କନକ ବ୍ୟୁରୋ: ସେନା ଶକ୍ତିଶାଳୀ ହେଉଛି । ସ୍ଥଳସେନା, ନୌସେନା ସମେତ ବାୟୁସେନାରେ ରୀତିମତ ନୂଆ ତଥା ଶକ୍ତିଶାଳୀ ପ୍ରତିରକ୍ଷା ଉପକରଣ, ଅସ୍ତ୍ରଶସ୍ତ୍ର, ଅତ୍ୟାଧୁନିକ ବିମାନ,ହେଲିକପ୍ଟର, ଯୁଦ୍ଧପୋତ ଏମିତି ଅନେକ କିଛି ସାମିଲ କରାଯାଉଛି । ଅନ୍ୟପଟେ ଲଗାତାର ଯେଉଁଭଳି ଭାବେ ଭାରତୀୟ ବାୟୁସେନାର ଲଢୁଆ ତଥା ଶକ୍ତିଶାଳୀ ବିମାନ ଓ ହେଲିକପ୍ଟର ଦୁର୍ଘଟଣାଗସ୍ତ ହେଉଛି ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଆସନ୍ତୁ ଜାଣିବା, କିଭଳି ଦେଶରେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ସେନାର ଶକ୍ତିଶାଳୀ ହେଲିକପ୍ଟର ଓ ବିମାନ ।
ଦୁର୍ଘଟଣାର ଶିକାର ‘ସେନା’ର ଶକ୍ତିଶାଳୀ ହେଲିକପ୍ଟର ଓ ବିମାନ
- ୨୦୨୨ ଅକ୍ଟୋବର ୧୨, ମିଗ୍ ୨୯-କେ ଗୋଆରେ ଦୁର୍ଘଟଣାଗସ୍ତ ହୋଇଛି । ଦୁର୍ଘଟଣାରେ ପାଇଲଟ ସମୁଦ୍ରକୁ ଡେଇଁ ଜୀବନ ରକ୍ଷା କରିଥିଲେ ।
- ୨୦୨୨ ଅକ୍ଟୋବର ୫ରେ ଅରୁଣାଚଳ ପ୍ରଦେଶରେ ତୱାଙ୍ଗରେ ଚିତା ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ସେନାଧିକାରୀ ସହିଦ ଓ ଜଣେ ଗମ୍ଭୀର ଆହତ ହୋଇଥିଲେ ।
- ୨୦୨୨ ମାର୍ଚ୍ଚ ମାସରେ ଜମ୍ମୁକଶ୍ମୀର ଗୁରେଜ ସେକ୍ଟରରେ ଚିତା ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣାରେ ୨ଜଣ ପାଇଲଟ ସହିଦ ହୋଇଥିଲେ ।
- ୨୦୨୨ ଫେବୃଆରୀ ମାସରେ ତେଲେଙ୍ଗାନା ନଲଗୋଣ୍ଡାରେ ଚିତା ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିଲା । ଜଣେ ପାଇଲଟ ଦୁର୍ଘଟଣାରେ ସହିଦ ହୋଇଥିଲେ ।
- ୨୦୨୧ ଡିସେମ୍ବର ୮ ତାମିଲନାଡୁରେ ସଶସ୍ତ୍ର ହେଲିକପ୍ଟର ମିଗ୍ ୧୭-ଭି-ଫାଇଭ-ଏସ ଦୁର୍ଘଟଣାଗସ୍ତ ହୋଇଥିଲା । ଏହା ଭରତୀୟ ଇତିହାସର ସବୁଠୁ ବଡ ଦୁର୍ଘଟଣା ଭିତରେ ଅନ୍ୟତମ । ଏଥିରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ଓ ମୋଟ ୧୪ଜଣ ସେନାଧିକାରୀ ସହିଦ ହୋଇଥିଲେ
- ୨୦୨୧ ସେପ୍ଟେମ୍ବର ୫ରେ ଜମ୍ମୁକଶ୍ମୀରରେ ମିଗ ୨୯କେ ହେଲିକପ୍ଟର ପଟନୀଟପରେ ଦୁର୍ଘଟଣାଗସ୍ତ ହୋଇଥିଲ । ଯେଉଁଥିରେ ଦୁଇଜଣ ପାଇଲଟ ସହିଦ ହୋଇଥିଲେ ।
ଲଢୁଆ ହେଲିକପ୍ଟର ମିଗ୍, ଚିତା ନୁହେଁ ବଂର ସେନାର ଅନ୍ୟତମ ହାଲୁକା ତଥା ଲଢୁଆ ହେଲିକପ୍ଟର ଧ୍ରୁବ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛି ।
