କନକ ବ୍ୟୁରୋ: ପରାଜୟ ପରେ କଂଗ୍ରେସ ଦଳରେ ଚାଲିଛି ପୋଷ୍ଟ ମର୍ଟମ । କାହିଁକି ହାରିଲା କଂଗ୍ରେସ ଗୁମର ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା । ଗଣେଶ୍ୱର କହିଛନ୍ତି କି, ଅର୍ନ୍ତଦ୍ୱନ୍ଦ ହିଁ କଂଗ୍ରେସ ଦଳର ବିପର୍ଯ୍ୟୟର ମୂଳ କାରଣ । ଯେଉଁଥି ପାଇଁ ଚଳିତ ନିର୍ବାଚନରେ ଲୋକଙ୍କ ପସନ୍ଦିତା ଦଳ ତାଲିକାରେ କଂଗ୍ରେସ ରହିଲା ନାହିଁ । ଯେଉଁଠି ଦଳୀୟ ନେତାମାନେ ବିଭିନ୍ନ ପ୍ରକାଶ ସମସ୍ୟା ସୃଷ୍ଟି କଲେ, ବରିଷ୍ଠ ନେତାମାନେ ଦଳର ସାଥ୍ ଛାଡ଼ିଦେଲେ ଏବଂ ପ୍ରାର୍ଥୀମାନେ ସଠିକ୍ ସମୟରେ ଦଳୀୟ ଟିକେଟ୍ ଫେରାଇ ଦେଲେ ତାହା ଜନତାଙ୍କ ଉପରେ କୁପ୍ରଭାବ ପକାଇଲା ବୋଲି କହିଛନ୍ତି ଗଣେଶ୍ୱର ।
ଏପରିକି ନିର୍ବାଚନୀ ସମୟରେ ଦଳରେ ଥିବା ଅର୍ନ୍ତଘାତି କାମ ଦଳ ପାଇଁ ଅଡୁଅ ସୃଷ୍ଟି କଲା । ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଗୋଟିଏ ଆଶଙ୍କା ଦେଖାଗଲା କି, ଯେଉଁ ଦଳରେ ନେତାମାନେ ଠିକ୍ ନାହାନ୍ତି , ଯେଉଁ ଦଳର ଭବିଷ୍ୟତ ନେଇ ଦଳୀୟ ନେତାମାନେ ସନ୍ଦେହ ପ୍ରକାଶ କରୁଛନ୍ତି ସେ ଦଳକୁ ସେମାନେ କାହିଁକି ବାଛିବେ? ଆଉ କାହିଁକି ସେହି ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଭଳି ଅନେକ ପ୍ରଶ୍ନ ଜନସାଧାରଣଙ୍କ ମନରେ ଉପୁଜିଲା ଆଉ ସେଥି ପାଇଁ ଲୋକମାନେ କଂଗ୍ରେସକୁ ଦଣ୍ଡ ଦେଲେ ଫଳରେ ରାଜ୍ୟରେ ବିପର୍ଯ୍ୟୟର ଦ୍ୱାରା ଦେଖିଲା ।
ଅନ୍ୟପଟେ ଦଳର ଏଭଳି ବିପର୍ଯ୍ୟୟ କାହିଁକି ହେଲା ସେନେଇ ୨୧ ଜଣିଆ କମିଟି ହୋଇଛି । ଏହି କମିଟି ତରବରିଆ ନହୋଇ ରାଜ୍ୟର ପ୍ରତିଟି ଜିଲ୍ଲା ଗସ୍ତ କରିବେ ଏବଂ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ଏଆଇସିସିକୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ । ଯଦି ଦଳରେ ଏଭଳି ଅର୍ନ୍ତକନ୍ଦଳ ଲାଗି ରହେ ତେବେ ଆଗାମୀ ଦିନରେ ଦଳ ମୃତ୍ୟୁ ସୁନିଶ୍ଚିତ ବୋଲି କହିଛନ୍ତି କଂଗ୍ରେସ ବରିଷ୍ଠ ନେତା ଗଣେଶ୍ୱର ବେହେରା ।
ସେହିଭଳି ପିସିସି ସଭାପତି କିଏ ହେବା ଦରକାର ତାହାର ମାପଦଣ୍ଡ ମଧ୍ୟ ବାଖ୍ୟା କରିଛନ୍ତି ଗଣେଶ୍ୱର । କହିଛନ୍ତି କି, ତାଙ୍କ ବ୍ୟକ୍ତିଗତ ମତ ଅନୁସାରେ ପିସିସି ସଭାପତି ପଦ ପାଇଁ ୩ଟି ବିଶେଷ ଗୁଣ ରହିବା ଆବଶ୍ୟକ । ପ୍ରଥମଟି ହେଲା-ନିର୍ବାଚନରେ ଜିତିଥିବା ଦରକାର, ୨- ଦଳୀୟ ସଂଗଠନ କ୍ଷେତ୍ରରେ ଦୀର୍ଘଦିନର ଅଭିଜ୍ଞତା ରହିଥିବା ଦରକାର ଏବଂ ତୃତୀୟଟି ହେଲା- ସମ୍ବଳ ସହ ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ତୁରନ୍ତ ନିଷ୍ପତି ନେଇପାରୁଥିବା ବ୍ୟକ୍ତିଙ୍କୁ ପିସିସି ସଭାପତି ପଦ ମିଳିବା ଆବଶ୍ୟକ ବୋଲି କହିଛନ୍ତି ଗଣେଶ୍ୱର ବେହେରା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/GANESWAR.jpg)