କନକ ବ୍ୟୁରୋ: ବିଶ୍ୱକ୍ରିକେଟର କିମ୍ବଦନ୍ତୀ ସ୍ପିନ୍ ଯାଦୁକର ସେନ ୱର୍ଣ୍ଣଙ୍କ ଅକାଳ ମୃତ୍ୟୁ, କ୍ରିକେଟ ପ୍ରଶଂସକଙ୍କୁ କଷ୍ଟ ଦେଇଛି । ଜଣେ ଫିଟ ରହୁଥିବା ବ୍ୟକ୍ତି ଅର୍ଥାତ୍ କ୍ରୀଡ଼ାବିତଙ୍କ ମାତ୍ର ୫୨ ବର୍ଷ ବୟସରେ ହୃଦଘାତ, ଅନେକଙ୍କୁୁ ଆଶ୍ଚର୍ଯ୍ୟ କରିଛି । ଜିମ୍, ଏକସରସାଇଜ ଓ ସନ୍ତୁଳିତ ଖାଦ୍ୟ ଏହା ଜଣେ ଖେଳାଳୀଙ୍କ ଜୀବନ ଶୈଳୀ ସହ ଜଡିତ । ଏହା ସତ୍ୱେ ହୃଦଘାତରେ ଜୀବନ ଯିବା ଘଟଣାକୁ ସହଜରେ ଗ୍ରହଣ କରିହେଉନାହିଁ । କିନ୍ତୁ ହୃଦରୋଗ ବିଶେଷଜ୍ଞ କହିଛନ୍ତି -

ଅନେକ ଖେଳାଳି ଅବସର ନେବା ପରେ ପୂର୍ବଭଳି ଫିଟ୍ ରହନ୍ତି ନାହିଁ
ନିଶା ସେବନ କରୁଥିଲେ ତାହା ମଧ୍ୟ ସମସ୍ୟା ପକାଇପାରେ
ମାନସିକ ଚାପରେ ବି ହୃଦଘାତ ଆଶଙ୍କା ବଢ଼ାଇଥାଏ

ହୃଦରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦୈନିକ ଫିଟନେସ୍ ସେଂଟର ଯାଉଥିଲେ ସୁଦ୍ଧା ଆପଣଙ୍କୁ ହାର୍ଟ ଆଟାକ ହୋଇପାରେ । କିଛି ମାତ୍ରାରେ ଏହା ବଂଶାନୁଗତ । ତେବେ ଫିଟନେସ୍ ସେଂଟର ଯାଉଥିଲେ ହାର୍ଟ ଆଟାକ ହେବା ଆଶଙ୍କା କମିଯାଏ, କିନ୍ତୁ ଆଦୌ ହେବନି ସେଭଳି କୌଣସି ସ୍ଥିରତା ନାହିଁ ବୋଲି କହଛନ୍ତି ଡାକ୍ତର । ହାର୍ଟରେ ଯଦି ପୂର୍ବରୁ କୌଣସି ସମସ୍ୟା ଥାଏ, ତେବେ ହାର୍ଟ ଆଟାକ ହେବା ଆଶଙ୍କା ବଢ଼ିଯାଏ । ତେବେ ଛାତିରେ ଯନ୍ତ୍ରଣା ହେଲେ କିମ୍ବା ଚାଲିବା ବେଳେ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ବିଶେଷଜ୍ଞ ।