କନକ ବ୍ୟୁରୋ : ଜୁଲାଇ ମାସରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ପଛର କାରଣ କଣ ହୋଇପାରେ । ବରିଷ୍ଠ ଚିକିତ୍ସିକ ଡକ୍ଟର ନିରଜ ମିଶ୍ରଙ୍କ କହିବାନୁସାରେ, କରୋନା ସଂକ୍ରମଣକୁ ଏଡାଇବାକୁ ହେଲେ ଆମକୁ ୬ ଫୁଟ ପରିବର୍ତେ ୧୨ ଫୁଟର ସାମାଜିକ ଦୂରତା ରକ୍ଷା କରିବାକୁ ପଡିବ । ୟୁନିଭର୍ସିଟି ଅଫ ଟରୋନଟୋ, ୟୁନିଭର୍ସିଟି ଅଫ ସାଣ୍ଡିଆଗୋ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବାଂଗଲୋର ମିଳିତ ଭାବେ କରିଥିବା ଏକ ମ୍ୟାଥମାଟିକାଲ ଗବେଷଣା ଜଣାପଡିଛି ଯେ, ଡ୍ରପଲେଟ୍ ବ୍ୟାପିବା ସହିତ ଆଦ୍ରତାର ସମ୍ପର୍କ ରହିଛି ।
ଅର୍ଥାତ ଯଦି ଆଦ୍ରତା ୪୦ ପ୍ରତିଶତ ରହିଥାଏ, ତେବେ ଡ୍ରପଲେଟ ୮ଫୁଟ ପର୍ଯ୍ୟନ୍ତ ଯାଇପାରେ ଏବଂ ଯଦି ଆଦ୍ରତା ୮୦ ପ୍ରତିଶତ ରହେ ତେବେ ଡ୍ରପଲେଟ ୧୨ଫୁଟ ପର୍ଯ୍ୟନ୍ତ ଯିବାର କ୍ଷମତା ରହିଛି । ଓଡିଶାରେ ଜୁଲାଇ ମାସରେ ଆଦ୍ରତା ୯୦ ପ୍ରତିଶତ ରହିଥିବାରୁ ସଂକ୍ରମଣ ହାର ବଢିଥିବା ସେ ଆଶଙ୍କା କରିଛନ୍ତି । ତେଣୁ ଆଗକୁ ସାମାଜିକ ଦୂରତା ବଢାଇବାକୁ ସେ ଗୁରୁତ୍ୱ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/CORONA-4.jpg)