କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ୱାଟର ମେଟ୍ରୋର ଶୁଭାରମ୍ଭ କରିଛନ୍ତି । ଏହି ମେଟ୍ରୋର ପ୍ରଥମ ଯାତ୍ରା ହାଇକୋର୍ଟରୁ ବାୟପିନ ଯାଏ ଚାଲିବ । ଏପ୍ରିଲ ୨୬ ସକାଳ ୭ଟାରୁ ଏହି ସେବାର ଶୁଭାରମ୍ଭ ହେବ । ସେହିପରି ଦ୍ୱିତୀୟଟି ବାୟାଟିଲାରୁ କକ୍କନାଡ ମଧ୍ୟରେ ଏପ୍ରିଲ ୨୭ରେ ଚାଲିବ । ସକାଳ ୭ଟାରୁ ଏହି ଯାତ୍ରାର ଆରମ୍ଭ ହେବ ।

Advertisment

publive-image

ୱାଟର ମେଟ୍ରୋର ଭଡା ମଧ୍ୟ ନିର୍ଦ୍ଧାରିତ ହୋଇଛି । ହାଇକୋର୍ଟରୁ ବାୟପିନ ଯାଏ ଯାତ୍ରା କରିବା ପାଇଁ ୨୦ ଟଙ୍କାର ଭଡା ଦେବାକୁ ପଡିବ । ସେହିଭଳି ବାୟାଟିଲାରୁ କକ୍କନାଡ ଯାଏ ଯାତ୍ରା କରିବା ପାଇଁ ଆପଣଙ୍କୁ ୩୦ ଟଙ୍କା ଦେବାକୁ ପଡିବ । ହାଇକୋର୍ଟରୁ ବାୟପିନ ଯାଏ ପହଞ୍ଚିବାକୁ ୨୦ ମିନିଟରୁ କମ ସମୟ ଲାଗିବ । ଏହି ପ୍ରକଳ୍ପ ଦ୍ୱାରା ଯେ କେବଳ ସହରର ପରିବେଶ କମ ହେବ ତାହାନୁହେଁ ଟ୍ରାଫିକରେ ମଧ୍ୟ ଅନେକ ସୁବିଧା ମିଳିବ । ୧ ଲକ୍ଷରୁ ଅଧିକ ଜଣ ଏହା ଦ୍ୱାରା ଉପକୃତ ହୋଇପାରିବେ । ଏହା କରିବା ଦ୍ୱାରା ପ୍ରଦୂଷଣକୁ ରୋକିବା ସହ ଆଧୁନିକ ଜ୍ଞାନକୌଶଳର ମଧ୍ୟ ଉପଯୋଗ କରାଯାଇପାରିବ ।

publive-image

ଏହି ମେଟ୍ରୋ ସେବା ଯେଉଁ ଦ୍ୱୀପ ଯାଏ ପହଞ୍ଚିବ ସେଠାରେ ସଡକ ନିର୍ମାଣ ମଧ୍ୟ କରାଯାଇଛି । ଟର୍ମିନାଲ ହେବା ଯାଏ ଏହି ସବୁ ରାସ୍ତାରେ ଲୋକେ ଯିବାଆସିବା କରିପାରିବେ । ଏହା ଛଡା ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ ।

publive-image

ୱାଟର ପ୍ରୋଜେକ୍ଟରେ ବର୍ତ୍ତମାନ ୨୩ଟି ୱାଟର ବୋଟ ଏବଂ ୧୪ ଟର୍ମିନାଲ ପ୍ରସ୍ତୁତ କରାଯାଇଛି । ଏହା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ । ପ୍ରକଳ୍ପ ଶେଷ ହେବା ପରେ ଏଥିରେ ମୋଟ ୭୮ ୱାଟର ବୋଟ ଏବଂ ୩୮ ଟର୍ମିନାଲ ରହିବ । ତେବେ ବର୍ତ୍ତମାନ ମଧ୍ୟ ୪ଟି ଟର୍ମିନାଲ ପ୍ରସ୍ତୁତ କରାଯାଉଛି ।

publive-image

ୱାଟର ମେଟ୍ରୋ ପ୍ରକଳ୍ପ ପାଇଁ କେରଳ ସରକାର ଶହେ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରତ୍ୟେକ ମେଟ୍ରୋରେ ୧୦୦ ଯାତ୍ରୀ ବସିବାର ବ୍ୟବସ୍ଥା କରାଯାଇଛି ।