ଲୋକସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ । ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର ।

300

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ । ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନେଇଛନ୍ତି । ପୂର୍ବରୁ ଭାରତର ନିର୍ବାଚନ ଆୟୋଗରେ ଗୋଟିଏ ପଦବୀ ଖାଲି ପଡିଥିଲା । ଏବେ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ଏବେ କେବଳ ଜଣେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ହିଁ ରହିବେ ।

ଗୋଏଲ ହେଉଛନ୍ତି ପଂଜାବ କ୍ୟାଡରର ଜଣେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ । ସେ ନଭେମ୍ବର ୨୦୨୨ରେ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଥିଲେ । ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ନେଇ ସେ ସମୟରେ ବିବାଦ ଦେଖାଦେଇଥିଲା । ଏପରିକି ମାମଲା ସୁପ୍ରିମକୋର୍ଟ ଯାଏଁ ଯାଇଥିଲା । ତାଙ୍କ କାର୍ଯ୍ୟକାଳ ୨୦୨୭ ଡିସେମ୍ବର ୫ରେ ଶେଷ ହୋଇଥାନ୍ତା । ତା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।

ତେବେ ସେ କାହିଁକି ହଠାତ ଇସ୍ତଫା ଦେଲେ ତାହା ଜଣାପଡିନାହିଁ । ଅନ୍ୟ ଜଣେ ନିର୍ବାଚନ କମିଶନର ଅନୁପ ପାଣ୍ଡେ ଗତ ଫେବୃଆରୀରେ ଅବସର ନେଇଥିଲେ । ତେବେ କାହିଁକି ନିର୍ବାଚନ କମିଶନର ଇସ୍ତଫା ଦେଲେ ତାକୁ ନେଇ ପ୍ରଶ୍ନ ଉଠିଛି ।