ସରିଲା ନବୀନଙ୍କ ଶାସନର ଯୁଗ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ । ପାଂଚ ପାଂଚର ଥର ସରକାର କରିଥିବା ଦଳର ପରାଜୟ ପଛର କଣ ରହିଛି ପ୍ରମୁଖ କାରଣ

Advertisment
ସରିଲା ନବୀନଙ୍କ ଶାସନର ଯୁଗ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ । ପାଂଚ ପାଂଚର ଥର ସରକାର କରିଥିବା ଦଳର ପରାଜୟ ପଛର କଣ ରହିଛି ପ୍ରମୁଖ କାରଣ

କନକ ବ୍ୟୁରୋ : ପାଂଚ ପାଂଚ ଥର ସରକାର ଗଢିଥିବା ବିଜୁ ଜନତା ଦଳ ଯେଉଁଭଳି ଭାବେ ପରାଜିତ ହୋଇଛି, ଏହା ସଭିଁଙ୍କୁ ଚକିତ କରିଛି । ୨୭ବର୍ଷର ବିଜେଡି, ୨୪ ବର୍ଷର ଶାସନ ଭିତରେ ଦେଶରେ ଅପ୍ରତିଦ୍ୱନ୍ଦ୍ୱୀ ଓ ଅପରାଜେୟ ନେତା ପାଲଟିଥିବା ନବୀନ, କଂଟାବାଞ୍ଜିରେ ପ୍ରଥମ ଥର ପାଇଁ ପରାଜିତ ହୋଇଛନ୍ତି । ଖାଲି ସେତିକି ନୁହେଁ, ନବୀନ କ୍ୟାବିନେଟର ୧୧ ମନ୍ତ୍ରୀ ଓ ବହୁ ହେଭିୱେଟ୍ ନେତା ମାଟି କାମୁଡି ପଡିଛନ୍ତି । ୨୦୧୯ରେ ୧୧୩ ଆସନ ଜିତିଥିବା ବିଜେଡି, ତିନି ଅଙ୍କରୁ ଦୁଇ ଅଙ୍କକୁ ଖସି ଆସିଛି । ନଜର ପକାଇବା ବିଜେଡି ହାରିବା ପଛର କିଛି ପ୍ରମୁଖ କାରଣ ଉପରେ ।

ବିଜେଡି ପରାଜୟ ପଛର ୧୦ କାରଣ
ପାଣ୍ଡିଆନ୍ ଫ୍ୟାକ୍ଟର
ଅତ୍ୟଧିକ ଆତ୍ମ ବିଶ୍ୱାସ
ଓଡ଼ିଆ ଅସ୍ମିତା ପ୍ରଭାବ
ପରିବାବାଦକୁ ପ୍ରୋତ୍ସାହନ
ଅନ୍ୟ ହେଭିୱେଟ୍ ନେତାଙ୍କୁ ଦିଆଗଲାନି ଗୁରୁତ୍ୱ
ସରକାର ବିରୋଧୀ ହାୱା
ମୋଦୀଙ୍କ ଘନ ଘନ ଗସ୍ତ
ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ଜବାବ ଦେଇ ପାରିଲାନି ବିଜେଡି
ପାଣ୍ଡିଆନ ଉତରାଧିକାରୀ ନୁହେଁ ବୋଲି ଡେରିରେ କହିଲେ ନବୀନ
ଯୁବ, ମହିଳା ମୁହଁ ମୋଡ଼ିଲେ

ବିଜେଡି ପରାଜିତ ହେବା ପରେ ଏବେ ଦଳ ଭିତରେ କାରଣ ଖୋଜା ଚାଲିଛି । କେଉଁଠି ଦୋଷ ଦୁର୍ବଳତା ରହିଲା, ତାର କାରଣ ଖୋଜୁଛନ୍ତି ବିଜେଡି ନେତା । ନବୀନ ନିବାସ ଯାଇ ସୁପ୍ରିମୋଙ୍କୁ ଭେଟିବା ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe