ଗାଜାର ସବୁଠୁ ବଡ ଡାକ୍ତରଖାନା ଅଲ-ଶିଫା ବର୍ତ୍ତମାନ ଇସ୍ରାଏଲ୍ ସେନାର ମୁଖ୍ୟ ଲକ୍ଷ୍ୟ ପାଲଟିଛି । ହସ୍ପିଟାଲ କମ୍ପ୍ଲେକ୍ସ ତଳେ ଥିବା ସୁଡ଼ଙ୍ଗରେ ହମାସର ଏକ କମାଣ୍ଡ ସେଣ୍ଟର ଅଛି ବୋଲି ଇସ୍ରାଏଲ ଅଭିଯୋଗ କରିଆସୁଛି ।ଗାଜାର ସବୁଠୁ ବଡ ଡାକ୍ତରଖାନା ଅଲ-ଶିଫା ଇସ୍ରାଏଲ୍ ସେନାର ମୁଖ୍ୟ ଲକ୍ଷ୍ୟ ପାଲଟିଛି। ହସ୍ପିଟାଲ କମ୍ପ୍ଲେକ୍ସ ତଳେ ଥିବା ସୁଡ଼ଙ୍ଗରେ ହାମାସର ଏକ କମାଣ୍ଡ ସେଣ୍ଟର ଅଛି ବୋଲି ଇସ୍ରାଏଲ ଅଭିଯୋଗ କରିଛି । ଅନ୍ୟପକ୍ଷରେ ଡାକ୍ତରଖାନା ଅଧିକାରୀ ଏବଂ ହମାସ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ହଜାର ହଜାର ପାଲେଷ୍ଟାଇନୀୟ ଡାକ୍ତରଖାନା ତଥା ଆଖପାଖରେ ଆଶ୍ରୟ ନେଇଥିବାର ଜଣାପଡିଛି । ସିଏନ୍ଏନ୍ ଅନୁଯାୟୀ, ଏଠାରେ ଥିବା ଡାକ୍ତରମାନେ ମହମବତୀ ଦ୍ୱାରା କାମ କରୁଛନ୍ତି ଏବଂ ସମୟ ପୂର୍ବରୁ ଜନ୍ମ ହେଇଥିବା ଶିଶୁମାନଙ୍କୁ ଫଏଲରେ ଗୁଡ଼ାଇ ରଖୁଛନ୍ତି ।

Advertisment

ବୁଧବାର ସକାଳେ (ସ୍ଥାନୀୟ ସମୟ) ଇସ୍ରାଏଲ୍ ସେନା କହିଛି ଯେ ଗାଜାସ୍ଥିତ ଶିଫା ହସ୍ପିଟାଲର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ହମାସ ବିରୁଦ୍ଧରେ ଏକ ସଠିକ୍ ତଥା ଟାର୍ଗେଟେଡ୍ ଅପରେସନ୍ କରୁଛନ୍ତି ।

ଅପରେସନକୁ ଯଥାର୍ଥତା ଦେବା ପାଇଁ ଇସ୍ରାଏଲ ଏହି ପ୍ରମାଣଗୁଡିକ ଦେଉଛି କି ?

ଆନ୍ତର୍ଜାତୀୟ ମାନବିକ ନିୟମ ଅନୁଯାୟୀ ଯୁଦ୍ଧ ସମୟରେ ଡାକ୍ତରଖାନାଗୁଡ଼ିକୁ ସୁରକ୍ଷା ଯୋଗାଇ ଦିଆଯିବା କଥା ।   ତେବେ ଇସ୍ରାଏଲ୍ ଏକ ବିବୃତ୍ତିରେ କହିଛି ଯେ ଶିଫା ହସ୍ପିଟାଲକୁ ସାମରିକ ବ୍ୟବହାର ପାଇଁ ଉପଯୋଗ କରାଯାଉଥିବାରୁ ଏହା ତାହାର ପ୍ରୋଟେକ୍ଟିଭ ଷ୍ଟାଟସକୁ ବିପଦରେ ପକାଉଛି । ଇସ୍ରାଏଲ୍ କହିବା ଅନୁସାରେ ଯେ ସେମାନେ  ହମାସ କାର୍ଯ୍ୟକର୍ତ୍ତାଙ୍କୁ ବିଲଡିଂ ଭିତରେ ଚାଲୁଥିବା ସାମରିକ  କାର୍ଯ୍ୟକଳାପ ବନ୍ଦ କରିବାକୁ ପର୍ଯ୍ୟାପ୍ତ ସମୟ ଦେଇଛନ୍ତି ।

