କାହିଁକି ବିନ୍ଦୁ ସାଗରକୁ ଡ଼େଇଁ ଆତ୍ମହତ୍ୟା କଲେ ଯୁବକ? ଆର୍ଥିକ ଅନଟନରୁ ପ୍ରବଳ ମାନସିକ ଚାପରେ ଥିବା କହିଲେ ସମ୍ପର୍କୀୟ 

110

କନକ ବ୍ୟୁରୋ: ବିନ୍ଦୁସାଗରରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଗତକାଲି ରାତିରେ ବିନ୍ଦୁସାଗରକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।  ଆତ୍ମହତ୍ୟା ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ସୁଇସାଇଡ ନୋଟ ଲେଖି ପୋଷ୍ଟ କରିଥିଲେ ଯୁବକ । ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ ପଢୁଥିଲେ ।

ବାପା-ମାଙ୍କ ମଧ୍ୟରେ ଦୀର୍ଘଦିନରୁ ବିବାଦ ଲାଗିଥିବା ବେଳେ ମାଙ୍କ ସହ ଭୁବନେଶ୍ୱରରେ ଏକ ଭଡାଘରେ ରହୁଥିଲେ  । ଘରେ ଆର୍ଥିକ ଅଭାବ କାରଣରୁ ଅନେକ ସମୟରେ ଭଡାଦେବା ପାଇଁ ସମସ୍ୟା ଉପୁଜୁଥିଲା । ଏପରିକି ଘର ମାଲିକ ଘରୁ ଜିନିଷ ବିକି ଦେବାର ଧମକ ଦେଇଆସୁଥିଲେ । ଏହା ସହ କଲେଜ ଫି ପାଇଁ ମଧ୍ୟ ଚିନ୍ତାରେ ଥିଲେ ଯୁବକ ଜଣକ । ମାନସିକ ଦୃଶ୍ଚିନ୍ତା କାରଣରୁ ସେ ଆତ୍ମହତ୍ୟା କରିଥିବା ନେଇ କହିଛନ୍ତି ଯୁବକଙ୍କ ସର୍ମ୍ପକୀୟ ।