କନକ ବ୍ୟୁରୋ: କୁନି ଶିଶୁଟି ବଲବଲକରି ଅନେଇ ରହୁଛି । କାହିଁକି ଏତେ ଲୋକ ଘେରିଯାଇ ତାକୁ ପଚାରୁଛନ୍ତି? ଘରୁ ପଠାଇ ଦେଇଥିବା ବାପା କାହିଁକି ଆଜି ଫେରାଇ ନେବାକୁ ଆସିଛି ? ଏକଥା ସେ କିଛି ବୁଝି ପାରୁ ନାହିଁ ।
ବହୁ ଚର୍ଚ୍ଚିତ ନିଆଳି ମୁଣ୍ଡା ସାହିର ବିକ୍ରି ହୋଇଥିବା ଅଢ଼େଇ ବର୍ଷର ଦେବା ସିଂହ ଉଦ୍ଧାର ହୋଇଛି । ବାଲିପାଟଣା ଥାନା ଅନ୍ତର୍ଗତ ମଧୁକେଶ୍ବର ମନ୍ଦିର ପରିସରରୁ ଦେବାକୁ ଠାବ କରି ଥାନାକୁ ଆଣିଛନ୍ତି ବାପା ସୁକାନ୍ତ ସିଂ ଓ ନିଆଳି ପୋଲିସ । ଅନ୍ୟପଟେ ପିଲାକୁ ନେଇଥିବା ମୁଖ୍ୟ ଅଭିଯୁକ୍ତ ଅନୁ ଭୋଇ ପିଲାକୁ ମନ୍ଦିର ପ୍ରାଙ୍ଗଣରେ ଛାଡ଼ି ଚମ୍ପଟ ମାରିଛି । ଉଦ୍ଧାର ଶିଶୁଙ୍କ ସମେତ ତାର ଅନ୍ୟ ଭାଇ-ଭଉଣୀଙ୍କୁ ଶିଶୁ ମଙ୍ଗଳ କମିଟି କଟକ ହେପାଜତକୁ ପଠାଇ ଦିଆଯାଇଛି । ସେଠାରେ କାଉନସେଲିଂ ପରେ ସୁକାନ୍ତଙ୍କ ସହ ଆଲୋଚନା କରି ସମସ୍ତ ଭାଇ ଭଉଣୀଙ୍କୁ ଆଶ୍ରୟ ଗୃହରେ ରଖିବାକୁ କମିଟି ଚିନ୍ତା କରୁଛି ।
ସେପଟେ ମୁଖ୍ୟ ଅଭିଯୁକ୍ତ ଅନୁ ଭୋଇ ବିରୋଧରେ ଥାନାରେ ଅଭିଯୋଗ ହେଇଛି । ତା’ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ସେପଟେ ନିଆଳି ଶିଶୁ ବିକ୍ରି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/vlcsnap-2024-08-03-21h44m48s741.png)