କନକ ବ୍ୟୁରୋ : ବାରମ୍ବାର ମହାନଦୀରେ ଭାସି ଯାଉଛନ୍ତି ହାତୀ । ସୁଅରେ ଭାସି ଯାଇ ମୃତ୍ୟୁମୁଖରେ ପଡିଛନ୍ତି ହାତୀ । କାହିଁକି ଓ କେମିତି ମହାନଦୀରେ ଭାସି ଯାଉଛନ୍ତି ହାତୀ ? ଆଉ ଏଥିପାଇଁ ଦାୟୀ କିଏ ? ଏ ସବୁର ଉତ୍ତର ଖୋଜିବା ପାଇଁ ହାତୀ ଚଲାପଥ କୁହାଯାଉଥିବା ବାଙ୍କୀର ଦେବୀ ଦ୍ୱାର ନିକଟରେ ସ୍ଥିତି ପରଖିଥିଲେ ଆମ ପ୍ରତିନିଧି ।
ମହାନଦୀରେ ହାତୀ ପଲ । ହାତୀ ଚଲାପଥରେ ପାହାଚ । କଟକ ଜିଲ୍ଲା ବାଙ୍କୀ ତ୍ରିଶୁଳିଆ ରାସ୍ତାର ଦେବୀଦ୍ୱାର ହାତୀ ଚଲାପଥ ବୋଲି କୁହାଯାଏ । ଋତୁ ଅନୁସାରେ, ହାତୀପଲ ଚନ୍ଦକା ଅଭୟାରଣ୍ୟରୁ ଦେବୀଦ୍ୱାର ଦେଇ ମହାନଦୀର ଆରପଟେ ଥିବା ଆଠଗଡ ସଂରକ୍ଷିତ ଜଙ୍ଗଲକୁ ଯାଇଥାନ୍ତି । ସେଠାରେ ମାସେ-ଦୁଇମାସ ରହିବା ପରେ ପୁଣି ସେହି ରାସ୍ତା ଦେଇ ଫେରିଥାନ୍ତି । ହେଲେ ଗତ କିଛି ବର୍ଷ ହେବ ହାତୀ ସେମାନଙ୍କ ରାସ୍ତା ବଦଳାଇ ଦେଇଛନ୍ତି ।
ହାତୀ ଚଲାପଥରେ ରାସ୍ତା ଉଚ୍ଚା ହେବା ସହ ଏହି ଉଚ୍ଚ ପାହାଚ ଯୋଗୁଁ ହାତୀପଲ ଗତିପଥ ବଦଳାଉଛନ୍ତି ଆଉ ମହାନଦୀର ମୁଖ୍ୟ ସ୍ରୋତରେ ପଡି ଭାସି ଯାଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ପ୍ରତିବର୍ଷ ମହାନଦୀରେ ହାତୀ ଭାସିଯାଉଛନ୍ତି । ଏଇ ନିକଟରେ ମହାନଦୀର ମୁଣ୍ଡଳି ନିକଟରେ ହାତୀ ଭାସି ଯାଇ ତାର ମୃତ୍ୟୁ ହେବା ସହ ୨ ଜଣଙ୍କ ଜୀବନ ଯିବା ଘଟଣା ସାରା ରାଜ୍ୟରେ ଚହଳ ପକାଇଛି । ଏବେ ସମୟ ଆସିଛି କାରଣ ଖୋଜି ତା’ର ପ୍ରତିକାର କରିବାର । କାହିଁକି ଓ କେମିତି ହାତୀପଲ ମହାନଦୀର ମୁଖ୍ୟ ସ୍ରୋତରେ ପଡୁଛନ୍ତି ? କ’ଣ କଲେ ଏହି ଘଟଣାକୁ ଏଡାଯାଇ ପାରିବ ? ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବା ଜରୁରୀ ନୁହେଁ କି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/1-61.jpg)