କାହିଁକି ସକ୍ରିୟ ହୋଇପାରୁନି ମୌସୁମୀ ବାୟୁ? କଣ କହିଲେ ପାଣିପାଗ ବିଜ୍ଞାନୀ ଜାଣନ୍ତୁ ।

3,165

କନକବ୍ୟୁରୋ:କାହିଁକି ସକ୍ରିୟ ହୋଇପାରୁନାହିଁ ମୋସୁମୀ ବାୟୁ ଏ ନେଇ ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି । କଣ ରହିଛି ଏହା ପଛର କାରଣ କହିଲେ ପାଣିପାଗ ବିଜ୍ଞାନୀ । ଏହାର ପ୍ରଥମ କାରଣ ହେଉଛି ୱିଣ୍ଡ ପାର୍ଟନ ସୁହଉନଥିବା ବେଳେ ବାୟୁ ଚଳାଚଳରେ ଅସଙ୍ଗତି ଦେଖିବାକୁ ମିଳୁଛି। ଏଥିସହ ସେ କହିଛନ୍ତି ସାଧାରଣ ଦେଖାଯାଏ ଜୁନ ମାସରେ ୧ ରୁ ୨ ଟି ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହୁଏ ଯାହା ଚଳିତ ଥର ଦେଖିବାକୁ ମିଳିନି। ଯାହା ବାଦଲର ଘନତ୍ଵ ବଢ଼ାଇବାରେ ସହାୟକ ହେବାସହ ,ଏହା ବର୍ତ୍ତମାନ ପ୍ରଶାନ୍ତ ମହାସାଗରର ସକ୍ରିୟ ଥିବା ବେଳେ ଯାହା ବଙ୍ଗୋପସାଗରରେ ଆଉ ୨ରୁ ୪ ତାରିଖ ପରେ ପହଞ୍ଚିବ। ତେଣୁ ଏହା ମଧ୍ୟ ଏକ କାରଣ ହୋଇଛି ମୌସୁମୀ ବାୟୁ ଅଗ୍ରସର ବିଳମ୍ବ ପାଇଁ । ତେବେ ସାଧାରଣ ଭାବେ ମୌସୁମୀ ବାୟୁ ସକ୍ରିୟ ହେବା ପରେ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ଦେଖିବାକୁ ମିଳିଥାଏ। କିନ୍ତୁ ଚଳିତ ଥର ଗୋଟିଏ ଜାଗାରେ ମୌସୁମୀ ବାୟୁ ଦୀର୍ଘ ଦିନ ଧରି ସ୍ଥିର ହୋଇ ରହିଯିବ କାରଣରୁ ଏକ ଅସ୍ବାଭାବିକ ଜଳବାୟୁ ସ୍ଥିତି ଦେଖିବାକୁ ମିଳୁଛି। ଗ୍ରୀଷ୍ମ ପ୍ରବାହ, ଉଷ୍ମ ଆଦ୍ର ଜଳବାୟୁ ସ୍ଥିତି ଓ ଅନ୍ୟ ପଟେ ଉଷ୍ମ ରାତ୍ରି ମଧ୍ୟ ଦେଖିବାକୁ ମିଳୁଛି।