ଦେଶରେ କାହିଁକି ଜାରି ରହିଛି ଦ୍ୱିତୀୟ ଲହରର ଦ୍ରୁତଗତି? କାରଣ କହିଲେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

1,069

କନକ ବ୍ୟୁରୋ : ଦେଶରେ କାହିଁକି ଅଚାନକ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ? କେଉଁ କାରଣ ପାଇଁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି? ଏନେଇ କେତେକ କାରଣ ଉପରେ ଜୋର ଦେଇଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ।
ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଙ୍କ କହିବା ହେଲା, ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ପଛରେ ଅନେକ କାରଣ ରହିଛି । ହେଲେ ଦୁଇଟି ପ୍ରମୁଖ କାରଣ ହେଲା, ଜାନୁଆରୀ, ଫେବ୍ରୁଆରୀରେ କରୋନା ଟିକା ଆସିଯିବା ପରେ ଲୋକେ କରୋନା ବିରୋଧୀ ସତର୍କତା ଗ୍ରହଣ କରିବା ଛାଡିଦେଲେ । ହେଲେ ସେତେବେଳକୁ ଦେଶରୁ କରୋନାର ପ୍ରଭାବ କମିନଥିଲା । ବରଂ ଭୂତାଣୁ ତାର ରୂପ ବଦଳାଇ ଅଧିକ ସଂକ୍ରାମକ ପାଲଟିଗଲା । ସେହିପରି ଦେଶରେ ଧର୍ମୀୟ ଓ ରାଜନୈତିକ ସଭା ସମିତିରେ କଟକଣା ନଲଗାଇଲେ ଏହା କରୋନା ସଂକ୍ରମଣ ବୃଦ୍ଧିର କାରଣ ପାଲଟିବ ବୋଲି ସେ ଚେତାଇ ଦେଇଛନ୍ତି ।
ତେବେ ଆଗକୁ ଯଦି ଲୋକେ ସଚେତନ ନହୁଅନ୍ତି… ସାମାଜିକ ଦୂରତା ନରଖନ୍ତି ତାହେଲେ କରୋନା ମୁକାବିଲା କରିବା ଏକପ୍ରକାର ଜଟିଳ ହୋଇପଡିବ