ଆପଣ ବେଳେବେଳେ ଲକ୍ଷ କରିଥିବେ ରାସ୍ତା କଡରେ ଠିଆ ହୋଇଥିବା କାର୍ ହଠାତ୍ ହୁତୁହୁତୁ ହୋଇ ଜଳିବାକୁ ଲାଗିଥାଏ । ଏମିତି ହୁଏ ଯେ ଚଳନ୍ତା କାରରେ ମଧ୍ୟ ନିଆଁ ଲାଗିଯାଏ । ତେବେ ଏହି ସମୟରେ କାର୍ ବସିଥିବା ଲୋକର ଅବସ୍ଥା ଯେ କ’ଣ ଥିବ ତାହା ଆପଣ ଅନୁମାନ ଲଗାଇ ପାରୁଥିବେ । ଏଭଳି ଘଟଣା ଆପଣ ବହୁ ସମୟରେ ଟି.ଭି ,ଖବରକାଗଜରେ ମଧ୍ୟ ପଢିଥିବେ । ତେବେ କାହିଁକି ଏଭଳି ଘଟେ ଏହାର ପଛରେ କାରଣ କ’ଣ ରହିଛି ଆସନ୍ତୁ ଜାଣିବା ।
ଏଭଳି ଦୂର୍ଘଟଣା କାହିଁକି ଘଟେ ?
କାରକୁ ଆହୁରି ରଙ୍ଗୀନ ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ଚାଳକ ଭିନ୍ନ ଭିନ୍ନ ଜିନିଷ କାରରେ ଲଗାଇଥାନ୍ତି । ଯେଉଁଥିରେ ଗାଡିର ୱାୟାରିଙ୍ଗରେ କେତେପ୍ରକାର କଟିଙ୍ଗ୍ ହୋଇଯାଇଥାଏ । ଏଭଳି ସମସ୍ୟା ଉପୁଜେ ଯେ ଓଭର ହିଟ୍ ହେବା ପରେ ୱାୟାର ଏହାକୁ ସମ୍ଭାଳି ପାରିନଥାଏ ଏବଂ ସର୍ଟ ସର୍କିଟର ସମସ୍ୟା ବଢିଥାଏ । ତେବେ ନିଆଁ ଲାଗିବାର ଏହି ଗୋଟିଏ କାରଣ ହିଁ ନଥାଏ । ଗାଡିରେ ଅଲଗା ତେଲ ପକାଇବା ,ପାଇପ୍ ରେ ଲିକେଜ୍ ହେବା ଆଦି ଅସୁବିଧା କାରଣରୁ ମଧ୍ୟ ଗାଡିରେ ନିଆଁ ଲାଗିବାର ସମ୍ଭାବନା ବଢିଯାଇଥାଏ ।
କିଭଳି ହେବେ ସତର୍କ ?
୧. କୌଣସି ଆପ୍ରୁଭ ଷ୍ଟେସନରୁ ହିଁ ଗ୍ୟାସ୍ କିଟ୍ (ସିଏନଜି/ଏଲପିଜି) ଲଗାନ୍ତୁ ।
୨. କାରକୁ ଆକର୍ଷଣୀୟ କରିବା ପାଇଁ ଅଧିକ ଲାଇଟ୍ ,ପ୍ରେସର ଦେଲା ଭଳି ହର୍ଣ୍ଣ ଭଳି ଜିନିଷ ବ୍ୟବହାର କରନ୍ତୁ ନାହିଁ ।
୩. କାର୍ ସର୍ଭିସ ସମୟରେ ସବୁବେଳେ ପାଇପ୍ କେଉଁଠି ଲିକ୍ ହେଉଛି କି ନାହିଁ ଚେକ୍ କରିନିଅନ୍ତୁ ।
୪. କାରକୁ ସବୁବେଳେ ନାମୀ ମେକାନିକ୍ କିମ୍ବା ଦକ୍ଷତାପୂର୍ଣ୍ଣ ମେକାନିକଙ୍କ ପାଖରେ ଚେକ୍ କରାନ୍ତୁ । ସଡକ ସାଇଟ୍ ମେକାନିକଙ୍କ ପାଖରୁ କାର୍ ରିପେର୍ କରାଇବାରୁ ବଞ୍ଚନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/CAR-FIRE.jpg)
/kanak/media/post_attachments/wp-content/uploads/2018/12/iStock_000013542286_Small-300x199.jpg)
/kanak/media/post_attachments/wp-content/uploads/2018/12/KRT-WORLD-NEWS-UKRAINE-2-ZU-300x200.jpg)