କନକ ବ୍ୟୁରୋ: ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଏବଂ ଇସ୍ରାଇଲ ମଧ୍ୟରେଯୁଦ୍ଧ ଭୟଙ୍କର ରୂପଧାରଣ କରିଛି । ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । କିନ୍ତୁ କାହିଁକି ଅକ୍ଟୋବର ୬ ତାରିଖ ଦିନ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କଲେ ତାକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଅକ୍ଟେବାର ୬ ତାରିଖ, ୧୯୭୩ ଇସ୍ରାଏଲରେ ଇହୁଦୀମାନେ ସେମାନଙ୍କର ସବୁଠୁ ବଡ଼ ପର୍ବ ‘ୟମ କିପୁର’ ପାଳନ କରୁଥିଲେ ।

Advertisment

ଏହି ସମୟରେ ଆରବଦେଶମାନେ ଏକାଠୀ ହୋଇ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ । ପରେ ଆରବ ଦେଶ ଏବଂ ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା । ଯେଉଁ ଯୁଦ୍ଧର ନାଁ ଥିଲା ‘ୟମ କିପୁର’ ଯୁଦ୍ଧ । ଏହି ଯୁଦ୍ଧ ଅକ୍ଟେବାର ୬ରୁ ୨୫ ତାରିଖ ପ୍ରାୟ ତିନି ସପ୍ତାହ ଧରି ଚାଲିଥିଲା । ଇସ୍ରାଏଲକୁ ପାଶ୍ଚାତ୍ୟ ଦେଶ ସମର୍ଥନ କରିବାରୁ ଆରବଦେଶ ବିରୁଦ୍ଧରେ ଯୁଦ୍ଧରେ ବିଜୟୀ ହୋଇଥିଲା ଇସ୍ରାଇଲ । ‘ୟମ କିପୁର’ ଯୁଦ୍ଧରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ନେବାକୁ ପ୍ରାୟ ୫୦ ବର୍ଷ ପରେ ଅକ୍ଟୋବର ୬ ତାରିଖରେ ଆକ୍ରମଣ କରିଛି ମୁସଲିମ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ହମାସ ।

ଏକ୍ତିଶାଳୀ ଇସ୍ରାଇଲ କିପରି ହମାସର ଆକ୍ରମଣକୁ ବୁଝିପାରିଲାନି ତାକୁ ନେଇ ଚର୍ଚ୍ଚା ହେଉଛି । ଇସ୍ରାଏଲର ଗୁଇନ୍ଦା ବିଭାଗ ସମ୍ପୁର୍ଣ୍ଣ ଫେଲ ମାରିବା ଯୋଗୁ ଏଭଳି ବଡ଼ ଆକ୍ରମଣ ସମ୍ଭବ ହୋଇଛି ବୋଲି କୁହାଯାଉଛି । ଏକା ସାଙ୍ଗରେ ହମାସର ୫ ହଜାର ରକେଟ୍ ମାଡ କରି ଶହ ଶହ ଘର ନଷ୍ଟ କରିଦେଇଛି । ସବୁଠୁ ବଡ଼ କଥା ହେଉଛି ଆକ୍ରମଣ କରିବା ପାଇଁ ହମାସ ବହୁ ପୂର୍ବରୁ ଯୋଜନା କରିଥିଲା । ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ମୁତାବକ, ଦୁଇ ବର୍ଷ ପୂର୍ବରୁ ଏଥିପାଇଁ ଅଭିଯାନ ଆରମ୍ଭ କରିଥିଲା ହମାସ । ଯୋଜନା ମୁତାବକ, ଇସ୍ରାଏଲକୁ ଯେପରି ଆକ୍ରମଣର ସୂଚନା ନମିଳିବ ସେଥିପାଇଁ ପୁରା ପ୍ରସ୍ତୁତି କରିଥିଲ ହମାସ । ଆଉ ପ୍ରତିଶୋଧ ପାଇଁ ଆକ୍ରମଣ କରିବାକୁ ଅକ୍ଟୋବର ୬ ତାରିଖ ଚୟନ କରିଥିଲା ହମାସ ।

ଯୁଦ୍ଧର ପରିଣାମ ଯାହାବି ହେଉନା କାହିଁକି । ଯିଏ ହାରିବ ସେ ପୁଣି ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । କାରଣ ଧର୍ମକୁ ନେଇ ଚାଲିଥିବା ଯୁଦ୍ଧ ଏତେ ସହଜରେ ଥମିନଥାଏ ।