ମଧ୍ୟାହ୍ନ ଭୋଜନ ପରେ ପ୍ରତି ଲୋକ କାହିଁକି ବିଶ୍ରାମ ନେବାକୁ ଆଗ୍ରହ କରନ୍ତି , ଏଭଳି ସମସ୍ୟା ପଛରେ କଣ ରହିଛି ବୈଜ୍ଞାନିକ କାରଣ ?

508

କନକ ବ୍ୟୁରୋ : ସେ ଚାକିରି କରିଥିବା ଲୋକ ହୁଅନ୍ତୁ କି ଶ୍ରମଜୀବୀ, ପ୍ରତିଟି ଲୋକ ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ପାଇଁ ବି ହେଉ ବିଶ୍ରାମ ନେବାକୁ ଚେଷ୍ଟା କରନ୍ତି ବା ଆଗ୍ରହ କରିଥାନ୍ତି । ମଧ୍ୟାହ୍ନ ଭୋଜନ ପରେ ସାମାନ୍ୟ ନିଦ ଆସିବା ମଣିଷମାନଙ୍କ ପାଇଁ ଏକ ସ୍ୱଭାବିକ ପ୍ରକ୍ରିୟା । ଖାଇବା ପରେ ନିଦ ଆସିବାକୁ ପ୍ରାୟ ଲୋକ ଏହାକୁ ହଜମ ପ୍ରକ୍ରିୟା ସହ ଯୋଡି ଦେଇଥାନ୍ତି । ଖାଇବା ପରେ ନିଦ ଆସିବାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି । ଯଦିଓ ବିଜ୍ଞାନରେ ନିଦ ସହ ହଜମ ପ୍ରକ୍ରିୟାର କୌଣସି ସଂପର୍କ ନଥିବା କଥା କୁହାଯାଇଛି ।

ଖାଦ୍ୟରେ ଥିବା ଉପାଦାନ : ଖାଦ୍ୟରେ ରହିଥିବା କିଛି ଉପାଦାନ ନିଦ୍ରାର କାରଣ ହୋଇପାରେ । ହେଲେ ଏହାର ପରିମାଣ ସ୍ୱଳ୍ପ ବୋଲି ଡାକ୍ତରୀ ବିଜ୍ଞାନରେ ଉଲ୍ଲେଖ ରହିଛି । ଏହା ବ୍ୟକ୍ତିର ସଜାଗ ରହିବା କ୍ଷମତା ଉପରେ କୌଣସି ପ୍ରଭାବ ପକାଇ ନଥାଏ । ହେଲେ ଖାଦ୍ୟରେ କିଛି ତତ୍ତ୍ୱ ରହିଥାଏ ଯାହାକି ନିଦ ଆଣିବାରେ ବେଶ୍ ସହାୟକ ହୋଇଥାଏ । ଯେମିତି କି, ମେଲାଟୋନିନ୍ ।

ମେଲାଟୋନିନ : କେତକ ଖାଦ୍ୟରେ ମେଲାଟୋନିନ ନାମକ ହରମୋନର ମାତ୍ର ଖୁବ କମ୍ ରହିଥାଏ । ଯଦିଓ ଶୋଇବା ସମୟରେ ମେଲାଟୋନିନର ଭୂମିକା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଖାଦ୍ୟରେ ଏହାର ନିମ୍ନସ୍ତର ନିଦ୍ରାକୁ ବହୁ ମାତ୍ରରେ ପଭାବିତ କରିନଥାଏ ।

ଟ୍ରିଫ୍ଟୋଟାନ୍ : ଅନ୍ୟ କେତକ ଖାଦ୍ୟ ଖାଇବା ଦ୍ୱାରା ଶରୀର ଅଳସୁଆ ଲାଗିଥାଏ । ବିଶେଷ କରି ସେହି ଖାଦ୍ୟରେ ଟ୍ରିଫ୍ଟୋଟାନ ନାମକ ତତ୍ତ୍ୱ ରହିଥାଏ । ଟ୍ରିଫ୍ଟୋଟାନ ଶରୀରକୁ ଯିବା ପରେ ସେରୋଟୋନିନ୍ ଓ ଶେଷରେ ମେଲାଟୋନିନରେ ପରିଣତ ହୋଇଥାଏ । ଯାହାକି ନିଦ୍ରା ବୃଦ୍ଧି କରିବାରେ ସହଯୋଗ କରେ । ତଥାପି ଏହାର ପ୍ରଭାବ ସାମାନ୍ୟ ବୋଲି କୁହାଯାଏ ।

ଆଲକହଲ୍ : ଆଲକହଲ ସେବନ ପରେ ଏହା ଶରୀରକୁ ଅଳସୁଆ କରିଦଏ ଓ ନିଦ୍ରା ଆସିଯାଇଥାଏ । ଆଲକହଲରେ ଥିବା ଆଡେନୋସାଇନର ପ୍ରଭାବରେ ଏଭଳି ହୋଇଥାଏ । ହେଲେ ମଧ୍ୟାହ୍ନ ଭୋଜନ ପରେ ନିଦ୍ରା ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଡାକ୍ତରୀ ବିଜ୍ଞାନରେ ସ୍ପଷ୍ଟ ହୋଇନାହିଁ ।