ସବୁ କମ୍ପାନୀର ବ୍ଲେଡ ମଧ୍ୟରେ କାହିଁକି ଥାଏ ଏକା ଭଳି ଡିଜାଇନ୍ ? ଜାଣନ୍ତୁ ଏହାର ରୋଚକ କାରଣ
ସେଭିଙ୍ଗ କିମ୍ବା ବାଳ କାଟିବା ସମୟରେ ଆପଣ କେବେ ନା କେବେ ନିଶ୍ଚୟ ବ୍ଲେଡ ଦେଖିଥିବେ । ମାର୍କେଟରେ ଏମିତି ଅନେକ କମ୍ପାନୀ ଅଛି, ଯିଏ ବ୍ଲେଡ ତିଆରି କରନ୍ତି । କିନ୍ତୁ ଏହା ମଧ୍ୟରେ ଏକ ବିଶେଷ କଥା ଏହା ଯେ, ବ୍ଲେଡର ମଧ୍ୟରେ ଥିବା ଡିଜାଇନ୍ ସବୁଥିରେ ଏକା ଭଳି ହୋଇଥାଏ । ପ୍ରତ୍ୟେକ କମ୍ପାନୀର ବ୍ଳେଡ ମଧ୍ୟରେ ଥିବା ଡିଜାଇନ୍ ଏକା ଭଳି ହେବାର କାରଣ କ’ଣ ଜାଣନ୍ତୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ବର୍ଷ ୧୯୦୧ରେ ଜିଲେଟ୍ କମ୍ପାନୀର ସଂସ୍ଥାପକ, କିଙ୍କ କ୍ୟାମ୍ପ ଜିଲେଟ୍ ନିଜ ସହଯୋଗୀ ୱିଲିୟମ୍ ନିକର୍ସନଙ୍କ ସହିତ ମିଶି ବ୍ଲେଡର ଡିଜାଇନ୍ କରିଥିଲେ । ସେହି ବର୍ଷ ସେ ଡିଜାଇନର ପେଟେଂଟ ବି କରିନେଇଥିଲେ ଏବଂ ୧୯୦୪ରେ ବ୍ଲେଡର ଉତ୍ପାଦନ ଆରମ୍ଭ କରିଦେଲେ ।
ପ୍ରାରମ୍ଭରେ ଜିଲେଟ ହିଁ ଏକମାତ୍ର ଏମିତି କମ୍ପାନୀ ଥିଲା ଯିଏ ବ୍ଲେଡ ଓ ରେଜରର ନିର୍ମାଣ କରିଥିଲା । ସେହି ସମୟରେ ବୋଲ୍ଟ ଜରିଆରେ ରେଜରରେ ବ୍ଲେଡ ଫିଟ୍ କରାଯାଉଥିଲା । ସେଥିପାଇଁ ବ୍ଳେଡର ମଝିରେ ବିଶେଷ ପ୍ରକାରର ଡିଜାଇନ୍ ତିଆରି କରାଯାଇଥିଲା । ଜିଲେଟ୍ କମ୍ପାନୀର ବ୍ୟବସାୟ ଆଗକୁ ବଢ଼ିବାରୁ ମାର୍କେଟକୁ ଅନ୍ୟ କମ୍ପାନୀ ଆସିଲେ । ସେମାନେ ପୁରୁଣା ଡିଜାଇନକୁ ନକଲ କରିନେଲେ । ସେତେବେଳେ ଜିଲେଟ୍ ହିଁ ଏକମାତ୍ର କମ୍ପାନୀ ଥିଲା, ଯିଏ ରେଜର ତିଆରି କରୁଥିଲା । କମ୍ପାନୀ ନୂଆ ଡିଜାଇନ୍ କଲେ ତାହା ରେଜରରେ ଫିଟ୍ ବସୁନଥିଲା । ସେଥିପାଇଁ ଯେଉଁ ଡିଜାଇନ୍ କିଙ୍ଗ କ୍ୟାପ୍ ତିଆରି କରିଥିଲା, ତାହା ଆଗକୁ ଆଗକୁ ଅନୁସରଣ ହେବାକୁ ଲାଗିଲା । ଆଉ ସମସ୍ତ କମ୍ପାନୀର ବ୍ଲେଡର ଡିଜାଇନ୍ ଏକା ଭଳି ହେଲା ।