ସାଧାରଣତଃ ଲୋକେ ଭାବନ୍ତି ଶରୀରରେ କ୍ୟାଲସିୟମ ଅଭାବ ପାଇଁ ହାଡ଼ ଦୁର୍ବଳ ହୋଇଥାଏ। କିନ୍ତୁ ଏହାର ଅଭାବ ହାଡ଼ ବ୍ୟତୀତ ଆହୁରି ଅନେକ ରୋଗର ଆଶଙ୍କା ବଢ଼ିଥାଏ। ଏବଂ ଏହାର ଅଭାବକୁ ପୂରଣ କରିବା ପାଇଁ କେବଳ କ୍ଷୀର ଓ ଦହି ବ୍ୟତୀତ ଆହୁରି ଅନେକ ଜିନିଷ ଖାଇବାରେ ଫାଇଦା ହୋଇଥାଏ। କ୍ୟାଲସିୟମର ଅଭାବ ହେତୁ ହେଉଥିବା ୩ଟି ରୋଗ ଓ ଏହା କିଭଳି ଦୂର ହେବ ସେ ସଂପର୍କରେ ଜାଣନ୍ତୁ।
• ମାଂସପେଶୀ ଟାଇଟ୍ ସହ ଦରଜ ହେବା
• ନଖ ବାରମ୍ବାର ଛିଣ୍ଡିବା
• ଅଣ୍ଟା ଦରଜ ଲାଗି ରହିବା
• ନିଦ ନହେବା
• ଷ୍ଟ୍ରେସ୍ ରେ ରହିବା
କ୍ୟାଲସିୟମର ମାତ୍ରା କମ୍ ହେବାରୁ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇ ନଥାଏ। ଏହା ଯୋଗୁଁ ହୃଦଘାତର ଆଶଙ୍କା ବଢ଼ିଯାଏ। ଏଥିରୁ ଶରୀରର ରୋଗପ୍ରତିରୋଧକ ଶକ୍ତି କମ୍ ହୋଇଯାଏ। ବାରମ୍ବାର ସର୍ଦ୍ଦି, ଜ୍ୱର ଓ କାଶ ହୋଇପାରେ। କ୍ୟାଲସିୟମର ମାତ୍ରା କମ୍ ହେବାରୁ ଦାନ୍ତ, ହାଡ଼ ଦୂର୍ବଳ ହେବା ସହ ଗଣ୍ଠି ଦରଦ ହୋଇଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/calcium-containing-foods.jpg)