କନକ ବ୍ୟୁରୋ:ନିଜ ମନମୁତାବକ ଚାକିରି ପାଇବାଠୁ ଆରମ୍ଭ କରି ଭଲ କ୍ୟାରିୟର ଗଢିବା ପର୍ଯ୍ୟନ୍ତ ପ୍ରକ୍ରିୟାକୁ ଆମେ ବିଭିନ୍ନ ଚରଣରେ ପାର୍ କରିବାକୁ ହୁଏ । ଏହାକୁ ଯୋଜନାବଦ୍ଧ ଭାବେ ଯଦି କରାଯାଏ ତେବେ ନିଶ୍ଚିତ ଜଣେ ଛାତ୍ରଛାତ୍ରୀ ନିଜ ଲକ୍ଷ୍ୟସ୍ଥଳୀରେ ପହଞ୍ଚିପାରିବ ଏବଂ ନିଜ ସ୍ୱପ୍ନକୁ ସାକାର କରିପାରିବ । ଏଣୁ ଏକ ପ୍ରଭାବଶାଳୀ କ୍ୟାରିୟର ପ୍ଲାନିଂର ଆବଶ୍ୟକତା ରହିଛି । ବୃତ୍ତିଗତ ଶିକ୍ଷା ହେଉଛି ଆପଣଙ୍କୁ ଯେକୌଣସି ବୃତ୍ଥି ନିମନ୍ତେ ପ୍ରସ୍ତୁତ କରାଇବା ।
ଯେପରିକି ବିଜନେସ୍ ମ୍ୟାନେଜମେଣ୍ଟ, ହ୍ୟୁମାନ୍ ରିସୋର୍ସ, ଆକାଉଣ୍ଟସ୍ ଆଦି ବିଭିନ୍ନ ବୃତ୍ତିଗତ ଶିକ୍ଷା ରହିଛି । ଏହି ଶିକ୍ଷା ଦ୍ୱାରା ଆପଣ ଆଘାମୀ ଦିନରେ ଯେଉଁଁ ବୃତ୍ଥିରେ ଯୋଗଦେବାକୁ ଚାହୁଁଛନ୍ତି ସେଥିପାଇଁ ଦରକାରୀ ଜ୍ଞାନକୌଶଳ, ଶିକ୍ଷା ଏବଂ ତାଲିମ ଏହି ବୃତ୍ତିଗତ ଶିକ୍ଷା ପ୍ରଦାନ କରିଥାଏ । ସେହିପରି କିଛି ବୃତ୍ତିଗତ ଶିକ୍ଷା ଯାହାକି ଛାତ୍ରଛାତ୍ରୀଙ୍କୁ ନିଜ କ୍ୟାରିୟରରେ ଆଗକୁ ବଢିବା ସହ ଉଚ୍ଚ ପଦପଦବୀ ପାଇବାରେ ସହାୟକ ହୋଇପାରେ ସେଥିନେଇ ଆମେ ଏଠାରେ ଚର୍ଚ୍ଚା କରିବା ।
ବିସିଏ/ଏମସିଏ – ଏହି ପାଠ୍ୟକ୍ରମକୁ କାହିଁକି ଚୟନ କରିବେ?
ଆଧୁନିକ ଦୁନିଆରେ କମ୍ପ୍ୟୁଟର ପ୍ରଯୁକ୍ତିବିଦ୍ୟାର ପ୍ରାଧାନ୍ୟତା ଦିନ ପ୍ରତିଦିନ ବଢିବାରେ ଲାଗିଛି । ଯେପରିକି ସ୍ୱାସ୍ଥ୍ୟ, ସୂଚନା ଏବଂ ପ୍ରଯୁକ୍ତି କ୍ଷେତ୍ର, ବ୍ୟବସାୟ, ଅର୍ଥ କାରବାର, ସଫଟୱେର, ପରିବହନ ଏବଂ ଶିକ୍ଷା ଆଦି କ୍ଷେତ୍ରରେ କମ୍ପ୍ୟୁଟର ବିଶେଷଜ୍ଞଙ୍କ ଆବଶ୍ୟକତା ରହିଛି । ଏହି ଦୁଇଟି ପାଠ୍ୟକ୍ରମ ପଢିବା ପରେ ଛାତ୍ରଛାତ୍ରୀ ୱେବ୍ ଡିଜାଇନର, ସିଷ୍ଟମ ମ୍ୟାନେଜର, ସଫ୍ଟୱେୟାର ଡେଭଲପର, ସଫ୍ଟୱେୟାର ଟେଷ୍ଟର, ଡାଟା ସାଇଣ୍ଟିଷ୍ଟ, ଡିଜିଟାଲ ମାର୍କେଟର ଏବଂ ସାଇବର ସିକ୍ୟୁରିଟି ଆଦି କ୍ଷେତ୍ରରେ ନିଜ କୁଶଳତା ଅନୁଯାୟୀ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇପାରିବେ । ଏଣୁ କମ୍ପ୍ୟୁଟର ବିଶେଷଜ୍ଞଙ୍କ ଆବଶ୍ୟକତା ନିଶ୍ଚିତ ରୂପେ ବୃଦ୍ଧି ପାଇବ । ସାଧାରଣତଃ ଏହି ପାଠ୍ୟକ୍ରମକୁ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାରଠାରୁ ଆରମ୍ଭ ହେଇ ୨ ଲକ୍ଷ ପର୍ଯ୍ୟନ୍ତ କୋର୍ସ ଫି ଦେବାକୁ ପଡିଥାଏ । ନିଜ ଦକ୍ଷତା ବଳରେ ଛାତ୍ରଛାତ୍ରୀ ବିଦେଶରେ କମ ସମୟରେ ଲକ୍ଷାଧିକ ଟଙ୍କାର ବେତନ ପାଇବାରେ ସକ୍ଷମ ହେଇପାରିଥାନ୍ତି । ଆମ ଦେଶରେ ସରକାରୀ ସ୍ତରରେ ଏହା ୩୦ ହଜାର ଟଙ୍କାରୁ ୭୦ ହଜାର ମଧ୍ୟରେ ରହିଥାଏ ।
ଏହି ପାଠ୍ୟକ୍ରମ କେଉଁଠି ପଢିବେ ଏବଂ ଏହାଦ୍ୱାରା କେଉଁ କେଉଁ କ୍ଷେତ୍ରରେ ଛାତ୍ରଛାତ୍ରୀ ନିଜ ଲକ୍ଷ୍ୟ ହାସଲ କରିବେ, କୋର୍ସ ଫି, ବେତନ ଆଦି ବିଷୟରେ ଅଧିକ ଜାଣିବା ପାଇଁ ଯୋଗାଯୋଗ କରିପାରିବେ...
କଲେଜ୍ ଅପ୍ ଆଡଭାନ୍ସ କମ୍ପ୍ୟୁଟିଂ
ସିଏସି ବିଲ୍ଡିଂ, ଆରସି ଚର୍ଚ୍ଚ ରୋଡ୍, ଗାନ୍ଧୀନଗର
ମୋ: ୯୩୩୭୫୦୦୯୬୬ କିମ୍ବା ୯୩୩୭୦୫୫୪୪୧
Follow Us