ମାଲକାନଗିରି ପାଇଁ ଦୁଃଖ ଆଣିଛି ବନ୍ୟା । ପାଣିରେ ବୁଡ଼ିଛି ୯୩୩ ଗାଁ ହେଲେ କାହିଁକି ମାଲକାନଗିରିରେ ହେଉଛି ବନ୍ୟା ସ୍ଥିତି?

183

କନକ ବ୍ୟୁରୋ: ବନ୍ୟା ବିଭିଷିକାର ସବୁ ଚିତ୍ର ସେଇ କଥାକୁ ପ୍ରମାଣିତ କରୁଛି ଯାହା ଆଶଙ୍କା କରାଯାଉଥିଲା । ଗୋଦାବରୀ ନଦୀର ପଛୁଆ ପାଣି ଏବଂ ପୋଲାଭରମ୍ ପ୍ରକଳ୍ପର ପ୍ରଭାବ ଯୋଗୁଁ ମାଲକାନଗିରି ଜିଲ୍ଳାର ମୋଟୁ ଅଂଚଳରେ ବର୍ତମାନ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।

ଗୋଦାବରୀ ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଚିନା ଗୋଦାବରୀ, ସାବେରୀ ଏବଂ ସିଲେରୁ ନଦୀର ଜଳସ୍ତର ସ୍ଥିର ହୋଇ ରହୁଛି, ଯାହାର ସିଧାସଳଖ ପ୍ରଭାବ ମାଲକାନଗିରି ଜିଲ୍ଲା ଉପରେ ପଡୁଛି ।

ମାଲକାନଗିରି ପାଇଁ ଦୁଃଖ ଆଣିଛି ବନ୍ୟା

କାହିଁକି ମାଲକାନଗିରିରେ ହେଉଛି ବନ୍ୟା ସ୍ଥିତି?

ଆପଣ ଯଦି ସିମାନ୍ତ ମାଲକାନଗିରି ଜିଲ୍ଲାର ଭୌଗଳିକ ସ୍ଥିତିକୁ ଅନୁଧ୍ୟାନ କରିବେ, ତାହେଲେ ବନ୍ୟା ସ୍ଥିତିର ପ୍ରକୃତ କାରଣ ବୁଝିବାରେ ଅସୁବିଧା ରହିବ ନାହିଁ । ସାବେରୀ ନଦୀ ଏବଂ ସିଲେରୁ ନଦୀ ଇଂରାଜୀର ଅକ୍ଷର-ଭି ଆକୃତି ହୋଇ ମାଲକାନଗିରିର ମୁଗି ପଏଂଟରେ ମିଶିଛି । ଆଉ ମୁଗି ପଏଂଟରୁ ଇଂରାଜୀ ଅକ୍ଷର-ୱାଇ ର ଆକୃତି ନେଇ ଚୀନା ଗୋଦାବରୀ ନଦୀ ଆଗକୁ ବଢ଼ିଛି । ଯାହା ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ମିଶିଛି । ଆଉ ଯେତେବେଳେ ଗୋଦାବରୀ ନଦୀର ଜଳ ସ୍ଥଳ ବଢୁଛି । ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ଚୀନା ଗୋଦାବରୀର ଜଳସ୍ଥର ସ୍ଥିର ହୋଇଯାଉଛି । ଯାହାର ସିଧାସଳଖ ପ୍ରଭାବ ସାବେରୀ ନଦୀ ଏବଂ ସିଲେରୁ ନଦୀ ଉପରେ ପଡ଼ୁଛି । ଆଉ ମାଲକାନିଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି ।

ବଡ଼ କଥା ହେଉଛି ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପକୁ ବାରମ୍ବାର ବିରୋଧ କରି ଆସିଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି ଲେଖି ବାରମ୍ବାର ଜଣାଇଛନ୍ତି । ଏମିତି କି ମାମଲା ସୁପ୍ରିମକୋର୍ଟରେ ଚାଲିଛି । କାରଣ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନାର ଅନେକ ଅଂଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି । ଆଉ ସବୁ ଭିତରେ ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନତ୍ୟ ଦେଇଛନ୍ତି କେନ୍ଦ୍ର ସରକାର ।