ଗତ ସୋମବାର ଅର୍ଥାତ ଏପ୍ରିଲ ୨ ତାରିଖରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ଉପାଧିରେ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରପତି ଭବନରେ ଯେତେବେଳେ ଧୋନି ଭାରତୀୟ ସେନା ପୋଷାକ ପିନ୍ଧି ପହଞ୍ଚିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏପରିକି ଏହି ଉପାଧି ଗ୍ରହଣ ସମୟରେ ଧୋନି ସେନାର ଯବାନଙ୍କ ଭଳି ମାର୍ଚ୍ଚ ଫାଷ୍ଟ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଧୋନି ପୁରସ୍କାର ଉତ୍ସବକୁ ଆର୍ମି ପୋଷାକ ପିନ୍ଧି ଯିବା ପଛର କାରଣ ଅଧିକାଂଶ ଲୋକ ଜାଣିବାକୁ ଚାହିଁଥିଲେ । ଆଉ ଏହାର ଉତ୍ତର ନିଜେ ଧୋନି ସୋସିଆଲ ମିଡିଆରେ ଦେଇଛନ୍ତି ।

Advertisment

publive-imageଧୋନିଙ୍କୁ ପଦ୍ମଭୂଷଣ ଉପାଧିରେ ସମ୍ମାନୀତ ହେବା ପରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ବିଷୟରେ ପୋଷ୍ଟ କରି ଲେଖିଛନ୍ତି, ପଦ୍ମଭୂଷଣ ଉପାଧିରେ ସମ୍ମାନୀତ ଏକ ବଡ଼ କଥା। ଏହାକୁ ଯଦି ସେନା ପୋଷାକରେ ଗ୍ରହଣ କରାଯାଏ ତେବେ ଏହି ଖୁସି ଦଶଗୁଣା ଅଧିକ ହୋଇଯିବ ନିଶ୍ଚୟ। ଏହି ଅବସରରେ ଧୋନି ଯବାନଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି। ସେନା ପୋଷାକ ପିନ୍ଧି ଯବାନମାନେ ନିଜ ପରିବାରଠାରୁ ଅଲଗା ରହି ଦେଶର ସୁରକ୍ଷା କରୁଛନ୍ତି। ସେମାନଙ୍କ ପାଇଁ ହିଁ ଆମେ ଏଠାରେ ଖୁସିରେ ରହି ପାରୁଛୁ। ଏହି ପୁରସ୍କାର ଉତ୍ସବରେ ଧୋନିଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ ।

publive-imageସୂଚନାଯୋଗ୍ୟ, ଭାରତୀୟ ଆଞ୍ଚଳିକ ସେନା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭାରତର ୨୦୧୧ ବିଶ୍ୱକପ୍ ବିଜୟ ପରେ ଅବୈତନିକ କର୍ନେଲ ପଦବୀ ପ୍ରଦାନ କରିଥିଲା। ୩୭ ବର୍ଷୀୟ ଧୋନି ପୂର୍ବତନ ବିଶ୍ୱ ବିଜୟୀ ଅଧିନାୟକ କପିଳ ଦେବଙ୍କ ପରେ ଦ୍ୱିତୀୟ ଭାରତୀୟ କ୍ରିକେଟର ଭାବେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଧୋନି ୨୦୦୭ରେ ରାଜୀବ ଗାନ୍ଧୀ ଖେଳରତ୍ନ ଏବଂ ୨୦୦୯ରେ ପଦ୍ମଶ୍ରୀ ପୁରସ୍କାର ପାଇ ସାରିଛନ୍ତି।ଏପ୍ରିଲ ୨ରେ ଏହି ପୁରସ୍କାର ତାଙ୍କୁ ମିଳୁଥିବାରୁ ଏହା ତାଙ୍କ ପାଇଁ ପୁଣିଥରେ ସ୍ମରଣୀୟ ପାଲଟିଯାଇଛି । କାରଣ ୭ ବର୍ଷ ପୂର୍ବେ ଏପ୍ରିଲ ୨ ତାରିଖରେ ଧୋନିଙ୍କ ଅଧିନାୟିକତ୍ୱରେ ଭାରତ ୨୮ ବର୍ଷ ପରେ ବିଶ୍ୱକପ କ୍ରିକେଟର ତାଜ ପିନ୍ଧିଥ