କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ ବେଳେ ଦେଖିବାକୁ ମିଳିଲା ଏକ ଭାବବିହ୍ୱଳ ପରିବେଶ । ମ୍ୟାଚ ଆରମ୍ଭରୁ ଜାତୀୟ ସଙ୍ଗୀତ ଗାନ ବେଳେ କାନ୍ଦି ପକାଇଲେ ଭାରତୀୟ ପେସ ବୋଲର ମହମ୍ମଦ ସିରାଜ । ତେବେ ତାଙ୍କ କାନ୍ଦୁଥିବାର ଫଟୋକୁ ଟ୍ୱିଟରରେ ସେୟାର କରିଛି ବିସିସିଆଇ । ସେ କାହିଁକି ମ୍ୟାଚ ଆରମ୍ଭରୁ ଭାବବିହ୍ୱଳ ହୋଇ ପଡିଲେ ଏନେଇ ମ୍ୟାଚ ଶେଷରେ ନିଜ ମନ କଥା କହିଛନ୍ତି ମହମ୍ମଦ ସିରାଜ ।
Kanak News is now on WhatsApp
Join and get latest news updates delivered to you via WhatsApp
ମ୍ୟାଚ ପରେ ମହମ୍ମଦ ସିରାଜ କହିଥିଲେ, ମୁଁ ମ୍ୟାଚ ଆରମ୍ଭ ବେଳକୁ ମୋ ବାପାଙ୍କ କଥା ମନେ ପକାଉଥିଲି । ବାପାଙ୍କର ଇଚ୍ଛା ଥିଲା ମତେ ସେ ଟେଷ୍ଟ ମ୍ୟାଚ ଖେଳୁଥିବାର ଦେଖିବେ । ହେଲେ ତା ପୂର୍ବରୁ ତାଙ୍କ ଦେହାନ୍ତ ହୋଇଗଲା । ସେ ଯଦି ଆଜି ଥାନ୍ତେ ମୋତେ ଭାରତ ପାଇଁ ଖେଳୁଥିବାର ଦେଖିଥାନ୍ତେ । ବାପାଙ୍କ ଏହି କଥାକୁ ଭାବି ମୋ ଆଖିରେ ଲୁହ ଚାଲି ଆସିଲା ।
ନଭେମ୍ବର ମାସରେ ମହମ୍ମଦ ସିରାଜଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ସେତେବେଳେ ସିରାଜ ଅଷ୍ଟ୍ରେଲିଆ ଗସ୍ତରେ ରହିଥିଲେ । ବାପାଙ୍କ ମୃତ୍ୟୁ ଖବର ଶୁଣି ମଧ୍ୟ ଯାଇ ପାରିନଥିଲେ ସିରାଜ । ତେବେ ବର୍ତ୍ତମାନ ବାପାଙ୍କ କଥା ମନେ ପକାଇ ମ୍ୟାଚ ବେଳେ କାନ୍ଦି ପକାଇଛନ୍ତି ସିରାଜ ।
ମହମ୍ମଦ ସିରାଜ ଏପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରେ ୬ଟି ୱିକେଟ ନେଇଛନ୍ତି । ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜରିଆରେ ସେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ।