ବୟସ୍କ ନୁହଁ ଏହି ରୋଗରୁ ବର୍ତ୍ତୁନାହାନ୍ତି ଯୁବପିଢୀ ! ଯନ୍ତ୍ରଣାରେ ଛଟପଟ ହୋଇ ବିତୁଛି ଜୀବନ

359

ଅଷ୍ଟିୟୋ ଅର୍ଥରାଇଟିସ୍ ଗୋଟିଏ ସାଧାରଣ ପ୍ରକାରର ଆଣ୍ଠୁଜନିତ ରୋଗ ଏବଂ ଏଥିରେ ଗଣ୍ଠି ଯନ୍ତ୍ରଣା ମଧ୍ୟ ହୋଇଥାଏ । ଅର୍ଥରାଇଟିସ୍ ରୋଗରେ ଯନ୍ତ୍ରଣା ଏତେ ଗଭୀର ହୋଇଥାଏ ଯେ ବ୍ୟକ୍ତିକୁ ନା କେବଳ ଚଲାବୁଲାରେ ସମସ୍ୟା ଉପୁଜେ ଗୋଡ ମୋଡିବା ସମୟରେ ମଧ୍ୟ ଖୁବ୍ ଯନ୍ତ୍ରଣା ଅନୁଭବ ହୋଇଥାଏ ଏବଂ ଯନ୍ତ୍ରଣା ସ୍ଥାନରେ ଚିହ୍ନ ମଧ୍ୟ ରହିଯାଏ ।

 

ଅଷ୍ଟିୟୋ ଅର୍ଥରାଇଟିସ୍ ରୋଗର ଜାଞ୍ଚ୍ କରାନ୍ତୁ :
ଅଷ୍ଟିୟୋ ଅର୍ଥରାଇଟିସ୍ ର ଜାଞ୍ଚ କରିବା ଖୁବ୍ ସହଜ । ଡାକ୍ତରଙ୍କ ଦ୍ୱାରା ହୋଇଥିବା ଚିକିତ୍ସା ଏବଂ ଗଣ୍ଠିର ଏକ୍ସରେ ଦ୍ୱାରା ରୋଗର ଚିହ୍ନଟ ହୋଇଥାଏ ।

ଅଷ୍ଟିୟୋ ଅର୍ଥରାଇଟିସ୍ ରୋଗର ଚିକିତ୍ସା :

୧. ଏଭଳି ଅନେକ ଔଷଧ ଉପଲବ୍ଧ ରହିଛି ଯାହା ପୁନଃ କାର୍ଟିଲେଜ୍ ଡେଭଲେପ୍ ପାଇଁ ସହାୟକ ହୋଇଥାନ୍ତି । ଯାହାକୁ “କାର୍ଟିଲେଟ୍ ରିଜେନେରେଟର” ମଧ୍ୟ କୁହାଯାଏ ।
୨. ଏଥିରେ ଗଣ୍ଠି ମଝିରେ ଇଞ୍ଜେକସନ୍ ନେବାକୁ ପଡିଥାଏ । ଯାହାକୁ “ବିସକୋ ସପ୍ଲିମେଣ୍ଟେସସ୍” କୁହାଯାଏ । ଏଭଳି ଇଞ୍ଜେକସନ୍ ରେ ଅପରେସନ୍ କୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡିଥାଏ ।
ଏହି ରୋଗରୁ କିଭଳି ନିଜକୁ ରକ୍ଷା କରିବେ ?

ବ୍ୟାୟାମ କରନ୍ତୁ : ଅଷ୍ଟିୟୋ ଅର୍ଥରାଇଟିସ୍ ଯନ୍ତ୍ରଣାକୁ ଦୂର କରିବା ପାଇଁ ବ୍ୟାୟାମ କରନ୍ତୁ । ଏହା ଅସୁସ୍ଥ ଗଣ୍ଠିର ଆଖପାଖରେ ଥିବା ମାଂସପେଶୀକୁ ଷ୍ଟ୍ରଙ୍ଗ୍ କରିଥାଏ ।

ଥେରାପି : ଯନ୍ତ୍ରଣାରୁ ଆଶ୍ୱସ୍ତି ପାଇବା ପାଇଁ ଔଷଧ ବ୍ୟତିତ ଆପଣ ଥେରାପିର ମଧ୍ୟ ସାହାଯ୍ୟ ନେଇପାରିବେ । ଫିଜିଓଥେରାପି ଏଭଳି ଏକ ଥେରାପି,ଯେଉଁଥିରେ ଭିନ୍ନ ପ୍ରକାରରେ ଚିକିତ୍ସା ହୋଇଥାଏ । ଏହି ଥେରାପିରେ ବ୍ୟାୟାମ,ହାତର ବ୍ୟାୟାମ,ପେନ୍ ରିଲିଫ୍ ମୁଭମେଣ୍ଟ୍ ଯନ୍ତ୍ରଣା ଦୂର ହୋଇଥାଏ । ଏହି ଥେରାପି ଶରୀରରେ ଫୁର୍ତ୍ତି ଆଣିଥାଏ ।

