‘ସୋନି ମ୍ୟାକ୍ସ’ରେ ‘ସୂର୍ଯ୍ୟବଂଶମ୍’ ! ବାରମ୍ବାର ପ୍ରସାରଣ ପଛର ରହସ୍ୟ

146

‘ସେଟ୍ ମ୍ୟାକ୍ସ’ ର ନାଁ ପରିବର୍ତ୍ତନ ହୋଇ ‘ସୋନି ମ୍ୟାକ୍ସ’ ହୋଇ ସାରିଛି । ହେଲେ ସିନେମା ‘ସୂର୍ଯ୍ୟବଂଶମ୍’ ପ୍ରସାରଣ ହେବା କମ୍ ହୋଇନି । ଆପଣ ଯେବେ ବି ‘ସୋନି ମ୍ୟାକ୍ସ’ ଚ୍ୟାନେଲ୍ ଲଗାଇବେ ଅଧିକାଂଶ ସମୟ ଏହି ସିନେମା ଦେଉଥିବ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସିନେମାଟି ଗୋଟିଏ ଚ୍ୟାନେଲରେ ବାରମ୍ବାର ପ୍ରସାରଣ ହେବାର ରେକର୍ଡ ମଧ୍ୟ କରିଛି । ଏବେ ଆପଣ ଭାବୁଥିବେ କେବଳ ଏହି ସିନେମାଟି କାହିଁକି ‘ସୋନି ମ୍ୟାକ୍ସ’ରେ ବାରମ୍ବାର ପ୍ରଦର୍ଶିତ ହେଉଛି ।

‘ସୋନି ମ୍ୟାକ୍ସ’ର ମାର୍କେଟିଙ୍ଗ୍ ମୁଖ୍ୟଙ୍କ କହିବା ଅନୁଯାୟୀ, ଚ୍ୟାନେଲ ୧୦୦ବର୍ଷ ପାଇଁ ଏହି ସିନେମାର କପି ରାଇଟ୍ସ କିଣିଛନ୍ତି । ତେଣୁ ବାରମ୍ବାର ଏହାକୁ ଟେଲିକାଷ୍ଟ କରୁଛନ୍ତି । ଦ୍ୱିତୀୟ ବଡ କାରଣ ହେଉଛି , ଏହି ସିନେମା ଏବଂ ଚ୍ୟାନେଲର ଜନ୍ମ ଏକାସହ ହୋଇଛି । ଅର୍ଥାତ୍ ୧୯୯୯ରେ ସିନେମାଟି ରିଲିଜ୍ ହୋଇଥିଲା ଏବଂ ସେହିବର୍ଷ ହିଁ ‘ସୋନି ମ୍ୟାକ୍ସ’ ଚ୍ୟାନେଲ୍ ଆରମ୍ଭ ହୋଇଥିଲା । ତେବେ କାରଣ ଜାଣି ସାରିବା ପରେ ଏବେ ଆପଣ ‘ସୋନି ମ୍ୟାକ୍ସ’ରେ ‘ସୂର୍ଯ୍ୟବଂଶମ୍’ ସିନେମା ଦେଖିଲେ ଆଉ ଭାବିବେନି କାହିଁକି ବାରମ୍ବାର ପ୍ରସାରଣ ହେଉଛି ।