ଜଣେ ବି ଦୋଷୀ କୋର୍ଟରୁ ଖସି ନ ଯାଆନ୍ତୁ କି ଜଣେ ବି ନିଦ୍ଦୋଷ ଦଣ୍ଡ ନ ପାଆନ୍ତୁ । ଏମିତି ଲକ୍ଷ୍ୟ ରଖି ସେ କୋର୍ଟରେ ଅଭିଯୁକ୍ତଙ୍କ ସପକ୍ଷରେ ଲଢିଥା’ନ୍ତି

ଅଭିଯୁକ୍ତଙ୍କ ସପକ୍ଷରେ ଓକିଲ ଭାବେ ଏ.ପି ସିଂ ଙ୍କ ନାମ ଯୋଡି ହୋଇଯାଉଛି

2,263

କନକ ବ୍ୟୁରୋ : ଦେଶକୁ ବିଚଳିତ କରିଦେଇଥିବା ଦିଲ୍ଲୀର ନିର୍ଭୟା କାଣ୍ଡ ହେଉ କି ଧାର୍ମିକ ବିଶ୍ୱାସକୁ ଧୋକ୍କା ଦେଇଥିବା ବାବା ରାମ୍ ରହିମଙ୍କ ମାମଲା ହେଉ ବା ଦଳିତ ବନାମ ସବର୍ଣ୍ଣ କଥିତ ଗ୍ୟାଙ୍ଗ ରେପ୍ ଓ ହତ୍ୟା ବାଲା ହାଥରସ୍ କାଣ୍ଡ ହେଉ ଏସବୁ ମାମଲାରେ ଅଭିଯୁକ୍ତଙ୍କ ସପକ୍ଷରେ ଓକିଲ ଭାବେ ଏ.ପି ସିଂହ (ଅଜୟ ପ୍ରକାଶ ସିଂହ) ଙ୍କ ନାମ ଯୋଡି ହୋଇଯାଉଛି । ଏଥିରେ ସବୁଠାରୁ ବଡକଥା ଯେ ଏପି ସିଂହ ସବୁବେଳେ ଅଭିଯୁକ୍ତ ମାନଙ୍କ ପକ୍ଷରେ କୋର୍ଟରେ ଲଢୁଥିବାର ଦେଖିବାକୁ ମିଳୁଛି । ଏହାକୁ ନେଇ ଜନସାଧାରଣ ତାଙ୍କ ଉପରେ ପ୍ରଶ୍ନ ଉଠାନ୍ତି ଆଉ କହନ୍ତି ଯେ ଏ.ପି ସିଂହଙ୍କର ଯଦି ଏତେ ଖ୍ୟାତି ତେବେ ସେ କାହିଁକି ପୀଡିତାଙ୍କ ପକ୍ଷରେ ମାମଲା ଲଢନ୍ତି ନାହିଁ ? ନିର୍ଭୟା ମମଲାରେ ତାଙ୍କ ବିରୋଧରେ ଓକିଲ ଥିବା ସୀମା ସମୃଦ୍ଧି କୁଶୱା ବି ଏଥର ହାଥରସ୍ ମାମଲାରେ ତାଙ୍କ ବିରୋଧରେ ଓକିଲ ଭାବେ ଠିଆ ହେବେ ।

ଦୁଷ୍କର୍ମକାରୀଙ୍କୁ ମାନବ ସଭ୍ୟତା ଘୃଣା କରେ । ହେଲେ କ’ଣ ପାଇଁ କୋର୍ଟରେ ଦୁଷ୍କର୍ମକାରୀଙ୍କ ସପକ୍ଷରେ ଯୁକ୍ତି ବାଢନ୍ତି ଅଜୟ ପ୍ରକାଶ ସିଂ । ଅଭିଯୁକ୍ତଙ୍କ ସପକ୍ଷରେ ଲଢିବାର କ’ଣ ରହିଛି କାରଣ ? । ଏମିତି କିଛି ପ୍ରଶ୍ନର ଉତର ଦେଇ ଏ.ପି ସିଂ କହିଛନ୍ତି କି ‘ମୁଁ ଜଣେ ଓକିଲ, ଠିକ୍ ଓ ଭୂଲର ନିସ୍ପତ୍ତି ତ କୋର୍ଟ କରିଥାଏ । ହେଲେ ମୁଁ ସର୍ବଦା ଚେଷ୍ଟା କରିଥାଏ କି କୌଣସି ନିର୍ଦ୍ଦୋଷ ବ୍ୟକ୍ତି ଦଣ୍ଡ ନପାଉ କି କୌଣସି ଦୋଷୀ ପ୍ରତି କୋର୍ଟ କୋହଳ ମନୋଭାବ ପୋଷଣ ନକରନ୍ତୁ’ ।

