ମୃତ୍ୟୁର ଅଢେଇ ମାସ ପର୍ଯ୍ୟନ୍ତ କାହିଁକି ରଖାଯାଇଥିଲା ସିଞ୍ଜୋ ଆବେଙ୍କ ମର ଶରୀର, ଜାଣନ୍ତୁ କାରଣ

1,177

କନକ ବ୍ୟୁରୋ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ଆଜି ରାଜକୀୟ ଢଙ୍ଗରେ ଅନ୍ତିମ ସଂସ୍କାର କରାଯାଇଛି । ଟୋକିଓ ଠାରେ ଆୟୋଜିତ ହୋଇଥିବା ଏହି ଅନ୍ତିମ ସଂସ୍କାରରେ ୨୧୭ ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି । ଏହା ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ଅଛନ୍ତି । କୁହାଯାଉଛି କି ଏହା ବିଶ୍ୱର ସବୁଠାରୁ ଦାମୀ ଅନ୍ତିମ ସଂସ୍କାର । ଏହି ଅନ୍ତିମ ସଂସ୍କାରରେ ପାଖାପାଖି ୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଚଳିତ ବର୍ଷ ଜୁଲାଇମାସ ୮ ତାରିଖରେ ଜଣେ ବ୍ୟକ୍ତି ସିଂଜୁ ଆବେଙ୍କୁ ଏକ ସଭାରେ ଗୁଳିକରି ହତ୍ୟା କରିଥିଲା । ହେଲେ ଅଢେଇମାସ ଧରି ସିଞ୍ଜୋ ଆବେଙ୍କ ମର ଶରୀରକୁ କାହିଁକି ଅନ୍ତିମ ସଂସ୍କାର କରାନଯାଇ ରଖାଯାଇଥିଲା ତାହାହିଁ ପ୍ରଶ୍ନବାଚୀ ।

ସିଞ୍ଜୋ ଆବେ ଜଣେ ବୌଦ୍ଧ ଧର୍ମର ଲୋକଥିଲେ । ବୌଦ୍ଧଧର୍ମ ପରମ୍ପରା ମୁତାବକ ଜୁଲାଇ ୧୫ ତାରିଖରେ ତାଙ୍କ ପରିବାର ଲୋକ ଅନ୍ତିମ ସଂସ୍କାର କରିଦେଇଥିଲେ । ଆଜି ଯେଉଁ ରାଜକୀୟ ଅନ୍ତିମ ସଂସ୍କାର ହେଉଛି ତାହା ଏକ ପ୍ରତିକାତ୍ମକ । ଏଠାରେ କେବଳ ଆବେଙ୍କ ଅସ୍ଥିକୁ ରଖାଯାଇଥିଲା । ଏହି ଅସ୍ଥି ଉପରେ ଆଜି ୨୧୭ ଟି ଦେଶର ପ୍ରତିନିଧି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।