କନକ ବ୍ୟୁରୋ: ବଦଳିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିସନର । ବିଜୟ ଅମୃତା କୁଲାଙ୍ଗେଙ୍କ ସ୍ଥାନରେ ରାଜେଶ ପ୍ରଭାକର ପାଟିଲଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର ।
- ବଦଳିଲେ ବିଏମସି କମିଶନର
- ନୂଆ ବିଏମସି କମିଶନର ହେଲେ ରାଜେଶ ପ୍ରଭାକର ପାଟିଲ
- ଛୁଟିରେ ଗଲେ ବିଜୟ ଅମୃତା କୁଲାଙ୍ଗେ
୨୦୦୫ ବ୍ୟାଚର ଆଇଏଏସ୍ ଅଧିକାରୀ ରାଜେଶ ପ୍ରଭାକର ପାଟିଲଙ୍କୁ ବିଏମସି କମିସନର ଭାବେ ନିଯୁକ୍ତି ଦିଆଯିବା ସହ ପୂର୍ବଭଳି ସେ ସମବାୟ ବିଭାଗର କମିସନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ ।
ରାଜେଶ ପ୍ରଭାକର ପାଟିଲ
- ୨୦୦୫ ବ୍ୟାଚର ଆଇଏଏସ୍ ଅଧିକାରୀ
- କମିସନର ତଥା ସଚିବ, ସମବାୟ ବିଭାଗ (ଅତିରିକ୍ତ)
- ସ୍ୱତନ୍ତ୍ର ସଚିବ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ (ଅତିରିକ୍ତ)
ସେପଟେ ବିଜୟ ଅମୃତା କୁଲାଙ୍ଗେ ଏକ ମାସ ଛୁଟିରେ ଯାଇଛନ୍ତି । ତାଙ୍କ ଅନୁରୋଧ ଅନୁଯାୟୀ ଛୁଟିରେ ଯିବାକୁ ଅନୁମତି ଦିଆଯାଇଛି ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି ସାଧାରଣ ପ୍ରଶାସନ । ଛୁଟିରୁ ଫେରିବା ପରେ ତାଙ୍କୁ ନୂଆ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି । ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ପ୍ରଥମେ ମେୟର, ଡେପୁଟି ମେୟର ଓ କର୍ପୋରେଟରଙ୍କ ଭତ୍ତା ବୃଦ୍ଧି ଘୋଷଣା ଓ ପରେ ଏହାକୁ ପ୍ରତ୍ୟାହାର କରିବା ଘଟଣା ସହ ବିଏମସି କମିସନରଙ୍କ ବଦଳିକୁ ଯୋଡା ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/Capture-15.jpg)