ହାଥରସ୍ ଭଳି ସମ୍ବେଦନଶୀଳ ମାମଲାରେ ଆପଣ ଅଭିଯୁକ୍ତଙ୍କ ସପକ୍ଷରେ ଲଢିବା କେତେ ଯୁକ୍ତି ଯୁକ୍ତ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି ହଁ ମୁଁ ଅଭିଯୁକ୍ତ ମାନଙ୍କ ସପକ୍ଷରେ ମାମଲା ଲଢୁଛି । ଆପଣଙ୍କୁ ଅଭିଯୁକ୍ତଙ୍କ ପରିବାର ମାମଲା ଲଢିବାକୁ କହିଥଲେ ନା ଆପଣ ନିଜ ପକ୍ଷରୁ ହାଥରସ୍ ମାମଲା ଲଢିବାକୁ କହିଥିଲେ ବୋଲି ପ୍ରଶ୍ନର ଉତର ଦେଇ ଏ.ପି ସିଂହ କହିଛନ୍ତି କି ହାଥରସ୍ ମାମଲାରେ ମୁଁ ମାମଲା ଲଢିବାକୁ କହିନଥିଲି । ଅନ୍ୟ ମାମଲା ଭଳି ଏହି ମାମଲା ମୋ ପାଖକୁ ଆସିଥିଲା । ଏହି ମାମଲା ଲଢିବାକୁ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ମୋତେ ଅନୁରୋଧ କରାଯାଇଥିଲା । ଏହା ପରେ ମୁଁ ପୁରା ମାମଲାକୁ ପଢିଥିଲି ଓ ଲଢିବାକୁ ନିସ୍ପତ୍ତି ନେଇଥିଲି । ୪ ଅଭିଯୁକ୍ତଙ୍କ ପରିବାର ଲୋକେ, ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭାର ମାନବେନ୍ଦ୍ର ସିଂହ, ପୂର୍ବକେନ୍ଦ୍ରମନ୍ତ୍ରୀ ଡା. ଦିଗବିଜୟ ସିଂ ଏହି ମାମଲା ଲଢିବାକୁ ମୋତେ ଅନୁରୋଧ କରିଥିଲେ ବୋଲି ଏ.ପି ସିଂ କହିଛନ୍ତି ।
ଆପଣ ଅଭିଯୂୁକ୍ତଙ୍କ ପକ୍ଷରେ ମାମଲା ଲଢୁଛନ୍ତି ଯାହାକି ଦେଶର ଲୋକଙ୍କ ଭାବନାକୁ ଆଘାତ ପହଂଚାଉଛି , ଯାହା ଫଳରେ ଲୋକମାନେ ଆପଣଙ୍କୁ ବିରୋଧ କରୁଛନ୍ତି । ଏମିତି କିଛି ପ୍ରଶ୍ନର ଉତର ଦେଇ ଶ୍ରୀ ସିଂହ କହିଥିଲେ କି ‘ମୋତେ ସେମିତି କିଛି ଲାଗୂୁ ନାହିଁ, ଯେତେବେଳେ ଅଭିଯୁକ୍ତ ମାନଙ୍କ ସପକ୍ଷରେ ମାମଲା ଲଢିବାକୁ ମୋ ନାଁ ଉଠିଲା ସେତେବେଳେ ଦେଶର ଶହ ଶହ ଲୋକ ମୋତେ ଫୋନ କରି ଅଭିଯୁକ୍ତଙ୍କ ସପକ୍ଷରେ ମାମଲା ଲଢିବାକୁ ଅନୁରୋଧ କରିଛନ୍ତି ’ ।
ନିର୍ଭୟା ମାମଲାରେ ସୀମା ସମୃଦ୍ଧି କୁଶୱାଙ୍କ ଠାରୁ ଆପଣ ପରାସ୍ତ ହୋଇଥିଲେ । ହାଥରସ୍ ମାମଲାରେ ବି ଆପଣଙ୍କ ସାମ୍ନାରେ କୋର୍ଟରେ ଠିଆ ହେବେ ସୀମା । ଏହି ପ୍ରଶ୍ନର ଉତର ଦେଇ ଶ୍ରୀ ସିଂହ କହିଥିଲେ କି ଏହା ଏକ ଖୁସିର କଥା, ସୀମା ମୋର ସାନ ଭଉଣୀ ଭଳି ଆମେ ଦୁଇଜଣ ମୁହାଁ ମୁହିଁ ନୁହେଁ, କୋର୍ଟ ସାମ୍ନାରେ ଆମ ଆମର ପକ୍ଷ ରଖିବୁ ବୋଲି ଶ୍ରୀ କହିଥିଲେ ।
ଆପଣଙ୍କ ଉପରେ ଅଭିଯୋଗ ଆସୁଛି ଯେ ଆପଣ ସବୁବେଳେ ଅଭିଯୁକ୍ତଙ୍କ ସପକ୍ଷରେ ମାମଲା ଲଢୁଛନ୍ତି ? । ଏହାର ଉତର ଦେଇ ସେ କହିଛନ୍ତି କି ‘ଏହା ଏକ ଭୁଲ ଖବର । ଆପଣ ବୋଧେ ଜାଣି ନାହାନ୍ତି ମୁଁ ଅନେକ ମାମଲା ପୀଡିତାଙ୍କ ସପକ୍ଷରେ ଲଢିଛି । ଯେମିତି କି ହରିଦ୍ୱାରର ଗାୟତ୍ରୀ ମିଶନ ପରିବାରର ମୁଖ୍ୟ ପ୍ରଣବ ପାଣ୍ଡ୍ୟାଙ୍କ ବିରୋଧରେ ।