ସାଧାରଣତଃ ସବୁଦିନେ କ୍ୟାପସିକମର ଦର ଉଚା ରହିଥା ଏ । ତେଣୁ ଏହାକୁ କିଣିବା ପାଇଁ ସାଧାରଣ ଲୋକମାନେ ଆଗ୍ରହ ପ୍ରକାଶ କରିନଥାନ୍ତି । କିନ୍ତୁ ଏହାକୁ କାହିବା ଦ୍ୱାରା ଆପଣଙ୍କର ଅନେକ ରୋଗ ନହେବାର ଆଶଙ୍କା ଥା ଏ ।ଆଉ ଆଜିକାଲି ମୋଟାପଣ ସହ ମହବହୁଳତା ଯୋଗୁ ଲୋକମାନେ ନାନା ସମସସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହି ଅନୁସାରେ ବଢ଼ି ଚାଲିଛି ଚିକିତ୍ସା ଖର୍ଚ୍ଚ। ଏହି ଦୁଇ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରହିଛି ଅନେକ ଉପାୟ। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ମେଦବହୁଳତା ଓ ଡାଇବେଟିସର ଶିକାର ହୋଇଛନ୍ତି ସେମାନେ ଏବେଠାରୁ କ୍ୟାପ୍ସିକମକୁ ସେମାନଙ୍କର ଖାଦ୍ୟଥାଳିରେ ସାମିଲ କରନ୍ତୁ । ଆପଣମାନଙ୍କୁ କ୍ୟାପ୍ସିକମ୍ ଭଲ ଲାଗୁ ଅବା ନ ଲାଗୁ ଏହାକୁ ପ୍ରତିଦିନ ଖାଇବାକୁ ଅଭ୍ୟାସ କରନ୍ତୁ। କାରଣ ଏହା ଆପଣମାନଙ୍କ ପାଇଁ ବଡ଼ ଉପାଦେୟ ସାବ୍ୟସ୍ତ ହେବ। ମେଦବହୁଳତା ଓ ଡାଇବେଟିସକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି କ୍ୟାପ୍ସିକମରେ । ଆଜିକାଲି ବଜାରରେ ସବୁ ସମୟରେ ନାଲି, ହଳଦିଆ ଓ ସବୁଜ ରଙ୍ଗ କ୍ୟାପ୍ସିକମ ମିଳୁଛି । ସବୁଥିରେ ରୋଗ ନିୟନ୍ତ୍ରଣ କରିବାର କ୍ଷମତା ରହିଛି ।

Advertisment

publive-imageଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି ଏବଂ ସିଏସଆଇର ବୈଜ୍ଞାନିକମାନେ ଗବେଷଣାରୁ ଏହା ଜାଣିବାକୁ ପାଇଛନ୍ତି। ଏହି ବୈଜ୍ଞାନିକମାନେ କହିଛନ୍ତି ଯେ କ୍ୟାସ୍ପିକମରେ ଦୁଇ ପ୍ରକାର ଏନଜାଇମ ଅଛି ଯାହା ଶରୀର ମୋଟାପଣକୁ ହ୍ରାସ କରିପାରିବାର କ୍ଷମତା ରଖୁଛି। ସେଗୁଡ଼ିକ ହେଲେ ଆଲ୍ଫା-ଗ୍ଲୁକୋସାଇଡେଜ୍ ଓ ଲିପିଡ୍ ଏନଜାଇମ । ଏଗୁଡ଼ିକ ମେଦ ହ୍ରାସ କରିବା ସହିତ ଏହାକୁ ନିୟନ୍ତ୍ରଣ କରିଥାଏ। ତେଣୁ ମେଦବହୁଳତାର ଶିକାର ଲୋକେ ସେମାନଙ୍କ ଖାଦ୍ୟରେ ପ୍ରତିଦିନ କ୍ୟାପ୍ସିକମ ରଖିବା ଉଚିତ। ଏହାକୁ ସାଲାଡ କରି ଖାଇ ପାରିବେ ଅବା ରାନ୍ଧି କି ଖାଇପାରିବେ ବୋଲି କହିଛନ୍ତି ବୈଜ୍ଞାନିକ ଅଶୋକ କୁମାର ତିୱାରୀ।

ଦେହରୁ ଚର୍ବି ହ୍ରାସ କରିବାର କ୍ଷମତା ରଖୁଥିବା କ୍ୟାପ୍ସିକମ୍ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ତେଣୁ ଏହା ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ବି ଭାରି ଉପଯୋଗୀ ହେବ ବୋଲି ଇଣ୍ଡିଆନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି ଏବଂ ସିଏସଆଇର ବୈଜ୍ଞାନିକମାନେ କହିଛନ୍ତି। ତା’ଛଡ଼ା ମାନସିକଚାପ ଓ ହୃଦରୋଗକୁ ମଧ୍ୟ ନିୟନ୍ତ୍ରଣ କରିବାର କ୍ଷମତା କ୍ୟାପ୍ସିକମରେ ରହିଛି । ତେଣୁ ପ୍ରତିଦିନ ଖାଇବାରେ ଆପଣ କ୍ୟାପିସମକୁ ସାମିଲ କରନ୍ତୁ ଆଉ ମୋଟାପଣ ସହ ଡାଇବେଟିସକୁ କମାନ୍ତୁ ।