ଇସ୍ରାଏଲର ସାମରିକ ମୁଖପାତ୍ର ପିଟର ଲର୍ନର୍ ସିଏନ୍ଏନ୍ କୁ କହିଛନ୍ତି ଯେ ହସ୍ପିଟାଲରେ ସାଧାରଣ ନାଗରିକଙ୍କ ଉପସ୍ଥିତି ସେଠାରେ ଗ୍ରାଉଣ୍ଡ ଅପରେସନକୁ କଷ୍ଟକର କରିଛି । ସେ କହିଛନ୍ତି ଯେ କ୍ଷୟକ୍ଷତି ରୋକିବା ପାଇଁ ଆମେ ଏହି ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଡାକ୍ତର ଏବଂ ଆରବୀୟ ଲୋକଙ୍କ ଉପସ୍ଥିତି ନିଶ୍ଚିତ କରିଛୁ ।

publive-image ଅଲ-ସିଫା ହସ୍ପିଟାଲ ଗାଜା

ହସ୍ପିଟାଲର ସ୍ଥିତି କେମିତି ଅଛି ?

ହସ୍ପିଟାଲର ଡାକ୍ତର ଖାଲିଦ ଆବୁ ସମ୍ରା ସିଏନଏନକୁ କହିଛନ୍ତି ଯେ କମ୍ପାଉଣ୍ଡରେ ଇସ୍ରାଏଲ ଅପରେସନ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ୩୦ ମିନିଟର ଚେତାବନୀ ଦିଆଯାଇଥିଲା । ସେ କହିଛନ୍ତି, 'ଆମକୁ ଝରକା ଏବଂ ବାଲକୋନି ଠାରୁ ଦୂରରେ ରହିବାକୁ କୁହାଯାଇଥିଲା। 'ଆମେ ସଶସ୍ତ୍ର ଯାନର ଶବ୍ଦ ଶୁଣିପାରୁଛୁ , ସେମାନେ କମ୍ପାଉଣ୍ଡର ପ୍ରବେଶ ପଥର ଅତି ନିକଟରେ ଥିବାର ଅନୁମାନ କରୁଛୁ ।‘

ଏହି ଆକ୍ରମଣ ପାଇଁ ହମାସ ବାଇଡେନଙ୍କୁ ଦାୟୀ କରିଛି ।

ପାଲେଷ୍ଟାଇନ ଗୋଷ୍ଠୀ ହମାସ ବୁଧବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗାଜାର ସବୁଠାରୁ ବଡ ଡାକ୍ତରଖାନାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ଅଭିହିତ କରିଛି ।ହମାସ ଏକ ବିବୃତ୍ତିରେ କହିଛି ‘ଯେ ଅଲ-ସିଫା ମେଡିକାଲ କମ୍ପ୍ଲେକ୍ସ ଉପରେ ଦଖଲ ପାଇଁ ହୋଇଥିବା ଆକ୍ରମଣ ପାଇଁ ଆମେରିକା ରାଷ୍ଟ୍ରପତି ବାଇଡେନ ସମ୍ପୂର୍ଣ୍ଣ ଭାବେ ଦାୟୀ ।

‘ବିବୃତ୍ତି ଅନୁଯାୟୀ, ଡାକ୍ତରଖାନା ସମ୍ବନ୍ଧରେ ଇସ୍ରାଏଲର ମିଥ୍ୟା ଦାବିକୁ ଗ୍ରହଣ କରି ହ୍ଵାଇଟ ହାଉସ୍ ଏବଂ ପେଣ୍ଟାଗନ୍ ସାଧାରଣ ନାଗରିକଙ୍କ ଉପରେ ଅଧିକ ନରସଂହାର କରିବା ପାଇଁ ଇସ୍ରାଏଲ୍କୁ ସବୁଜ ସଙ୍କେତ  ଦେଇଛନ୍ତି ।