ହଠାତ ଆମେରିକା ଗସ୍ତରେ କାହିଁକି ଗଲେ ପାକିସ୍ତାନୀ ଜେନେରାଲ ମୁନିର୍  ?  ଆତଙ୍କବାଦର ଭୟ କଣ ଏତେ ଜୋର ଘାରିଛି ?

54

ପାକିସ୍ଥାନ ସେନାମୁଖ୍ୟ ଅଚାନକ ଆମେରିକା ଗସ୍ତ କରିଛନ୍ତି । ଏହ ପୂର୍ବରୁ ନିର୍ଦ୍ଧାରିତ କୌଣସି କାର୍ଯ୍ୟକ୍ରମ ନୁହେଁ । ତେଣୁ ଏ ଗସ୍ତ ଉପରେ ଏବେ ପ୍ରଶ୍ନ ଉଠିବ ସ୍ବାଭାବିକ ।
ନିକଟରେ ଆଫଗାନିସ୍ତାନ ସୀମାରୁ ଏପରି ସୂଚନା ଆସିଥିଲା ​​ଯେ ସେହି ସମଗ୍ର ଅଞ୍ଚଳରେ ଟିଟିପି ଯଥେଷ୍ଟ ପ୍ରଭାବ ବଢିଛି । ଖାଇବର ପାଖ୍ଟନଖୱା ର ଅନେକ ଅଞ୍ଚଳ ଅଛି ଯେଉଁଠାରେ ପାକିସ୍ତାନୀ ସେନାର କୌଣସି ନିୟନ୍ତ୍ରଣ ନାହିଁ ।

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର୍  ଆମେରିକା ଗସ୍ତରେ ଯାଇଛନ୍ତି । ସରକାରୀ ଭାବେ ତାଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦ ବିରୋଧରେ ପାକିସ୍ତାନର ଲଢେଇରେ ଆମେରିକାର ସାହାଯ୍ୟ ଲୋଡ଼ିବା କିନ୍ତୁ ଅନ୍ୟ କେତେକ ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ ଯେ, ଆମେରିକାରେ ସେ ସେନା ଏବଂ ସରକାରଙ୍କ କିଛି ବରିଷ୍ଠ ଅଧିକାରୀଙ୍କୁ ଭେଟିବେ । ଆଜିକାଲି ପାକିସ୍ତାନ ଏତେ ଆର୍ଥିକ ଦୁରାବସ୍ତା ଦେଇ ଗତି କରୁଛି ଯେ ସେମାନଙ୍କର ନେତା ଓ ଅଧିକାରୀମାନେ ଯେଉଁଆଡ଼େ ଯାଉଛନ୍ତି, କେବଳ ଆର୍ଥିକ ସାହାଯ୍ୟ ମାଗୁଛନ୍ତି ତେଣୁ ବହୁତ ଦେଶ ଏବେ ପାକିସ୍ଥାନକୁ ଆଉ ସାହାଯ୍ୟ ଦେବକୁ ଚାହୁଁନାହାନ୍ତି  କାରଣ ସେମାନେ ଋଣ ଆକାରରେ ନେଉଥିବା ଅର୍ଥ ପରିଶୋଧ କରିବାର ନାଁ ଧରୁନାହାନ୍ତି । ପ୍ରକୃତରେ ସେମାନେ ଋଣ ପରିଶୋଧ କରିବା ଅବସ୍ଥାରେ ନାହାନ୍ତି । ଏପରିକି ପାକିସ୍ଥାନର ପୁରୁଣା ମିତ୍ର ଚୀନ ଏବେ ଋଣ ପରିଶୋଧ କରିବାକୁ ନାଲି ଆଖି ଦେଖେଇବାକୁ ଆରମ୍ଭକଲାଣି ।

