କନକ ବ୍ୟୁରୋ: ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇସାରିଛି । ରେମୁଣା-ବାହାନଗା-ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ୟାସ୍ । ତେବେ ଯେଉଁଭଳି ଭାବେ ଆକଳନ କରାଯାଉଥିଲା ବାତ୍ୟାର ପ୍ରଭାବ ତାଠୁ କମ ରହିଛି । ତେବେ ବାତ୍ୟା ଦୁର୍ବଳ କାହିଁକି ହେଲା ସେନେଇ କାରଣ କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶିକ ମୃତ୍ୟୁଞ୍ଜୟ ମହାପାତ୍ର ।
ତାଙ୍କ କହିବାନୁସାରେ, ଉପକୂଳ ଆଡକୁ ଆସିଲାବେଳେ ବାତ୍ୟା ପାଇଁ ପାଗ ଅନୁକୂଳ ହେଲାନାହିଁ । ପବନର ବେଗ ମଧ୍ୟ କାଲିଠୁ କମ ରହିବ ବାଲି ଆକଳନ କରାଯାଇଥିଲା । ଯେଉଁ କାରଣରୁ ବାତ୍ୟର ପ୍ରଭାବ କମ ଦେଖିବାକୁ ମିଳିଛି । ତେବେ ବାଲେଶ୍ୱରରେ ସବୁଠୁ ଅଧିକ ପବନ ହୋଇଥିବା ସେ ସୂଚନା ଦେଇଛନ୍ତି । ତା ସହିତ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ ମଧ୍ୟ ବର୍ଷା ହୋଇଛି ।
ତେବେ ବାତ୍ୟା ପ୍ରଭାବରେ ଶିମିଳିପାଳରେ ବର୍ଷା ହେଉଛି । ତେଣୁ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିବା ଆଶଙ୍କା ରହିଛି । ବାରିପଦାଠାରେ ଜଳ ୨୧ ଫୁଟରେ ଅଛି ଏବଂ ୬ ମିଟର ବିପଦ ସଂକେତ ତଳେ ଅଛି । ମୟୂରଭଞ୍ଜ ଜିଲ୍ଲାପାଳ ବୁଢ଼ାବଳଙ୍ଗ ନଦୀ ପାଖର ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଆଗାମୀ ୧୨ଘଂଟା ନୀଳଗିରି ଓ ମୟୂରଭଞ୍ଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଏମଡିର ସୂଚନା ଅନୁସାରେ ଘଂଟା ପ୍ରତି ୧୩୦ ରୁ ୧୪୫ କିଲୋମିଟର ବେଗରେ ପବନ ବହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/111111.jpg)