କନକ ବ୍ୟୁରୋ : ଆପଣ ଏମିତି ଅନେକ ଫିଲ୍ମ ଦେଖିଥିବେ, ଯେଉଁଥିରେ ଜେଲ୍ ଭିତରର ଦୃଶ୍ୟ ରହିଥିବ । ଆଉ ଜେଲ ଭିତରେ ଥିବା କଏଦୀମାନେ ଗୋଟିଏ ରଙ୍ଗର ପୋଷାକ ହିଁ ପିନ୍ଧିଥାନ୍ତି । କଏଦୀମାନେ ଧଳା ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସନ୍ତି, ଯେଉଁଥିରେ କଳା ରଙ୍ଗର ଗାର ମଧ୍ୟ ପଡିଥାଏ । ତେବେ ଜେଲ୍ ଭିତରେ କାହିଁକି ସବୁ କଏଦୀଙ୍କୁ ଗୋଟିଏ ରଙ୍ଗର ପୋଷାକ ପିନ୍ଧିବାକୁ ଦିଆଯାଏ, ତାହା ଆପଣ ଜାଣିଛନ୍ତି କି ? ଆସନ୍ତୁ ଆଜି ଜାଣିବା, ଏହା ପଛର କାରଣ ।

Advertisment

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କଏଦୀମାନଙ୍କର ଗୋଟିଏ ରଙ୍ଗର ପୋଷାକ ହେବା ପଛର ସବୁଠୁ ବଡ କାରଣ ହେଉଛି, ଯଦି କେହି କଏଦୀ ଜେଲରୁ ଫେରାର ହୋଇଯାଆନ୍ତି, ତେବେ ସହଜରେ ଲୋକେ ତାଙ୍କୁ ଚିହ୍ନି ପୋଲିସକୁ ସୂଚନା ଦେଇପାରିବେ । ଏହାଛଡା କଏଦୀଙ୍କ ମଧ୍ୟରେ ଅନୁଶାସନର ଭାବନା ଭରିବା ପାଇଁ ସମସ୍ତଙ୍କୁ ଗୋଟିଏ ରଙ୍ଗର ପୋଷାକ ପିନ୍ଧିବାକୁ ଦିଆଯାଏ ।

ତେବେ ଭାରତ ପରି ସବୁ ଦେଶରେ କିନ୍ତୁ କଏଦୀମାନଙ୍କୁ ଧଳ ରଙ୍ଗର ପୋଷାକ ଦିଆଯାଏନାହିଁ । ବିଭିନ୍ନ ଦେଶରେ ଅଲଗା ଅଲଗା ପ୍ରକାରର ଡ୍ରେସ୍ ଦିଆଯାଏ । ତେବେ କୁହାଯାଉଛି, ଇଂରେଜ ଶାସନ ସମୟରୁ ଭାରତରେ କଏଦୀଙ୍କୁ ଏହିପରି ପୋଷାକ ଦିଆଯାଉଛି । ତେବେ ସବୁ କଏଦୀଙ୍କୁ ଏହି ପୋଷାକ ଦିଆଯାଏନାହିଁ । ଯେଉଁ କଏଦୀମାନେ ସଜା ଭୋଗନ୍ତି, ସେହିମାନେ ହିଁ ଏହି ଧଳା କଳା ରଙ୍ଗର ପୋଷାକ ପିନ୍ଧନ୍ତି । କିନ୍ତୁ ବିଚାରଧୀନ କଏଦୀମାନେ ସାଧାରଣ ପୋଷାକ ହିଁ ପିନ୍ଧିଥାନ୍ତି ।