ଏସି ଏବଂ ପରଫ୍ୟୁମ୍ ପାଇଁ ଅଧିକ ବ୍ୟାପୁଛି କରୋନା ଭାଇରସ୍ ! ସତର୍କ କଲେ ସରକାର । 

ଏସି ଏବଂ ପରଫ୍ୟୁମ୍ ପାଇଁ ଅଧିକ ବ୍ୟାପୁଛି କରୋନା ଭାଇରସ୍ ! ସତର୍କ କଲେ ସରକାର । 

ଚୀନ୍ ରେ ୯୦୦ ଲୋକଙ୍କୁ ମାରିଥିବା ମହାମାରୀ କରୋନା ଏତେ ଭୟଙ୍କର କାହିଁକି? ଏହାର କାରଣ ଏହି ଭୁତାଣୁ ସିଧାସଳଖ ବାୟୁରେ ମିଶେ ଏବଂ ଏହି କାରଣରୁ ସିଙ୍ଗାପୁର ପ୍ରଶାସନ ଲୋକଙ୍କୁ ଅପିଲ୍ କରି କହିଛନ୍ତି ଯେ କରୋନା ଭାଇରସ୍ ରୁ ବଂଚିବା ପାଇଁ ସେମାନେ ଏସିକୁ ବନ୍ଦ ରଖନ୍ତୁ ଏବଂ ତାଜା ପବନ ପାଇଁ ପଙ୍ଖାର ବ୍ୟବହାର କରନ୍ତୁ । ନୋବେଲ୍ କରୋନା ଭାଇରସ୍ ର ମୁଖ୍ୟ ଲକ୍ଷଣ ହେଉଛି ଜ୍ୱର ,କାଶ ଏବଂ ଶ୍ୱାସକ୍ରିୟାରେ ଅସୁବିଧା ଉପୁଜିବା । କରୋନା ଭାଇରସ୍ ର ଲକ୍ଷଣ ରେଡିୟୋଲଜିକଲ୍ ନିମୋନିଆ ଭଳି । ଏଥିରେ ୧୦ ରୁ ୨୦ ପ୍ରତିଶତ ମାମଲା ଏତେ ଗମ୍ଭୀର ହୋଇଛି ଯେ ଏଥିପାଇଁ ଭେଣ୍ଟିଲେଟର୍ ର ସହାୟତା ନେବାକୁ ପଡିଛି । ଏହି ମାମଲାରେ ମୃତ୍ୟୁର ହାର ୨ ପ୍ରତିଶତ ପାଖାପାଖି ରହିଛି । ମଣିଷରୁ ମଣିଷକୁ ଡେଉଁଥିବା ଏହି ଭାଇରସ୍ ଡ୍ରପଲେଟସ୍ /ଏୟାରସୋଲ୍ ମାଧ୍ୟମରେ ବ୍ୟାପିଥାଏ ।

publive-image

ଚୀନ୍ ବିଶେଷଜ୍ଞଙ୍କ କହିବାନୁସାରେ , କରୋନା ଭାଇରସ୍ ଲୋକଙ୍କୁ ବାୟୁ ମାଧ୍ୟମରେ ସଂକ୍ରମିତ କରିଥାଏ । ଏୟାରସୋଲ୍ ସଂକ୍ରମଣର ଅର୍ଥ ହେଉଛି କୌଣସି ସ୍ପ୍ରେ କିମ୍ବା ପରଫ୍ୟୁମ୍ ସ୍ପ୍ରେ କଲେ ଏହା ବାୟୁରେ ବ୍ୟାପିଥାଏ ଏବଂ ଅନ୍ୟ ବ୍ୟକ୍ତିଙ୍କ ନିଶ୍ୱାସପ୍ରଶ୍ୱାସରେ ଯାଇଥାଏ । ଏଥିରେ ଭାଇରସ୍ ବ୍ୟାପିବାର ମଧ୍ୟ ସମ୍ଭାବନା ଥାଏ । ଭୟଙ୍କର ଭାଇରସ୍ ନୋବେଲ୍ କରୋନା ଭାଇରସ୍ ଖାଲି ମଣିଷ ନୁହଁ ପଶୁପକ୍ଷୀଙ୍କୁ ମଧ୍ୟ ବ୍ୟାପିବାର ଦେଖାଯାଉଛି । ରିପୋର୍ଟରେ ପ୍ରଥମେ ପଶୁପକ୍ଷୀରୁ କିଛି ମଣିଷ ଏବଂ ପରେ ପୁରା ଦେଶକୁ ଏହି ଭାଇରସ୍ କାବୁ କରିଥିବା କଥା କୁହାଯାଉଛି । ଜାନୁଆରୀ ୩୦ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ମହାମାରୀକୁ ପବ୍ଲିକ୍ ହେଲ୍ଥ ଏମରଜେନ୍ସି ଅଫ୍ ଇଣ୍ଟରନ୍ୟାସନାଲ୍ କନ୍ସର୍ଣ୍ଣ (ପିଏଚଆଇଇସି) ଘୋଷିତ କରିଛି । ଏହି ଭାଇରସ୍ ବିକଶିତ ହେବାପରେ କୌଣସି ଲୋକକୁ ବ୍ୟାପିବାରେ ମାତ୍ର ୨ ସପ୍ତାହ ସମୟ ନେଇଥାଏ । କରୋନାକୁ ନେଇ ଭାରତରୁ ୩ ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ୯୦୦ ଜଣ ଲୋକ ମରିଥିବା ଏବଂ ୪୦,୦୦୦ ଲୋକ ସଂକ୍ରମିତ ହୋଇଥିବା ଖବର ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe