କନକ ବ୍ୟୁରୋ: ରାଜ୍ୟର ଘରୋଇ ହସ୍ପିଟାଲ ଗୁଡ଼ିକରେ ବଢ଼ୁଛି ସିଜରିଆନ୍ ଡେଲିଭରୀ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏନେଇ ଅଡିଟ୍ ପାଇଁ ସମସ୍ତ ସିଡିଏମଓକୁ ଚିଠି ଲେଖିଛି ପରିବାର କଲ୍ୟାଣ ବିଭାଗ । ନିୟମ ମାନି ଘରୋଇ ହସ୍ପିଟାଲ ଗୁଡ଼ିକରେ ସିଜରିଆନ୍ ଡେଲିଭରି କରୁଛନ୍ତି ନା ନିୟମ ବାହାରକୁ ଯାଇ ସିଜରିଆନ୍ ଡେଲିଭରି କରୁଛନ୍ତି ତାହାର ଅଡ଼ିଟ୍ କରାଯିବ । ଆସନ୍ତା ମେ ୧ ତାରିଖରୁ ଏହି ଅଡ଼ିଟ୍ ପ୍ରକ୍ରିୟା ଆରମ୍ଭ ହେବ । ଯେଉଁ ଘରୋଇ ହସ୍ପିଟାଲ ସିଜରିଆନ୍ ଡେଲିଭରି କରୁଛନ୍ତି କାହିଁକି କରୁଛନ୍ତି ସେନେଇ ଏଡ଼ିଏମଓ ଓ ସିଡ଼ିଏମଓଙ୍କୁ ରିପୋର୍ଟ ଦେବେ । ଅଡ଼ିଟ୍ ପାଇଁ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ଯେଉଁମାନେ ନିୟମ ବାହାରକୁ ଯାଇ ସିଜରିଆନ୍ ଡ଼େଲିଭରି କରୁଛନ୍ତି ସେମାନଙ୍କ କଥା ବିଚାରକୁ ନିୟାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ । ରିପୋର୍ଟ ଅନୁସାରେ ..

Advertisment

- ରାଜ୍ୟର ଘରୋଇ ହସ୍ପିଟାଲ ଗୁଡ଼ିକରେ ୭୦.୦ ପ୍ରତିଶତ ରହିଛି ସିଜରିଆନ ଡେଲିଭରି
- ଏହି କ୍ରମରେ ଜାତୀୟ ହାର ରହିଛି ୪୭.୪ ପ୍ରତିଶତ
- ୨୦୧୫-୧୬ରେ ଓଡ଼ିଶାର ଘରୋଇ ହସ୍ପିଟାଲରେ ୫୩.୭ ପ୍ରତିଶତ ଥିଲା
- ଗତ କିଛି ବର୍ଷ ହେଲା ଘରୋଇ ହସ୍ପିଟାଲ ଗୁଡ଼ିକରେ ବଢ଼ୁଛି ସିଜରିଆନ ଡେଲିଭରି
- ସରକାରୀ ହସ୍ପିଟାଲରେ ସିଜରିଆନ ଡେଲିଭରି କେସ ରହିଛି ୧୫.୬ ପ୍ରତିଶତ
- ଜାତୀୟ ସ୍ତରରେ ଏହି ସଂଖ୍ୟା ରହିଛି ୧୫.୫ ପ୍ରତିଶତ
- ମୋଟାମୋଟି ଭାବେ ସରକାରୀ ଓ ଘରୋଇ ହସ୍ପିଟାଲରେ ୨୧.୫ ପ୍ରତିଶତ ରହିଛି
- ଜାତୀୟ ସ୍ତରରେ ଏହା ୨୧.୬ ପ୍ରତିଶତ ରହିଛି
- ସାଧାରଣତଃ ୮୫ରୁ ୯୦ ପ୍ରତିଶତ ନର୍ମାଲ ଡେଲିଭରି ହୁଏ