ମସାଜ୍ : ଅଷ୍ଟିୟୋ ଅର୍ଥରାଇଟିସ୍ ରୋଗରେ ମସାଜ୍ ଖୁବ୍ ଫାଇଦା ହୋଇଥାଏ । ଏଥିରେ ଗଣ୍ଠି ମାଂସପେଶୀରେ ଷ୍ଟ୍ରଙ୍ଗ୍ ହୋଇଥାଏ । ଏହି ରୋଗ ଅଧିକାଂଶ ବୟୋଜ୍ୟୋଷ୍ଠ ମାନଙ୍କୁ ହୋଇଥାଏ । କିନ୍ତୁ କେବଳ ଯେ ବୟୋଜ୍ୟୋଷ୍ଠ ଏହି ରୋଗରେ ପୀଡିତ ଥା’ନ୍ତି ଏହା ନୁହଁ । ବର୍ତ୍ତମାନ ୩୦ ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ଲୋକଙ୍କୁ ଏହି ରୋଗ ହେବାର ଦେଖାଯାଉଛି । ବିଳାସସଂପର୍ଣ୍ଣ ଜୀବନଶୈଳୀ,ମେଦବହୁଳତା ଏବଂ ଜଙ୍କ୍ ଫୁଡ୍ ଆଦି ଖାଇବା ଏଭଳି କିଛି କାରଣ ଯୋଗୁଁ କମ୍ ବୟସର ବ୍ୟକ୍ତି ମଧ୍ୟ ଏହି ରୋଗର ଶିକାର ପାଲଟୁଛନ୍ତି । ଯଦି ଅର୍ଥରାଇଟିସ୍ ରୋଗରେ ପୀଡିତ ଥିବା କଥା ଜଣାପଡୁଛି ତେବେ ବ୍ୟାୟାମ ଚାଲୁରଖନ୍ତୁ । ଆରାମଦାୟକ ବ୍ୟାୟାମ କରନ୍ତୁ । ଯୋଗ ଏବଂ ନିତ୍ୟ ଚାଲିବା ଅଭ୍ୟାସ କରନ୍ତୁ ।

ଲକ୍ଷଣ :

ଆଣ୍ଠୁ-ଗଣ୍ଠିରେ ବ୍ୟଥା ହେବା ଏବଂ ଚିହ୍ନ ଦେଖାଯିବା । ଠିକରେ ଚଲାବୁଲା ନକରିପାରିବା ।
ସିଢି ଚଢିବାରେ କଷ୍ଟ ଅନୁଭବ କରିବା ।
ଖାଦ୍ୟରେ ପ୍ରୋଟିନ୍ କୁ ସାମିଲ କରନ୍ତୁ ।
ଆହାରରେ ୨୫ ପ୍ରତିଶତ ପରିବା ସାମିଲ କରନ୍ତୁ ।
ଫଳରେ କମଳା,କଦଳୀ,ନାସପତୀ,ସେଓ,ନଡିଆ ଏବଂ ତରଭୁଜ ଭଳି ଫଳ ସାମିଲ କରନ୍ତୁ ।
ମୂଳା,ଗାଜର,ମେଥି,କାକୁଡି ଖାଆନ୍ତୁ ।
କିଣା ଅଟା ବ୍ୟତୀତ ପେଶାଥିବା ଅଟାକୁ ଖାଆନ୍ତୁ,ଏଥିରେ ଅଧିକମାତ୍ରାରେ ଫାଇବର ଥାଏ ।
ଘରୋଇ ଚିକିତ୍ସା : ଦରଜ ସମୟରେ ସନ୍ ବାଥ୍ ନିଅନ୍ତୁ ।
୫ ରୁ ୧୦ ଗ୍ରାମ୍ ମେଥି ଦାନା ପାଉଡରକୁ ସକାଳେ ପାଣିରେ ଗୋଳାଇ ପିଅନ୍ତୁ ।
୪ ରୁ ୫ ଟି ରସୁଣର କୋଳକୁ କ୍ଷୀରରେ ମିଶାଇ ଫୁଟାଇ ପିଅନ୍ତୁ ।
ରସୁଣ ରସକୁ କର୍ପୁରରେ ମିଶାଇ ମାଲିସ୍ କରନ୍ତୁ ।
ଲାଲ୍ ତେଲରେ ମାଲିସ୍ କଲେ ଯନ୍ତ୍ରଣା ଦୂଳର ହୁଏ ।
ଗରମ କ୍ଷୀରରେ ହଳଦୀ ମିଶାଇ ଦିନକୁ ଦୁଇରୁ ତିନିଥର ପିଅନ୍ତୁ ।