ଗତ କିଛିଦିନ ତଳେ ଆମେରିକା ମଧ୍ୟ ପାକିସ୍ଥାନକୁ ଦେଉଥିବା ଆର୍ଥିକ ସାହାଯ୍ୟ ବନ୍ଦ କରିଦେବାକୁ ଘୋଷଣା କରିଥିଲା । କୁହାଯାଉଛି ଯେ ଜେନେରାଲ ମୁନିର୍ ଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ଯେମିତି ହେଉ କିଛି ଆର୍ଥିକ ସାହାଯ୍ୟ ଲାଭ କରିବା ।

ଜେନେରାଲ ମୁନିର୍ ଙ୍କ ଏହି ଗସ୍ତର ଟାଇମିଂ କୁ ନେଇ ଏବେ ବହୁତ ପ୍ରଶ୍ନ ଉଠୁଛି । ଆଫଗାନିସ୍ତାନକୁ ଲାଗିଥିବା ପାକିସ୍ତାନ ସୀମାରେ ତେହେରିକ-ଇ-ତାଲିବାନ,ପାକିସ୍ତାନ ଯଥା ଟିଟିପିର ଉପଦ୍ରବ ଏବେ ଜୋର ଧରିଛି ।  ଟିଟିପି ଏବେ ଏମିତି ଆତଙ୍କ ଖେଳାଉଛି ଯେ ପାକିସ୍ଥାନ ତାକୁ ନିୟନ୍ତ୍ରଣ କରି ପାରୁନାହିଁ । ତାଲିବାନ ଜାଣିଶୁଣି ତାଙ୍କ ଉପରେ କୌଣସି ଚାପ ସୃଷ୍ଟି କରୁନାହିଁ । ଯେଉଥିପାଇଁ ପାକିସ୍ଥାନ ଓ ଅଫଗାନିସ୍ଥାନ ମଧ୍ୟରେ ସମ୍ପର୍କ ଏବେ ସାପ ନେଉଳ ପରି ହେଇଗଲାଣି ।

ଅକ୍ଟୋବର ମାସରେ ଜେନେରାଲ ମୁନିର୍ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନଙ୍କ ସହ ଫୋନରେ କଥା ହୋଇଥିଲେ। ଏଥିରେ ମୁନିର ପାକିସ୍ତାନର ଦୁରବସ୍ଥା ବିଷୟରେ କହିଥିଲେ ଏବଂ କିଛି ସାହାଯ୍ୟ ମିଳିବାକୁ ଆଶା ରଖିଥିଲେ । ଜୁଲାଇ ମାସରେ, ଯେତେବେଳେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ ଜେନେରାଲ ମାଇକେଲ ଏରିକ କୁରିଲା ପାକିସ୍ତାନ ଯାଇଥିଲେ, ସେଠାରେ ସେ ଜେନେରାଲ ମୁନିର୍ ଙ୍କୁ ଭେଟିଥିଲେ ଏବଂ ପାକିସ୍ଥାନରେ କେମିତି ଶାନ୍ତି ପୁନଃ ସ୍ଥାପିତ ହେବ ସେ ବିଷୟରେ ପାକିସ୍ତାନର ମନୋଭାବ ଜାଣିବାକୁ ଚେଷ୍ଟା କରିଥିଲେ ।

ଏବେ ପ୍ରଶ୍ନ ଉଠୁଛି ଜେନେରାଲ ମୁନୀରଙ୍କ ଆମେରିକା ଗସ୍ତ ପାକିସ୍ଥାନକୁ ଆତଙ୍କବାଦରୁ  ମୁକ୍ତ କରିବା ନା ଅନ୍ୟକିଛି ?

ଟିଟିପି ଦ୍ଵାରା ପାକିସ୍ତାନ ସେନା ଏବେ ଅତ୍ୟନ୍ତ ଭୟଭୀତ ସୀମାର କିଛି ଅଞ୍ଚଳରେ ପାକିସ୍ଥାନ ସେନାର କୌଣସି ନିୟନ୍ତ୍ରଣ ନାହିଁ ।  ଏଭଳି ସ୍ଥିତିରେ ପାକିସ୍ଥାନ ସେନା ମୁଖ୍ୟ କଣ ପାଇଁ ଆମେରିକା ଯାଇଛନ୍ତି ତାହା ସମୟ କହିବ ।