- ୨୦୨୧ରେ ପଠାନକୋର୍ଟରେ ଆର୍ମି ଏଭିଏସନ କର୍ପସର ସ୍କ୍ୱାଡର୍ନ ଧ୍ରୁବ ଏଏଲଏଚ କଠୁଆରେ ଦୁର୍ଘଟଣାର ଶିକାର ହେଇଥିଲା । ଯେଉଁଥିରେ ଦୁଇଜଣ ପାଇଲଟ ସହିଦ ହୋଇଥିଲେ ।
- ୨୦୨୧ ଜାନୁଆରୀ ମାସରେ ଜମ୍ମୁକଶ୍ମୀର ଲଖନପୁରରେ ଧ୍ରୁବ ଏଏଲଏଚ ଦୁର୍ଘଟଣାରେ ଜଣେ ପାଇଲଟ ଦୁର୍ଘଟଣାଗସ୍ତ ହୋଇଥିଲେ ।
ଦୁର୍ଘଟଣା ବାରମ୍ବାର ହେଉଛି ଓ ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି । ଯଦି ହେଲିକପ୍ଟର ଗୁଡିକ ପୁରୁଣା ହୋଇଗଲାଣି ତେବେ ଏଗୁଡିକୁ ଅବସର କଣ ପାଇଁ ଦିଆଯାଉନି?ଯଦି ଏଗୁଡିକ କୌଣସି ମରାମତି ଆବଶ୍ୟକ କରୁଛି ତେବେ ସଠିକ ସମୟରେ ଏହାର ଯତ୍ନ କଣ ପାଇଁ ନିଆଯାଉନି?
ଦେଶରେ ହୋଇଥିବା ଦୁର୍ଘଟଣାର ଚିତ୍ର
- ୨୦୧୭ ମସିହାଠୁ ଏବେ ସୁଦ୍ଧା ଦେଶରେ ୧୮ଟି ବଡ ଧରଣର ସେନା ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇସାରିଛି ।
- ଏହି ସବୁ ଦୁର୍ଘଟଣା ପ୍ରାୟତ ତାମିଲନାଡୁ ଓ ଅରୁଣାଚଳପ୍ରଦେଶରେ ଘଟୁଥିବା ତାଲିକା ରହିଛି
- ୧୮ଟି ଦୁର୍ଘଟଣା ଭିତରେ ରହିଛି ୪ଟି ଆଡଭାନ୍ସ ଲାଇଟ ହେଲିକପ୍ଟର ବା ଏଏଲଏସ,
- ୬ଟି ଚିତା ହେଲିକପ୍ଟର, ଦୁଇଟି ୱିପନ ସିଷ୍ଟମ ଇଂଟିିଗ୍ରେଟେଡ, ୩ଟି ମିଗ- ୧୭ଭିଫାଇଭ, ଗୋଟିଏ ମିଗ ୧୭ ଓ ଗୋଟିଏ ଚେତକ ହେଲିକପ୍ଟର ରହିଛି ।
କେବଳ ହେଲିକପ୍ଟର ନୁହେଁ ସେନାର ଲଢୁଆବିମାନ ଦୁର୍ଘଟଣାଗସ୍ତ ହେଉଛି ଓ ଅନେକ ସେନାଧିକାରୀ ସହିଦ ହେଉଛନ୍ତି । ନିକଟରେ ମିଗ-୨୧କୁ ସରକାର ସେବା ନିବୃତ କରିଛନ୍ତି । ପୁରୁଣା ହେଲିକପ୍ଟରଗୁଡିକୁ ହଟାଇବା ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲେ ବି ଏହାକୁ କାର୍ଯ୍ୟକାରୀ କରାଯାଉନି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ସେନାର ଚିତା ଓ ଚେତକ ହେଲିକପ୍ଟର ପୁରୁଣା ବ୍ୟାଚ୍କୁ ସେନାକୁ ହଟାଇବା ଜରୁରୀ ହୋଇପଡିିଛି । ୧୯୦ଟି ମଧ୍ୟେ ଚିତା,ଚେତକ ଓ ଚିତଲ ହେଲିକପ୍ଟର ରହିଛି । ଏଥିରୁ ଅଧିକାଂଶ ୫୦ବର୍ଷରୁ ଅଧିକ ପୁରୁଣା ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/01/thequint_2021-12_8b034c6e-54a2-4815-9d2d-f2345b3be059_Mig_21.webp)