କନକ ବ୍ୟୁରୋ : ସିବିଏସଇ ପିଲା ପଢିବେନି ମୋଗଲ ଇତିହାସ । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ମୋଗଲ ଶାସନ ସମ୍ପର୍କିତ ପାଠ୍ୟକ୍ରମକୁ ବାଦ୍ ଦେବା ପାଇଁ ନିଷ୍ପତ୍ତି କରିଛି ଏନସିଇଆରଟି । ଦ୍ୱାଦଶ ଶ୍ରେଣୀ ଇତିହାସ ପାଠ୍ୟ ପୁସ୍ତକରୁ ଏହି ପାଠ୍ୟକ୍ରମକୁ ବାଦ ଦେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ବିଶେଷ କରି ସିବିଏସଇ ଦ୍ୱାଦଶ ଶ୍ରେଣୀରେ ପଢା ଯାଉଥିଲା- ଥିମ୍ସ ଅଫ ଇଣ୍ଡିଆନ ହିଷ୍ଟ୍ରି ପାର୍ଟ-୨ । ଏହି ପୁସ୍ତକରେ ଥିବା କିଙ୍ଗ୍ସ ଅଫ କ୍ରୋନିକିଲ୍ସ- ଦି ମୋଗଲ କେର୍ଟ୍ସ ପାଠ୍ୟକ୍ରମକୁ ହଟାଇ ଦିଆଯାଇଛି ।

Advertisment

ପିଲା ପଢିବେନି ମୋଗଲ ଇତିହାସ !

- ଏଣିକି ସିବିଏସଇ ଦ୍ୱାଦଶ ଶ୍ରେଣୀ ପିଲା ଆଉ ମୋଗଲ ଇସିହାସ ପଢି଼ବେ ନାହିଁ
- ଏହି ପାଠ୍ୟକ୍ରମକୁ ଇତିହାସ ବହିରୁ ବାଦ୍ ଦେବାକୁ ଏନସିଇଆରଟିର ନିଷ୍ପତ୍ତି
- ଥିମ୍ସ ଅଫ ଇଣ୍ଡିଆନ ହିଷ୍ଟ୍ରି ପାର୍ଟ-୨ ବହିରୁ ବାଦ୍ ପଡିବ ମୋଗଲ ଇତିହାସ
- ଷୋଡ଼ଶ ଓ ସପ୍ତଦଶ ଶତାବ୍ଦିର ମୋଗଲ ଇତିହାସକୁ ସଂପୂର୍ଣ୍ଣ ବାଦ୍ ଦିଆଯିବ
- ୨୦୨୩-୨୪ ଶିକ୍ଷାବର୍ଷରୁ ନୂଆ ପାଠ୍ୟକ୍ରମ ଲାଗୁ କରିବାକୁ ନିର୍ଦ୍ଦେଶ ଜାରି
- ଏଥିସହ ହିନ୍ଦୀ ପାଠ୍ୟ ପୁସ୍ତକରୁ କେତେକ କବିତା ଓ ପାରାଗ୍ରାଫ୍ ବାଦ୍ ଦେବାକୁ ନିର୍ଦ୍ଦେଶ
- ଦ୍ୱାଦଶ ଶ୍ରେଣୀ ନଗର ବିଜ୍ଞାନ ବହିରୁ କେତେକ ପାଠ୍ୟକ୍ରମ ମଧ୍ୟ ବାଦ୍ ଦିଆଯିବ
- ଆମେରିକାନ ହେଜିମନି ଇନ୍ ୱାର୍ଲ୍ଡ ପିଲିଟିକ୍ସ ଓ ଦି କୋଲ୍ଡ ୱାର ଏରାକୁ ବାଦ୍ ଦିଆଯିବ
- ଇଣ୍ଡିଆନ ପଲିଟିକ୍ସ ଆଫ୍ଟର ଇଣ୍ଡିପେଣ୍ଡେନ୍ସ ପୁସ୍ତକରୁ ମଧ୍ୟ କେତେକ ପାଠ୍ୟକ୍ରମ ବାଦ୍ ଦିଆଯିବ
- ଏରା ଅଫ ୱାନ ପାର୍ଟି ଡୋମିନାନ୍ସ ଓ ରାଇଜ ଅଫ ପପୁଲାର ମୋମେଣ୍ଟସକୁ ବାଦ୍ ଦିଆଯିବ