ଫେସବୁକର ନୂଆ ଅବତାର ମେଟା । କାହିଁକି ବଦଳିଲା ଫେସବୁକର ନାଁ ? ପଡିବ କି ୟୁଜର୍ସଙ୍କ ଉପରେ ପ୍ରଭାବ?

247

କନକ ବ୍ୟୁରୋ: କାହିଁକି ବଦଳିଲା ‘ଫେସବୁକ୍’ କମ୍ପାନୀର ନାଁ? ମେଟାଭର୍ସ ୱାର୍ଲ୍ଡ ପାଇଁ ଜୁକରବର୍ଗଙ୍କ ଯୋଜନା । ବିଶ୍ୱରେ ସର୍ବାଧିକ ବ୍ୟବହାର ହେଉଥିବା ସୋସିଆଲ ମିଡିଆ ଫେସବୁକ ତାର କମ୍ପାନିର ନାଁ ପରିବର୍ତ୍ତନ କରିଛି । ଏନେଇ ଘୋଷଣା କରିଛନ୍ତି କମ୍ପାନି ସିଇଓ ମାର୍କ ଜୁକରବର୍ଗ । କମ୍ପାନିର ନୂଆ ନାଁ ମେଟା । ଏଠାରେ ସ୍ପଷ୍ଟ କରିଦେବାକୁ ଚାହିଁବୁ ଯେ, ଆପଣ ବ୍ୟବହାର କରୁଥିବା ଫେସବୁକର ନାଁ ବଦଳି ନାହିଁ । ଅର୍ଥାତ ମେଟା କମ୍ପାନି ଅଧିନରେ ରହିବ ଫେସବୁକ, ହ୍ୱାଟ୍ସଆପ ଓ ଇନଷ୍ଟାଗ୍ରାମ ଭଳି ଆପ୍ଲିକେସନ୍ । ତେବେ କାହିଁକି କମ୍ପାନୀର ନାଁରେ ପରିବର୍ତ୍ତନ କରାଗଲା? କମ୍ପାନି ମୁଖ୍ୟ ମାର୍କ ଜୁକରବର୍ଗ ଚାହୁଁଥିଲେ ଯେ, କମ୍ପାନିକୁ କେବଳ ଏକ ସୋସିଆଲ ମିଡିଆ କମ୍ପାନି ଭାବେ ବିଚାର କରାନଯାଉ ।

ମେଟାଭର୍ସକୁ ଆପଣ ଡିଜିଟାଲ ବିଶ୍ୱ ବୋଲି କହିପାରିବେ । ଅର୍ଥାତ ଯେଉଁଠି ଲୋକେ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ନରହି ଡିଜିଟାଲ ଆକାରରେ ଉପସ୍ଥିତ ରହିବେ । ଟିକେ ଭଲକରି ବୁଝିଲେ ଲୋକଙ୍କ ଅବତାର ବୋଲି କହିପାରିବା ।

ମେଟାଭର୍ସ ଅର୍ଥାତ ଅବତାର

– ଫିଜିକାଲ ଓ ଡିଜିଟାଲ ବିଶ୍ୱର ମିଶ୍ରଣ ହେବ

– ଆପଣ ନଥିବେ କେବଳ ଆଫଣଙ୍କ ପ୍ରତିଛବି ଥିବ

– ଆପଣଙ୍କ ଡିଜିଟାଲ ଅବତାର ମିଟିଂରେ ଯୋଗଦେବ

– ସାଙ୍ଗମାନଙ୍କ ସହ ଭିଡିଓ ଗେମରେ ଭାଗନେବେ

– ନିଜେ ନଯାଇ କନସର୍ଟରେ ଯୋଗଦେଇ ପାରିବେ

– ଏପରିକି ସୋ-ରୁମରୁ ପୋଷାକ ଟ୍ରାଏ କରି ଚୟନ କରିବେ

ମାର୍କ ଜୁକରବର୍ଗ ବହୁ ପୂର୍ବରୁ ଡିଜିଟାଲ ରିୟାଲିଟି ଓ ଅଗମେଂଟେଡ ରିୟାଲିଟିରେ ବିପୁଳ ନିବେଶ କରିଆସୁଛନ୍ତି । ତେବେ ଏହି କ୍ଷେତ୍ରରେ କେବଳ ଫେସବୁକ ନୁହେଁ ମାଇକ୍ରୋସଫ୍ଟ ଭଳି ବଡ କମ୍ପାନି ମଧ୍ୟ ନିବେଶ କରୁଛି । କହିବାକୁ ଗଲେ ମେଟାଭର୍ସ ଦୁନିଆରେ ପ୍ରବେଶ କରିବାକୁ ହିଁ ଫେସବୁକ ତାର କମ୍ପାନିର ନାଁ ବଦଳାଇ ମେଟା କରିଛି ।