କନକ ବ୍ୟୁରୋ: କରୋନା ଆମେରିକାରେ ଲକ୍ଷେ ଲୋକଙ୍କୁ ମାରିଲାଣି ତ ଭାରତରେ ୮୦ରୁ ୮୫ ପ୍ରତିଶତ ଲୋକ ଲକ୍ଷଣ ବିହୀନ । ଅର୍ଥାତ ତାଙ୍କ ପାଖରେ ରୋଗ ନାଁକୁ ମାତ୍ର । ଏବଂ ଖୁବ ଶୀଘ୍ର ସୁସ୍ଥ ବି ହୋଇଯିବେ । କରୋନାର ଏହି କୁହେଳିକା ଡାକ୍ତରମାନଙ୍କୁ ମଧ୍ୟ ଚକିତ କରିଛି । ଆଉ ଡାକ୍ତର ବି କହୁଛନ୍ତି, ଭଗବାନଙ୍କ ଆଶୀର୍ବାଦ, ଜଗନ୍ନାଥଙ୍କ ଆଶୀର୍ବାଦ ।
କରୋନା ସହ ଆଉ କେତେ ଦିନ?
ଯଦି କରୋନା ଆମ ସହ ବର୍ଷେରୁ ଦିବର୍ଷ ରହିବ, ତେବେ କରୋନା ସହ ବଂଚିବାର କଳା ଶିଖିବାକୁ ପଡିବ । ହାତ ଧୋଇବା ଓ ମାସ୍କ ପିନ୍ଧିବା ଭୁଲିଗଲେ ଚଳିବ ନାହିଁ । ଆପଣ କେତେ ସମୟ ମାସ୍କ ପିନ୍ଧିବେ ସେ ନେଇ ପରାମର୍ଶ ଦେଇଛନ୍ତି ଡାକ୍ତର ମହାପାତ୍ର । ମାସ୍କ ଉପରେ ମଧ୍ୟ ରିସର୍ଚ୍ଚ ଚାଲିଛି, ଯଦି ଦୁଇ ବର୍ଷ ପିଲାଙ୍କୁ ମାସ୍କ ଦିଆଯାଏ ତେବେ ତାଙ୍କଠାରେ ଅକ୍ସିଜେନ୍ ସମସ୍ୟା ଦେଖାଯାଇପାରେ । କରୋନା ରୋଗୀମାନେ କିନ୍ତୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସବୁଠାରୁ ବଡ଼କଥା ହେଲା, ୨୪ ଘଣ୍ଟା ମାସ୍କ ପିନ୍ଧିବା ଆବଶ୍ୟକ ନୁହେଁ କାରଣ ଯଦି ଆପଣ ଘରେ ରହି ସାମାଜିକ ଦୂରତା ପାଳନ କରୁଛନ୍ତି ତେବେ ଆପଣଙ୍କୁ ମାସ୍କ ପିନ୍ଧିବା ଆବଶ୍ୟକତା ନାହିଁ । ଯଦି ଆପଣ ଏକ ଗୋଷ୍ଠୀ ମଧ୍ୟରେ ରହୁଛନ୍ତି ଏବଂ ସଂକ୍ରମଣର ସନ୍ଦେହ ଆସୁଛି ତେବେ ଆପଣ ମାସ୍କ ବ୍ୟବହାର କରିପାରିବେ । ଯଦି ଆପଣ ଏକା ରହୁଛନ୍ତି ତେବେ ଆପଣଙ୍କୁ ମାସ୍କର ଆଦୌ ଆବଶ୍ୟକତା ନାର୍ହି । ଜଣକଠାରୁ ଅଧିକ ଜନଗହଳି ପୂର୍ଣ୍ଣ ସ୍ଥାନରେ ପିନ୍ଧନ୍ତୁ ।