କନକ ବ୍ୟୁରୋ: ସରକାର ବିରୋଧୀ ଲହର ସତ୍ତେ୍ୱ ରାଜ୍ୟରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି । ଆଉ ଏହାର ଫାଇଦା ନେଇଛି ବିଜେପି । ତେବେ ରାଜ୍ୟରେ ଦଳର ଦୁର୍ବଳ ପ୍ରଦର୍ଶନର କାରଣ ଖୋଜିବାକୁ ଏଆଇସିସି ଗଠନ କରିଛି ଅନୁସନ୍ଧାନକାରୀ ଟିମ୍ । ଓଡିଶା ପାଇଁ ଗଠିତ କମିଟିରେ ଦଳର ବରିଷ୍ଠ ନେତା ଅଜୟ ମାକେନ ଓ ତାରିକ ଅନୱର ଅଛନ୍ତି । ଏମାନେ ଖୁବଶୀଘ୍ର ଓଡିଶା ଆସି ରାଜ୍ୟ ନେତାଙ୍କ ସହ ବୈଠକ କରି ପରାଜୟର ସମୀକ୍ଷା କରିବେ ।

Advertisment

ଯଦିଓ ଏଥର କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୨୦୧୯ ତୁଳନାରେ ବଢିଛି, କିନ୍ତୁ ଲଗାତାର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । କୋରାପୁଟକୁ ବାଦ୍ ଦେଲେ ଅନ୍ୟ କୌଣସି ଲୋକସଭା ଆସନରେ ଦଳ ଜିତିନାହିଁ । ଏଥିପାଇଁ ଅନେକ କାରଣ ଦାୟୀ ବୋଲି କୁହାଯାଉଛି ।

ଦୁର୍ବଳ ପ୍ରଦର୍ଶନର କାରଣ?

  • ଦୁର୍ବଳ ପ୍ରାର୍ଥୀ ଚୟନ ଓ ବାରମ୍ବାର ପ୍ରାର୍ଥୀ ବଦଳାଇବା
  • ପ୍ରାର୍ଥୀଙ୍କୁ ନିର୍ବାଚନ ପାଣ୍ଠି ନ ମିଳିବା
  • ଆକ୍ରମଣାତ୍ମକ ପ୍ରଚାର ନ କରିବା
  • ବିଜେପି ହେଭିୱଟଙ୍କ ଭଳି କେନ୍ଦ୍ରୀୟ ନେତା ଓଡିଶା ନ ଆସିବା
  • ବଡ ନେତା କେବଳ ନିଜ ଅଞ୍ଚଳରେ ସୀମିତ ରହିବା

ବର୍ତ୍ତମାନ ଅଜୟ ମାକେନ ଓ ତାରିକ ଅନୱର କାରଣ ଖୋଜି ଏଆଇସିସିକୁ ରିପୋର୍ଟ ଦେବ । ଆଉ ରିପୋର୍ଟ ଆଧାରରେ କେନ୍ଦ୍ରୀୟ ନେତୃତ୍ୱ ଓଡିଶା ସଙ୍ଗଠନରେ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।