କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ଇନିଂସ । ସନ୍ଧ୍ୟା ୭ଟା ୧୫ ମିନିଟରେ ଶପଥ ନେବେ ପ୍ରଧାନମନ୍ତ୍ରୀ । ତେବେ ଶପଥ ପାଇଁ କାହିଁକି ସନ୍ଧ୍ୟା ୭ଟା ୧୫କୁ ବାଛିଲେ ମୋଦୀ? ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ମୁହୂର୍ତ୍ତ ବହୁତ ଶୁଭ । ଆଉ ଏହି ବେଳାରେ ଶପଥ ନେଲେ ସବୁକିଛି ଶୁଭ ହୋଇଥାଏ ବୋଲି କୁହାଯାଉଛି । ଚଳିତ ବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଯେଉଁ ଟିମ ଶୁଭ ମୁହୂର୍ତ୍ତ ପ୍ରସ୍ତୁତ କରିଥିଲା, ସେହି ଟିମ୍ ପ୍ରଧାନମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ସମୟ ନିର୍ଦ୍ଧାରଣ କରିଛି । ଏହାସହ ୯ ତାରିଖ ବା ୯ ସଂଖ୍ୟା ମଧ୍ୟ ବହୁତ ଶୁଭ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି ।

Advertisment

୭ଟା ୧୫ ଶୁଭ କାହିଁକି?

  • ସନ୍ଧ୍ୟା ୭ଟା ୧୫ରେ ଶପଥ ନେବେ ମୋଦୀ
  • ଶୁଭ କାମ ପାଇଁ ଶୁଭ ମୁହୂର୍ତ୍ତ ଉପରେ ଧ୍ୟାନ ଦିଅନ୍ତି ମୋଦୀ
  • ମୁହୂର୍ତ୍ତ ସ୍ଥିର କରିଛନ୍ତି ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠାର ଶୁଭ ମୁହୂର୍ତ୍ତ ବାହାର କରିଥିବା ଟିମ୍
  • ରବିବାରକୁ ସୂର୍ଯ୍ୟଙ୍କ ବାର କୁହଯାଏ
  • ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୯ ସଂଖ୍ୟାରେ ମଙ୍ଗଳ ପ୍ରତିନିଧିତ୍ୱ କରନ୍ତି
  • ସୂର୍ଯ୍ୟ ଏବଂ ମଙ୍ଗଳଙ୍କ ସଂଯୋଗରେ ନୂଆ ସରକାର ଗଠନ ହେଲେ ଦେଶ ପାଇଁ ଶୁଭ
  • ୯ ଜୁନରେ ସକାଳୁ ରାତି ୮ଟା ୨୦ ମିନିଟ୍ ପର୍ଯ୍ୟନ୍ତ ରହିଛି ପୁନର୍ବସୁ ନକ୍ଷତ୍ର
  • ଏହା ସବୁ ନକ୍ଷତ୍ର ଠାରୁ ଶୁଭ ବୋଲି କୁହାଯାଏ
  • ଶାସ୍ତ୍ର ଅନୁସାରେ ପୁନର୍ବସୁ ନକ୍ଷତ୍ରରେ ନୂଆ କାର୍ଯ୍ୟ ଆରମ୍ଭ କରିବା ଶୁଭ
  • ଏହି ଦିନ କିଛି ଶୁଭକାମ କଲେ ସଫଳତା ମିଳିଥାଏ
  • ଏହି ନକ୍ଷତ୍ରର ସମ୍ବନ୍ଧ ଭଗବାନ ରାମଙ୍କ ସହିତ ରହିଛି
  • କୁହାଯାଏ ଭଗବାନ ରାମଙ୍କ ଜନ୍ମ ପୁନର୍ବସୁ ନକ୍ଷତ୍ରରେ ହୋଇଥିଲା
  • ୨୦୧୪ ଓ ୨୦୧୯ରେ ବି ଏହି ଲଗ୍ନରେ ଶପଥ ନେଇଥିଲେ ମୋଦୀ