ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବର୍ଣ୍ଣବୈଷମ୍ୟ ଟୁଇଟ୍ । ନିଜକୁ କଳା ଓ ଅସୁନ୍ଦର କହିଲେ ନୱାଜୁଦ୍ଦିନ । ସେ କଳା ଓ ଦେଖିବାକୁ ଅସୁନ୍ଦର ହୋଇଥିବାରୁ ତାଙ୍କ ବିପକ୍ଷରେ ଗୋରୀ ହିରୋଇନ୍ ମାନଙ୍କୁ ସିନେମାରେ ନିଆଯାଉନି । ବଲିଉଡର ଏମିତି ମନୋଭାବକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନୱାଜୁଦ୍ଦିନ ।
ଆଉ ଟୁଇଟ୍ କରି ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକମାନଙ୍କୁ କଟାକ୍ଷ କରିଛନ୍ତି । ସେ ଲେଖିଛନ୍ତି ‘ମୁଁ କଳା ଓ ଅସୁନ୍ଦର ହୋଇଥିବାରୁ ମୋ ସହ ଗୋରୀ ନାୟିକାମାନଙ୍କୁ ସିନେମାରେ ନିଆଯାଉନି । ମୋତେ ଏକଥା ଅନୁଭବ କରାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ’। ଏହି ୪୩ ବର୍ଷୀୟ ଅଭିନେତା ଜଣକ ଅନେକ ଚଳଚ୍ଚିତ୍ରରେ ଦମଦାର ଅଭିନୟ କରିଥିଲେ ମଧ୍ୟ ତାଙ୍କ ବିପକ୍ଷରେ କୌଣସି ଗ୍ଲାମରସ ନାୟିକାଙ୍କୁ ସନେମାରେ ନେଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/actor-nawazuddin-siddiqui_.jpg)