କନକବ୍ୟୁରୋ :କାହିଁକି ହାରିଲା ବିଜେଡି । ଦୀର୍ଘ ୨୪ ବର୍ଷ ପରେ ସରିଛି ନବୀନ ଯୁଗ ରାଜଭବନରେ ପହଂଚି ଇସ୍ତଫା ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ତା ଆଗରୁ ବିଜେଡିର ବରିଷ୍ଠ ନେତା ମାନଙ୍କ ସହ ନବୀନ ନିବାସରେ ଆଲୋଚନା କରିଥିଲେ । ଚଳିତ ନିବାଚନରେ ବିଜେଡି ପରାଜୟ କରିଛି । ୨୦୧୯ରେ ୧୧୩ ଆସନ ଜିତିଥିବା ବିଜେଡି ୨୦୨୪ ନିବାଚନରେ ମାତ୍ର ୫୧ଟି ଆସନ ହାସଲ କରିଥିଲା ବିଜେଡି ଏହାସହ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଧୁଳିସାତ ହୋଇଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି କାହିଁକି ହାରିଲା ବିଜେଡି ଏଠି ଦଳ କେଉଁ କାରଣ ପାଇଁ ପରାଜୟ ସ୍ୱୀକାର କରିଛି । ୨୪ ବର୍ଷର ସରକାର କାହିଁକି ଶୋଚନୀୟ ପରାଜୟ କରିଛି କଣ ହୋଇପାରେ ଏହାର କାରଣ । ନିଜକୁ ଅପ୍ରତିନ୍ଦ୍ୱନ୍ଦି କହୁଥିବା ନେତା ନବୀନ ପଟ୍ଟନାୟକ ନିଜେ କଂଟାବାଜି ଆସନରୁ ହାରିଛନ୍ତି ।

Advertisment

୨୪ ବର୍ଷ ଶାସନରେ ପଡିଲା ଶେଷ ପୁର୍ଣଚ୍ଚେଦ । ବିଧାନସଭା ଆସନରୁ ୧୪୭ ଆସନରୁ ବିଜେଡି ୫୧ ଆସନ ଜିତିଥିବା ବେଳେ ୭୮ ଆସନ ବିଜେପି ଜିତି ସରକାର ଗଢିବାକୁ ଯାଉଛି । କେବଳ ବିଧାନସଭା ନୁହେଁ ଲୋକସଭାରେ ଭି ୨୧ରୁ ୨୦ ଆସନ ପୋଛି ନେଇଛନ୍ତି ଭାରତୀୟ ଜନତା ପାର୍ଟି । କିନ୍ତୁ ବିଜୁ ଜନତା ଦଳ ଶୁନ୍ୟ ସରକାର ହୋଇଗଲା । ଆହୁରି ସବୁଠୁ ବଡ କଥା ହେଲା ମୁଖ୍ୟମନ୍ତ୍ରୀଙ୍କ ଭାବମୁର୍ତ୍ତିକୁ ନେଇ ବିଜେଡି ଯେତେ ପ୍ରଚାର କରିଥିଲେ ବି ସବୁ ଚେଷ୍ଟା ଜନତା ଙ୍କ ପାଖରେ ଫେଲ ମାରିଥିଲା କୈାଣସି ଚେଷ୍ଟା ଜନତାକୁ କାମ ଦେଇନଥିଲା ।ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାରେ ଥିବା ବିଜେଡି ସରକାରକୁ ଲୋକେ କ୍ଷମତାଶୁନ୍ୟ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି ଆମେ ଦେଖିବା ତେବେ ବିଜେଡିକୁ ହରାଇ ବିଜେପି ବାଜିମାତ କରିଛି । ଓଡିଶା ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଇତିହାସ ହାସଲ କରିଛି ।