇ ସୌମ୍ୟଙ୍କ ଉପରେ ଦାଉ ସାଧୁଛନ୍ତି ସରକାର । ହାତରେ ନମାରି ଭାତରେ ମାରିବା ପାଇଁ ପୂରା ବ୍ଲୁ-ପ୍ରଂଟ ପ୍ରସ୍ତୁତ କରାଯାଇଛି । ରାଜ୍ୟର ଏକ ନମ୍ବର ଖବରକାଗଜ ସମ୍ବାଦକୁ ବିଜ୍ଞାପନ ବନ୍ଦ କରି ଦେଇଛନ୍ତି ସରକାର । ସମ୍ବାଦ ସହ କନକ ନ୍ୟୁଜ୍ ଓ ରେଡିଓ ଚକଲେଟକୁ ମଧ୍ୟ ବିଜ୍ଞାପନ ଦିଆ ଯାଉନାହିଁ । ଘରୋଇ କଂପାନୀକୁ ବିଜ୍ଞାପନ ନଦେବା ପାଇଁ ମଧ୍ୟ ଧମକ ଦିଆଯାଇଛି । ଏହା ପଛରେ ରହିଛି ଗୋଟିଏ ଉଦ୍ଦେଶ୍ୟ, ରାଜ୍ୟର ସବୁଠୁ ବଡ଼ ମିଡିଆ ହାଉସର କଣ୍ଠରୋଧ କରି ସତ ଠାରୁ ରାଜ୍ୟବାସୀଙ୍କୁ ଦୂରେଇ ରଖିବା । ବିଜେଡିର ଉପସଭାପତି ପଦରୁ ସୌମ୍ୟରଂଜନଙ୍କ ହଟାଇ ଦିଆଯାଇ ସଚିବ କେବଳ ବଡ଼ ନୁହଁନ୍ତି, ସର୍ବଶକ୍ତିମାନ ବୋଲି ପ୍ରମାଣ କରାଯାଇଛି । ଏହାକୁ ନେଇ ସୌମ୍ୟ ରଂଜନଙ୍କ ସପକ୍ଷରେ ବାହାରିଛନ୍ତି ବିରୋଧୀ । ବିଜେପି, ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଫାଇବ-ଟି ସଚିବଙ୍କ ବିରୋଧରେ ସ୍ୱର ଉଠାଇବାରୁ, ସରକାର ପ୍ରତିଶୋଧ ପରାୟଣ ହୋଇଛନ୍ତି । ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ରାଜ୍ୟରେ ସଚିବ ରାଜ ଚାଲିଛି । ୨୦୨୪ ଯାଏଁ ଆମେ ଆଖି ବୁଜି ଦେଇଛୁ । ଅପ୍ରିୟ ସତ କହିଲେ ବିଜ୍ଞାପନ ବନ୍ଦ ହେବ, ଗଣମାଧ୍ୟମର କଣ୍ଠରୋଧ କରାଯିବ, ଅପରାଧିକ ମାମଲା ଖଂଜି ଦିଆଯିବ ।

୧-ସରକାରଙ୍କ ଦୋଷ, ଦୁର୍ବଳତା ଦେଖାଇବା କଣ ଭୁଲ କି?
୨-ରେଡ ପଛରେ ରହିଛି କାହାର ହାତ?
୩- ପଲିଟିକାଲ ରେଡ ପଛରେ ଛାୟା ସରକାର
୪-କାହିଁକି ଗଣମାଧ୍ୟମର କରାଯାଉଛି କଣ୍ଠରୋଧ?
୫-ସମ୍ବାଦ ଭବନରେ ରେଡକୁ ନେଇ ସବୁ ମହଲରେ ଅସନ୍ତୋଷ
୬-ମିଛ ମାମଲରେ କରାଯାଇଛି ରେଡ୍
୭-ସୌମ୍ୟଙ୍କ ଆଲେଖ୍ୟକୁ ହଜମ କରିପାରିଲେନି କି ସରକାର?
୮-ସିଧାସଳଖ ଉତ୍ତର ନଦେଇ ପ୍ରତିଶୋଧ ପରାୟଣ ସରକାର
୯-ସମାଲୋଚନା କରିବା କଣ ଭୁଲ କି?
୧୦-ଉତ୍ତରଦାୟିତ୍ୱ ଗଣମାଧ୍ୟମର ଦାୟିତ୍ୱ ତୁଲାଇ ଆସୁଛି ସମ୍ବାଦ, କନକ
୧୧- ସରକାରଙ୍କ ପ୍ରତିଶୋଧ ପରାୟଣକୁ ଦେଖୁଛି ସାରା ଓଡିଶା
୧୨-ସରକାରଙ୍କ ଷଡଯନ୍ତ୍ରର ଜବାବ ଦେବେ ଜନତା