ଜୀବନ ପ୍ରଦୀପ ଦାସଙ୍କୁ ଦଳରୁ ବିଦା କଲା ବିଜେଡି : କିନ୍ତୁ କାହିଁକି?

355

କନକ ବ୍ୟୁରୋ : ଉପନିର୍ବାଚନ ଫଳାଫଳ ପୂର୍ବରୁ ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ । ବାଲେଶ୍ୱର ସଦର ନିର୍ବାଚନର ଠିକ ଗୋଟିଏ ଦିନ ପରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ନିଲମ୍ବିତ କରିଛି ବିଜେଡି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଦର୍ଶା ଯାଇଛି । ସେପଟେ ନିଲମ୍ବନ ପରେ ଜବାବ ରଖିଛନ୍ତି ଜୀବନ । କହିଛନ୍ତି, ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହାଁନ୍ତି ।

ବିଜେଡ଼ିରୁ ନିଲମ୍ବିତ ହେଲେ ଜୀବନ ପ୍ରଦୀପ ଦାସ । ବାଲେଶ୍ୱର ପୂର୍ବତନ ବିଧାୟକ ଥିଲେ ଜୀବନ ପ୍ରଦୀପ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା । ଉପନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ବିଜେଡ଼ି ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏନେଇ ସୂଚନା ଦେଇଛନ୍ତି ।

ବାଲେଶ୍ୱର ପୂର୍ବତନ ବିଧାୟକ ଥିଲେ ଜୀବନ ପ୍ରଦୀପ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଜୀବନପ୍ରଦୀପ ଦାସ ଉପନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ବିଜେଡ଼ି ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଛି ।

ଜୀବନ ପ୍ରଦୀପ ଦାସ ୨୦୦୯ ଓ ୨୦୧୪ରେ ବାଲେଶ୍ୱର ସଦରର ବିଧାୟକ ଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ବିଜେପିର ମଦନ ମୋହନ ଦତ୍ତଙ୍କ ଠାରୁ ହାରିଯାଇଥିଲେ । ମଦନ ମୋହନ ଦତ ୭୪ ହଜାରରୁ ଅଧିକ ଭୋଟ ପାଇଥଇବାବେଳେ ଜୀବନ ପ୍ରଦୀପ ଦାସ ୬୧ ହଜାରରୁ ଅଧିକ ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ଥିଲେ । ତେବେ ମଦନ ମୋହନ ଦତଙ୍କ ପରଲୋକ ପରେ ଏଠାରେ ହୋଇଥିବା ନିର୍ବାଚନରେ ତାଙ୍କୁ ଟିକେଟ ମିଳିନଥିଲା । ଏବେ ଉପନିର୍ବାଚନ ସରିବା ପରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଜୀବନ ପ୍ରଦୀପ ଦାସ ।