କାହିଁକି ଅଧିକ ମାରାତ୍ମକ ଓମିକ୍ରନ ଭ୍ୟାରିଆଣ୍ଟ? ଜାଣନ୍ତୁ ଏହାର ଲକ୍ଷଣ 

596

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରେ ବ୍ୟାପୁଥିବା କରୋନାର ନୂଆ ରୂପ ଓମିକ୍ରନ ଏବେ ଭାରତ ଛୁଇଁଛି । ଭାରତର କର୍ଣ୍ଣାଟକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ଏହି ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ଏବେ ଏହାକୁ ନେଇ ଚିନ୍ତା ବଢିଯାଇଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି ଭ୍ୟାରିଆଣ୍ଟ କାହିଁକି ଅଧିକ ମାରାତ୍ମକ? ଆଉ ଏହାର ଲକ୍ଷଣ କଣ ? ତେବେ ଆସନ୍ତୁ ଜାଣିବା ଏହି ମାରାତ୍ମକ ଭୂତାଣୁ ବିଷୟରେ ।

ଏହି ଭୂତାଣୁ ୩୨ରୁ ଅଧିକ ପ୍ରଜାତିରେ ଗଠିତ ହୋଇଛି ।

ଏହା ଡେଲଟା ଭ୍ୟାରିଆଣ୍ଟଠାରୁ ଦୁଇଗୁଣା ଅଧିକ ପ୍ରଭାବୀ ।

ଏହି ଭ୍ୟାରିଆଣ୍ଟରେ ବାରମ୍ବାର ସଂକ୍ରମଣ ହେବାର ଭୟ ରହିଥାଏ ।

ବୈଜ୍ଞାନିକଙ୍କ ଅନୁସାରେ ଏହି ଭ୍ୟାରିଆଣ୍ଟ ଦୁଇଟି ଡୋଜ ଟିକା ନେଇ ଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରିଥାଏ ।

ତେବେ ଏହି ରୋଗ ଅଧିକ ସଂକ୍ରମିତ ହେଉଛି କି ନାହିଁ, କିମ୍ବା ଏଥିରେ ରୋଗୀଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । 

ଓମିକ୍ରନ ଲକ୍ଷଣ

ଏହି ଭ୍ୟାରିଆଣ୍ଟରେ କିଛି ବିଶେଷ ଲକ୍ଷଣ ନାହିଁ । 

ପୂର୍ବ ଭଳି ଥଣ୍ଡା, ନିଶ୍ୱାସ ନେବାରେ କଷ୍ଟ ହେବା, କାଶ ହେବା ଭଳି ଲକ୍ଷଣ ଦେଖାଯାଉଛି ।