ଡାକ୍ତର ମାନେ କାହିିଁକି ସବୁବେଳେ ଧଳା ରଙ୍ଗର ଡ୍ରେସ ଆଉ ଅପରେସନ କଲା ବେଳେ ନୀଳ ଡ୍ରେସ ପିନ୍ଧନ୍ତି । ଏହା ପଛରେ କଣ ରହିଛି କାରଣ ? 

430

କନକ ବ୍ୟୁରୋ: କରୋନା କାଳରେ ଡାକ୍ତରଙ୍କ ଗୁରୁତ୍ୱକୁ ଆମେ ଠିକ ଭାବେ ବୁଝି ସାରିଛୁ । ଏହି ସମୟରେ ନିଜ ଜୀବନକୁ ବାଜି ଲଗାଇ ସେମାନେ ଆମ ମାନଙ୍କୁ ରକ୍ଷା କରୁଛନ୍ତି । ସେଥିପାଇଁ ସେମାନଙ୍କୁ କରୋନା ଯୋଦ୍ଧାର ଆଖ୍ୟା ଦିଆଯାଇଛି । ଆମେ ଅନେକ ସମୟରେ ଦେଖିଛୁ ଡାକ୍ତରମାନେ ଧଳା ଡ୍ରେସ ପିନ୍ଧିଥାନ୍ତି । ଠିକ ସେହିପରି ଅପରେସନ କଲା ବେଳେ ନୀଳ ଡ୍ରେସ ପିନ୍ଧନ୍ତି । ହେଲେ କାହିଁକି ? ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ ।

ଡାକ୍ତର ମାନେ ଧଳା ଡ୍ରେସ ପିନ୍ଧିବା ପଛରେ ବହୁତ ପୁରୁଣା କାହାଣୀ ରହିଛି । ୧୯ ଦଶକ ପୂର୍ବରୁ ଧଳା ଡ୍ରେସ କେବଳ ବୈଜ୍ଞାନିକ ଓ ଲ୍ୟାବରେ କାମ କରୁଥିବା ଲୋକମାନେ ପିନ୍ଧନ୍ତି । ସେହି ସମୟରେ ଡାକ୍ତରଙ୍କ ଚିକିତ୍ସା ପଦ୍ଧତିକୁ ଭୁଲ ପ୍ରମାଣିତ କରିବାରେ ଲାଗିଥିଲେ ବୈଜ୍ଞାନିକ । କାରଣ ଏପରି କରିବା ଦ୍ୱାରା ସେମାନେ ଶାସକମାନଙ୍କ ଦ୍ୱାରା ପୁରସ୍କୃତ ହେଉଥିଲେ । ଏହାପରେ ଚିକିତ୍ସାକୁ ବିଜ୍ଞାନରେ ବଦଳାଇ ଦିଆଗଲା । ଏହାପରେ ଡାକ୍ତରମାନେ ମଧ୍ୟ ୧୮୮୯ ମସିହା ବେଳକୁ ଧଳା ଡ୍ରେସ ପିନ୍ଧିବା ଆରମ୍ଭ କରିଥିଲେ ।

ଧଳା ଡ୍ରେସ ପିନ୍ଧିବାର କାରଣ ହେଉଛି ଏହି ରଙ୍ଗ ଶାନ୍ତି ଓ ସଚ୍ଚୋଟର ପ୍ରତୀକ । ଏହାସହ ଏହି ରଙ୍ଗ ରୋଗୀର ଆଖିକୁ ଆରାମ ପ୍ରଦାନ କରିଥାଏ । ତେଣୁ ଡାକ୍ତରମାନେ ଏହି କାରଣ ଯୋଗୁଁ ଧଳା ଡ୍ରେସ ପିନ୍ଧିଥାନ୍ତି । ଏହି ରଙ୍ଗ ଶରୀରରେ ତାପମାତ୍ରାକୁ ସନ୍ତୁଳନ କରି ରଖିଥାଏ । ତେଣୁ ଏହି ରଙ୍ଗ ଉଭୟ ଡାକ୍ତର ଓ ରୋଗୀଙ୍କ ପାଇଁ ବେଶ ଉପଯୋଗୀ ହୋଇଥାଏ ।

ଯଦି ଧଳା ରଙ୍ଗ ଏତେ ଉପଯୋଗୀ ତେବେ ଅପରେସନ ସମୟରେ ନୀଳ ରଙ୍ଗର କୋଟ କାହିଁକି ପିନ୍ଧିଥାନ୍ତି ଡାକ୍ତର । ଏହି ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନରେ ଆସିଥାଏ । ତେବେ ଆସନ୍ତୁ ଜାଣିବା କାହିଁକି ଡାକ୍ତର ଅପରେସନ ବେଳେ ନୀଳ ରଙ୍ଗର ଡ୍ରେସ ପିନ୍ଧିଥାନ୍ତି ।

ପୂର୍ବରୁ ବି ଡାକ୍ତରମାନେ ଅପରେସନ ବେଳେ ଧଳା ରଙ୍ଗର ଡ୍ରେସ ପିନ୍ଧୁଥିଲେ । ହେଲେ ୧୯୧୪ ମସିହାରେ ଜଣେ ପ୍ରଭାବଶାଳୀ ଡାକ୍ତର ଏହାକୁ ପରିବର୍ତ୍ତନ କରିଦେଲେ । ଏହାକୁ ପରିବର୍ତ୍ତନ କରିବାର କାରଣ ହେଉଛି ଡାକ୍ତର ଅପରେସନ ବେଳେ ରକ୍ତକୁ ଦେଖି ମାନସିକ ଚିନ୍ତାରେ ନପଡନ୍ତୁ । ଏହି ରଙ୍ଗ ଡାକ୍ତରଙ୍କ ଆଖିକୁ ଆରମ ଦେଇଥାଏ । ସେଥିପାଇଁ ନିଜ କ୍ଲିନିକରେ ମଧ୍ୟ ଡାକ୍ତରମାନେ ଏହି ନୀଳ ରଙ୍ଗର କପଡା ବ୍ୟବାହର କରିଥାନ୍ତି ।