କାହିଁକି ଉତରପ୍ରଦେଶରେ ଧରାଶାୟୀ ହେଲା ବିଜେପି । କାମ ଦେଲାନି ରାମମନ୍ଦିର, ଚକମା ଦେଲେ ଅଖିଳେଶ, ରାହୁଲ

4,596

କନକ ବ୍ୟୁରୋ : କଥାରେ ଅଛି ଦିଲ୍ଲୀ ଶାସନ କ୍ଷମତାର ରାସ୍ତା ଉତରପ୍ରଦେଶ ବାଟ ଦେଇ ଯାଇଥାଏ । ୨୦୧୪ ଓ ୨୦୧୯ରେ ୟୁପି ବାଟ ଦେଇ ଲଗାତାର ଦୁଇ ଥର କେନ୍ଦ୍ରରେ ସରକାମର ଗଢ଼ିବାରେ ଶତପ୍ରତିଶର ସଫଳ ହୋଇଥିଲା । କିନ୍ତୁ ୨୦୨୪ରେ ବାଜି ପଲଟିଛି । ବିଜେପିକୁ ଶକ୍ତ ଝଟକା ଦେଇଛି ସମାଜବାର୍ଦି ପାର୍ଟି । ସପା ଓ କଂଗ୍ରେସ ହାତ ମିଳାଇବା ନିଷ୍ପତି , ଉତରପ୍ରଦେଶରେ ବିଜେପିକୁ କ୍ଷମତାର ହ୍ୟାଟ୍ରିକରୁ ରୋକିବାରେ ଫଳପ୍ରଦ ହୋଇଛି । ଭୋଟକୁ ଦେଖି କୁହାଯାଇପାରେ ଯେ ଅଖିଳେଶଙ୍କ ପିଡିଏ ଫର୍ମୂଲା ଓ ରାହୁଲଙ୍କ ସମ୍ବିଧାନ, ସଂରକ୍ଷଣ ଉପରେ ବିପଦର ସ୍ଲୋଗାନ ଭୋଟରଙ୍କୁ ସପା ଓ କଂଗ୍ରେସ ଆଡକୁ ଆକୃଷ୍ଟ କରିଥିଲା

ଉତରପ୍ରଦେଶରେ ବିଜେପିକୁ ୭୦ରୁ ଅଧିକ ଆସନ ମିଳିବ ନଇ ଏଗଜିଟ ପୋଲରେ ଆକଳନ ହୋଇଥିଲ । କିନ୍ତୁ ଅଖିଳେଶଙ୍କ ନେତୃତ୍ୱରେ ସପା ମିଳିଛି ୩୬ ଆସନ ଓ ବିଜେପିକୁ ୩୪ ସନ୍ତୁଷ୍ଟ ହେବାକୁ ପଡିଛି ।
ୟୁପି: କାହା ଖାତାରେ କେତେ ଭୋଟ
-ଉତ୍ତରପ୍ରଦେଶରେ ୮୦ ଲୋକସଭା ଆସନ
-ଏନଡିଏ ଖାତାରେ ୩୬, ଇଣ୍ଡିମେଂଟକୁ ୪୩
-ବିଏସପି ଖାତା ଖୋଲିପାରିନି ଓ ଅନ୍ୟାନ୍ୟକୁ ଗୋଟିଏ ଆସନ
-ପଶ୍ଚିମ ଉତ୍ତରପ୍ରଦେଶରେ ସପା ଓ କଂଗ୍ରେସକୁ ବିପୁଳ ସମର୍ଥନ ମିଳିଛି
-ଦଳିତ, ମୁସଲମାନ, ଯାଦବ, ଓବିସି ଭୋଟ ସପା ଓ କଂଗ୍ରେସକୁ ମିଳିଛି
-ବେକାରୀ ସମସ୍ୟା, ଅଗ୍ନିବୀର ଯୋଜନା ବିଜେପିକୁ ଭାରିପଡିଛି

ଉତରପ୍ରଦେଶ ପାଇଁ ବିଜେପି ସବୁପ୍ରକାର ପ୍ରସ୍ତୁତି କରି ମଇଦାନକୁ ଓହ୍ଲାଇଥିଲା ସେଥିରେ ବିଫଳ ହେଲା କ’ଣ ପାଇଁ । । ଧର୍ମବଳରେ ଭୋଟ ପାଇବା ପାଇଁ ବିଜେପି ରାମମନ୍ଦିର ପରି ବଡ ରଣନୀତି କରିଥିଲେ ବି ସଫଳ ହୋଇପାରିନି । ଏଥିସହ ଅନ୍ୟାନ୍ୟ କାରଣ ପାଇଁ ଉତରପ୍ରଦେଶରେ ବିଜେପି ହାରିଥିବା କୁହାଯାଉଛି ।

ୟୁପି: ‘ବିଜେପି’ ପରାଜୟର ପ୍ରମୁଖ କାରଣ!
-ରାମମନ୍ଦିର ପ୍ରସଙ୍ଗ କମାଲ କରିପାରିନି
-ସମ୍ବିଧାନ ବଦଳିବା ଆଶଙ୍କା ଓ ସଂରକ୍ଷଣ ପ୍ରସଙ୍ଗ
-ରାଜପୁତ ଭୋଟରଙ୍କ ଆକ୍ରୋଶ
-ପେପର ଲିକ ପ୍ରସଙ୍ଗ
-ମାୟାବତୀ ଫ୍ୟାକ୍ଟର ବିଜେପି ଉପରେ ଭାରି
-ଅଖିଳେଶଙ୍କ ଜାତିଗତ ସମୀକରଣ
-ସପା-କଂଗ୍ରେସ ମେଂଟକୁ ସଫଳତା
-ବିଜେପିର ଭୁଲ ପ୍ରାର୍ଥୀ ଚୟନ
-ସଂଗଠନ ଭିତରେ ତାଳମେଳର ଅଭାବ
-ଟିକେଟ ଭାଗବଂଟାରେ ଅସନ୍ତୋଷ
ରାଜନୈତିକ ଦୃଷ୍ଟିକୋଣରୁ ଉତରପ୍ରଦେଶ ହେଉଛି ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ । ଲୋକସଭାକୁ ସର୍ବାଧିକ ସାଂସଦ ପଠାଇଥାଏ ରାଜ୍ୟ । ଏଥରକ କିନ୍ତୁ ସପା ଓ କଂଗ୍ରେସ ରଣନୀତି ଆଗରେ ଫେଲ ମାରିଛି ବିଜେପି ।