ବର୍ତ୍ତମାନ ଷ୍ଟ୍ରିଟ୍ ଫୁଡ୍ ର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସଭିଙ୍କୁ ଫାଷ୍ଟ୍ ଫୁଡ୍ ଖାଇବା ବହୁତ ପସନ୍ଦ ଏବହ ଏହି ଫାଷ୍ଟଫୁଡ୍ ଭିତରେ ମୋମୋ ହେଉଛି ପ୍ରଥମ । ବଜାରରେ ମିଳୁଥବା ଭେରାଇଟି ମୋମୋ ଯେଭଳି ଭେଜ୍, ନନଭେଜ୍ , ଷ୍ଟିମ୍ଡ,ତନ୍ଦୁରୀ ଏବଂ ଫ୍ରାଇଡ୍ ମୋମୋଜ୍ ଆଦିକୁ ଆପଣ ମଧ୍ୟ ଖାଇବାକୁ ଭଲ ପାଆନ୍ତି । ତେବେ ସମୟ ଥାଉ ଥାଉ ସତର୍କ ହୋଇଯାଆନ୍ତୁ ନଚେତ୍ ଆପଣଙ୍କ ଏହି ଜିହ୍ୱାଲାଳସା କେଉଁଦିନ ସ୍ୱାସ୍ଥ୍ୟ ପାଇଁ ବିପଦ ନେଇ ଆସିବ ତାହା ଆପଣ ମଧ୍ୟ ଜାଣିପାରିବେ ନାହିଁ ।
ମୋମୋଜ୍ ଖାଇଲେ ହୁଏ କ’ଣ?
୧. ମଇଦାରୁ ପ୍ରସ୍ତୁତ ହେଉଥିବା ମୋମୋଜ୍ ଆପଣଙ୍କ ପାଚନପ୍ରକ୍ରିୟାକୁ ଖରାପ କରିପାରେ ।
୨. ଏଥିରେ କ୍ୟାଲୋରୀର ମାତ୍ରା ଅଧିକ ଥାଏ କିନ୍ତୁ ପୋଷକ ତତ୍ତ୍ୱର ମାତ୍ରା କମ୍ ଥାଏ ତେଣୁ ଏହା କେବଳ ପାଟିକୁ ଖାଇବାକୁ ଭଲ ଲାଗେ । କିନ୍ତୁ କୌଣସି ପୋଷକ ତତ୍ତ୍ୱ ମିଳେନାହିଁ ।
୩. ମୋମୋଜ୍ ପ୍ରସ୍ତୁତି ସମୟରେ ସଫାସୁତୁରାର ଧ୍ୟାନ ଦିଆଯାଏ ନାହିଁ । ଏହା ଏକ ଗମ୍ଭୀର କାରଣ ଯେଉଁଥିରେ ବାକି ଷ୍ଟ୍ରିଟ୍ ଫୁଡ୍ ବଦଳରେ ମୋମୋଜ୍ ସବୁଠାରୁ ଅଧିକ ଦେହ ପାଇଁ ବିପଦ ଆଣିଥାଏ । ଏଥିସହ ଖିଆ ଯାଉଥିବା ଚଟଣୀ ଏବଂ ମାୟୋନିଜ୍ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଖରାପ ହୋଇଥାଏ ।
୪. ମୋମୋଜ୍ ପ୍ରସ୍ତୁତି ସମୟରେ ଏହାକୁ କୋମଳ କରିବା ପାଇଁ ବ୍ଲିଚିଂ ମଇଦାର ବ୍ୟବହାର କରାଯାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ଇନସୁଲିନ୍ ଲେବଲ୍ ଖରାପ ହୋଇଯାଏ । ମଇଦାରେ ଫାଇଭର୍ ନଥାଏ ଯାହାକୁ ସଫା ଏବଂ ଚମକାଇବା ପାଇଁ ବେଞ୍ଜୋଇଲ୍ ପେରୋକ୍ସାଇଡରେ ବ୍ଲିଚ୍ କରାଯାଏ,ଯାହା ଶରୀର ପାଇଁ ଖୁବ୍ କ୍ଷତିକାରକ ।
୫. ମଇଦାର ସେବନ କରିବା ଦ୍ୱାରା ବ୍ୟକ୍ତିଙ୍କ ହଜମକ୍ରିୟା ବ୍ୟାଘାତ ହୋଇଥାଏ । ଏହାଦ୍ୱାରା ଫୁଡ୍ ପଏଜନିଙ୍ଗ୍ ହେବାର ଭୟ ମଧ୍ୟ ଲାଗି ରହିଥାଏ । ଏଥିରେ ମୋନୋସୋଡିୟମ୍ ଗ୍ଲୁଟାମେଟ୍ ରହିଥାଏ ଯାହା ହାଡକୁ ଦୁର୍ବଳ କରିବାରେ ଯଥେଷ୍ଟ । ଏଥିରେ ନର୍ଭସ୍ ଡିସଅର୍ଡରର ଅସୁବିଧା ବି ଦେଖାଯାଏ ।
ମୋମୋଜ୍ ର ଷ୍ଟଫିଙ୍ଗ୍ ରେ ବି ବଢିଯାଏ ବିପଦ :
ଭେଜ୍ ମୋମୋଜ୍ ର ଷ୍ଟଫିଙ୍ଗ୍ ପାଇଁ ବନ୍ଧାକୋବିର ବ୍ୟବହାର କରାଯାଏ । ଏହି ସମୟରେ ବନ୍ଧାକୋବିକୁ ଭଲଭାବରେ ଭଜା ମଧ୍ୟ ଯାଇନଥାଏ । ଯେଉଁଥିପାଇଁ ପେଟରେ କୃମି ହେବାର ଅଧିକ ସମ୍ଭାବନା ଥାଏ ।
ରାଗ ଚଟଣୀରେ ମଧ୍ୟ ରୋଗ ବଢିଥାଏ :
ମୋମୋଜ୍ ର ସ୍ୱାଦ ଏଥିରେ ମିଳୁଥିବା ରାଗ ଚଟଣୀ ବିନା ଅଧୁରା ଅଟେ । କିନ୍ତୁ ଏହି ଚଟଣୀ ଯେ ଅର୍ଶ ରୋଗକୁ ନିମନ୍ତ୍ରଣ ଦେବାରେ ପ୍ରଥମ ଏହା କ’ଣ ଆପଣ ଜାଣିଛନ୍ତି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/momos_are_the_worst_stree.jpg)
/kanak/media/post_attachments/wp-content/uploads/2018/12/img11-300x160.jpg)
/kanak/media/post_attachments/wp-content/uploads/2018/12/maxresdefault-3-300x169.jpg)
/kanak/media/post_attachments/wp-content/uploads/2018/12/maxresdefault-1-1-300x169.jpg)