କନକ ବ୍ୟୁରୋ : ମନିଲଡ୍ରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଶୁଣାଣୀ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ । ଆବେଦନ ଉପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ଓ ଆସନ୍ତାକାଲି ଫଇସଲା ଶୁଣାଇବେ । ଦୁଇ ପକ୍ଷଙ୍କ ଦଲିଲ ଉପରେ ଶୁଣାଣି କରି କୋର୍ଟ ଇଡିକୁ ପ୍ରଶ୍ନ କରିଛନ୍ତି କି ଯଦି ଜ୍ୟାକଲିନଙ୍କ ନାଁରେ ପ୍ରମାଣ ସହ ଅଭିଯୋଗ ରହିଛି ତେବେ କାହିଁକି ଏବେସୁଦ୍ଧା ତାଙ୍କୁ ଗିରଫ କରାଯାଇନି । ଯଦି ଇଡି ତାଙ୍କ ପାଖରେ କୋଟି କୋଟି ଟଙ୍କା ଥିବା ଅଭିଯୋଗ ଆଣିଛି ତେବେ ସେହି ଟଙ୍କା କୁଆଡେ ଗଲା ତାର ଟେର କିଭଳି ଇଡି ପାଇନି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ସେପଟେ ଇଡି କହିଛି ଜ୍ୟାକଲିନ ତଦନ୍ତ ଓ ଜେରା ସମୟରେ ସହଯୋଗ କରୁନାହାଁନ୍ତି ଓ ବିଦେଶକୁ ଫେରାର ପାଇଁ ଯୋଜନା କରୁଛନ୍ତି । ତେଣୁ ତାଙ୍କ ବିରୋଧରେ ପୁଣି ଥରେ ଲୁକ ଆଉଟ ନୋଟିସ ଜାରି କରାଯାଉ । ଇଡିର ଏହି ଅଭିଯୋଗ ଜବାବ ରଖି ଜ୍ୟାକଲିନ କହିଛନ୍ତି ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଇଡି ତାଙ୍କୁ ବହୁତ ହଇରାଣ କରୁଛି ।