କନକ ବ୍ୟୁରୋ : ବିବେକ ଓବ୍ରାଇଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ତାଙ୍କର ପତ୍ନୀଙ୍କୁ ଏକ ଦାମି ବାଇକରେ ବସାଇ ମୁମ୍ବାଇ ରାସ୍ତାରେ ଯାଉଛନ୍ତି । କହିରଖୁ କି ବିବେକଙ୍କର ଏହି ଭିଡିଓ ଏଥିପାଇଁ ଭାଇରାଲ ହେବାରେ ଲାଗିଛି କି ଗାଡି ଚଳାଉଥିବା ବେଳେ ନା ବିବେକଙ୍କ ମୁଣ୍ଡରେ ରହିଛି ହେଲମେଟ୍ ନା ମୁହଁରେ ମାସ୍କ ।
ଏହି ଭିଡିଓ ଭାଇରାଲ ହେବାପରେ ସାମାଜିକ କାର୍ଯ୍ୟକତ୍ତା ମୀନୁ ବର୍ଗିସ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ରାଜ୍ୟ ପୋଲିସକୁ ଯାତାୟତ ନିୟମର ଉଲଙ୍ଘନ କରିଥିବା ନେଇ ବିବେକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଏହି ଅଭିଯୋଗ ପାଇବା ପରେ ମୁମ୍ବାଇ ପୋଲିସ ବିନା ହେଲମେଟ୍ ରେ ଗାଡି ଚଳାଇବା ଅପରାଧରେ ବିବେକଙ୍କ ନାମରେ ଏକ ଇ-ଚାଲାଣ ଜାରି କରିଛନ୍ତି । ଏହାସହ ସାନ୍ତାକ୍ଲଜ ଟ୍ରାଫିକ୍ ପୋଲିସ ପକ୍ଷରୁ ବିବେକଙ୍କ ଉପରେ ଜରିମାନା ଲଗାଯାଇଛି ।
https://t.co/lUzdbP55co
What a start of this lovely valentine's day with Main, Meri patni aur woh! A refreshing joyride indeed!
.
.
.@harleydavidson#WohAaGayi#HarleyDavidson#valentinespecial#loveforbikes#bikesofinstagram#loveandwheels#vroomValentinepic.twitter.com/THXrBllOVi— Vivek Anand Oberoi (@vivekoberoi) February 14, 2021
ସୂଚନା ଥାଉକି ବିବେକ ଓବ୍ରାଇ ଫେବୃଆରୀ ୧୪ ତଥା ଭାଲେଣ୍ଟାଇନ ଦିନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ କି ସେ ତାଙ୍କ ପତ୍ନୀଙ୍କ ସହିତ ଫଲ୍ମ ‘ସାଥିଆ’ ଷ୍ଟାଇଲରେ ମୁମ୍ବାଇ ରାସ୍ତାରେ ବାଇକ୍ ଚଳାଇ ମଜା ନେଉଥିଲେ । ଏହି ଭିଡିଓ ପୋଷ୍ଟ କରି କ୍ୟାପସନରେ ବିବେକ ଲେଖିଥିଲେ କି ମୁଁ, ମୋ ପତ୍ନୀ ଓ ତାହା ସହିତ ଭାଲେଣ୍ଟାଇନ ଡେ ଆରମ୍ଭ କରିଛୁ । ଏହି ଭିଡିଓ କିନ୍ତୁ ବିବେକଙ୍କ ପାଇଁ କାଳ ହୋଇଗଲା । ଏହି ଭିଡିଓକୁ ସମାଜିକ କାର୍ଯ୍ୟକର୍ତ୍ତା ମୀନୁ ବର୍ଗିସ ଦେଖିବା ପରେ ଅଭିଯୋଗ କରି ପୋଷ୍ଟଟିକୁ ମୁମ୍ବାଇ ପୋଲିସକୁ ଟ୍ୟାଗ କରିଥିଲେ । ଯାତାୟତ ନିୟମ ଭଙ୍ଗ କରିଥିବାରୁ ବିବେକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଥିଲେ । ଏହାପରେ ମୁମ୍ବାଇ ପୋଲିସ ବିବେକଙ୍କ ନାମରେ ଇ- ଚାଲାଣ ପଠାଇବା ସହ ସନ୍ତାକ୍ଲଜ ଟ୍ରାଫିକ୍ ପକ୍ଷରୁ ବିବେକଙ୍କ ଜରିମାନା କରାଯାଇଛି ।