କାହିଁକି ଅଚାନକ ବଦଳିଲେ ବିଏମସି କମିଶନର? ରାଜେଶ ପ୍ରଭାକର ପାଟିଲ ହେଲେ ନୂଆ ବିଏମସି କମିସନର । ଏକ ମାସ ପାଇଁ ଛୁଟିରେ ଗଲେ ବିଜୟ ଅମୃତା କୁଲାଙ୍ଗେ ।

1,058

କନକ ବ୍ୟୁରୋ: ବଦଳିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିସନର । ବିଜୟ ଅମୃତା କୁଲାଙ୍ଗେଙ୍କ ସ୍ଥାନରେ ରାଜେଶ ପ୍ରଭାକର ପାଟିଲଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର ।

  • ବଦଳିଲେ ବିଏମସି କମିଶନର
  • ନୂଆ ବିଏମସି କମିଶନର ହେଲେ ରାଜେଶ ପ୍ରଭାକର ପାଟିଲ
  • ଛୁଟିରେ ଗଲେ ବିଜୟ ଅମୃତା କୁଲାଙ୍ଗେ

୨୦୦୫ ବ୍ୟାଚର ଆଇଏଏସ୍ ଅଧିକାରୀ ରାଜେଶ ପ୍ରଭାକର ପାଟିଲଙ୍କୁ ବିଏମସି କମିସନର ଭାବେ ନିଯୁକ୍ତି ଦିଆଯିବା ସହ ପୂର୍ବଭଳି ସେ ସମବାୟ ବିଭାଗର କମିସନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ ।

ରାଜେଶ ପ୍ରଭାକର ପାଟିଲ

  • ୨୦୦୫ ବ୍ୟାଚର ଆଇଏଏସ୍ ଅଧିକାରୀ
  • କମିସନର ତଥା ସଚିବ, ସମବାୟ ବିଭାଗ (ଅତିରିକ୍ତ)
  • ସ୍ୱତନ୍ତ୍ର ସଚିବ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ (ଅତିରିକ୍ତ)

ସେପଟେ ବିଜୟ ଅମୃତା କୁଲାଙ୍ଗେ ଏକ ମାସ ଛୁଟିରେ ଯାଇଛନ୍ତି । ତାଙ୍କ ଅନୁରୋଧ ଅନୁଯାୟୀ ଛୁଟିରେ ଯିବାକୁ ଅନୁମତି ଦିଆଯାଇଛି ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି ସାଧାରଣ ପ୍ରଶାସନ । ଛୁଟିରୁ ଫେରିବା ପରେ ତାଙ୍କୁ ନୂଆ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି । ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ପ୍ରଥମେ ମେୟର, ଡେପୁଟି ମେୟର ଓ କର୍ପୋରେଟରଙ୍କ ଭତ୍ତା ବୃଦ୍ଧି ଘୋଷଣା ଓ ପରେ ଏହାକୁ ପ୍ରତ୍ୟାହାର କରିବା ଘଟଣା ସହ ବିଏମସି କମିସନରଙ୍କ ବଦଳିକୁ ଯୋଡା ଯାଉଛି ।