ଗାଡିରେ କାହିଁକି ବ୍ୟବହାର କରାଯାଇଥାଏ ଅଲଗା ଅଲଗା ରଙ୍ଗର ନମ୍ବର ପ୍ଲେଟ  ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ ।

62

ସାଧାରଣତଃ କାରରେ ବିଭିନ୍ନ ପ୍ରକାରର ନମ୍ବର ପ୍ଲେଟ ବ୍ୟବହାର ହେଉଥିବାର ଆମେ ଦେଖିଥାଉ । ରାସ୍ତାରେ ଯାଉଥିବା କୌଣସି କାରରେ ଯଦି ଧଳା ରଙ୍ଗର ନମ୍ବର ପ୍ଲେଟ ଲାଗିଥାଏ ତେବେ ଏହା ଏକ ପର୍ସନାଲ କାର ବୋଲି ଆମେ ଜାଣିଥାଉ । ସେହିଭଳି ହଳଦିଆ ରଙ୍ଗର ନମ୍ବର ପ୍ଲେଟ ଲାଗିଥିବା କାରକୁ ଦେଖିଲେ ତାହା ଟ୍ୟାକ୍ସି ବୋଲି ମଧ୍ୟ ଜାଣିପାରିଥାଉ । କିନ୍ତୁ ଏହାକୁ ବାଦ ଦେଲେ ଆହୁରି ମଧ୍ୟ କେତେକ ରଙ୍ଗର ନମ୍ବର ପ୍ଲେଟ ରହିଛି ଯାହା ଦେଖି ଏହା କେଉଁଭଳି କାର ଅନୁମାନ ଲଗାଇବା ମୁସକିଲ ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ନମ୍ବର ପ୍ଲେଟ ଗୁଡିକ ବିଷୟରେ ।

ଲାଲ ରଙ୍ଗର ନମ୍ବର ପ୍ଲେଟ :
ସାଧାରଣତଃ ରାଷ୍ଟ୍ରପତି କିମ୍ବା ବିଭିନ୍ନ ରାଜ୍ୟର ରାଜ୍ୟପାଳଙ୍କ ଗାଡିରେ ଏହି ଲାଲ ରଙ୍ଗର ନମ୍ବର ପ୍ଲେଟ ବ୍ୟବହାର କରାଯାଇଥାଏ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାରର ନମ୍ବର ପ୍ଲେଟର ରଙ୍ଗ ଧଳା ହୋଇଥାଏ ।

ନୀଳ ରଙ୍ଗର ନମ୍ବର ପ୍ଲେଟ :
ନୀଳ ରଙ୍ଗର ନମ୍ବର ପ୍ଲେଟ ଏପରି ଏକ କାରରେ ଲଗାଯାଇଥାଏ ଯାହାର ବ୍ୟବହାର ବିଦେଶୀ ପ୍ରତିନିଧି ମାନେ କରିଥାନ୍ତି । ଏହି ଗାଡି ଗୁଡିକରେ ନମ୍ବର କଳା ରଙ୍ଗରେ ଲେଖାଯିବା ବଦଳରେ ଧଳା ରଙ୍ଗରେ ଲେଖାଯାଇଥାଏ । ଯେଉଁ ଦେଶରେ ଏହି ଗାଡି ବ୍ୟବହାର ହୋଇଥାଏ ସେହି ଦେଶର କୋଡ ନମ୍ବର ପ୍ଲେଟରେ ଲେଖାଯାଇଥାଏ । ଏହି ନମ୍ବର ପ୍ଲେଟ ସାଧାରଣତଃ ବିଦେଶୀମାନେ ବ୍ୟବହାର କରିଥାନ୍ତି ।

ଧଳା ରଙ୍ଗର ନମ୍ବର ପ୍ଲେଟ :

ଧଳା ରଙ୍ଗର ନମ୍ବର ପ୍ଲେଟ ସାଧାରଣତଃ କାର ଗୁଡିକରେ ଲାଗିଥାଏ । ଏହି କାର ଗୁଡିକୁ ସାଧାରଣ ଲୋକ ବ୍ୟକ୍ତିଗତ କାର ଭାବରେ ବ୍ୟବହାର କରିଥାନ୍ତି । ଏହି କାର ଗୁଡିକୁ କମର୍ସିୟାଲ ଭାବରେ ବ୍ୟବହାର କରାଯାଇନଥାଏ ।

ହଳଦିଆ ରଙ୍ଗର ନମ୍ବର ପ୍ଲେଟ :

ସାଧାରଣତଃ ବ୍ୟବସାୟରେ ବ୍ୟବହାର ହେଉଥିବା ଟ୍ରକ, ବସ ଏବଂ ଟ୍ୟାକ୍ସି ମାନଙ୍କରେ ହଳଦିଆ ରଙ୍ଗର ନମ୍ବର ପ୍ଲେଟ ବ୍ୟବହାର କରାଯାଇଥାଏ ।

କଳା ରଙ୍ଗର ନମ୍ବର ପ୍ଲେଟ :

କଳା ରଙ୍ଗର ନମ୍ବର ପ୍ଲେଟରେ ହଳଦିଆ ରଙ୍ଗରେ ନମ୍ବର ଲେଖା ହୋଇଥିବା ଗାଡି ଗୁଡିକର ମାଲିକ ସାଧାରଣ ଲୋକ ହିଁ ହୋଇଥାନ୍ତି । କିନ୍ତୁ ଏହି ରଙ୍ଗର ନମ୍ବର ପ୍ଲେଟ ବ୍ୟବହାର କରିବା ଦ୍ୱାରା ଗାଡିକୁ ବ୍ୟବସାୟ କ୍ଷେତ୍ରରେ ବ୍ୟବହାର କରାଯିବା ସହ ସାଧାରଣ ବ୍ୟକ୍ତି ବିଶେଷ ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ଚଲାଉଥିବା ବ୍ୟକ୍ତିଙ୍କ ପାଇଁ ବ୍ୟବସାୟୀକ ଲାଇସେନ୍ସ ଆବଶ୍ୟକ ପଡିନଥାଏ ।

ତୀର ଥିବା ନମ୍ବର ପ୍ଲେଟ :

ସାଧାରଣତଃ ସୈନ୍ୟ ମାନେ କିମ୍ବା ଭାରତୀୟ ସେନାର ଅଧିକାରୀମାନେ ତୀର ଯୁକ୍ତ ନମ୍ବର ପ୍ଲେଟ ବ୍ୟବହାର କରିଥାନ୍ତି । ଏହି ଗାଡିର ନମ୍ବର ପ୍ଲେଟ ଗୁଡିକରେ ପ୍ରଥମ କିମ୍ବା ତୃତୀୟ ଅଙ୍କ ସ୍ଥାନରେ ଉପରକୁ ଇସାରା କରୁଥିବା ତୀର ଚିହ୍ନ ଲଗାଯାଇଥାଏ । ଯାହାକୁ ବ୍ରାଣ୍ଡ ଆରୋ କୁହାଯାଇଥାଏ । ବ୍ରିଟିସର କେତେକ ଅଞ୍ଚଳରେ ଏହାର ବ୍ୟବହାର କରାଯାଏ । ଏହି ଗାଡିର ନମ୍ବର ୧୧ ଅଙ୍କ ବିଶିଷ୍ଟ ହୋଇଥାଏ ।